ସାବଧାନ ! ମରୁଭୂମି ପାଲଟିଯାଇପାରେ ପୃଥିବୀର କିଛି ଅଂଶ

136

ଲଣ୍ଡନ : ଦିନକୁ ଦିନ ପୃଥିବୀରେ ତାପମାତ୍ରାରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଠିକ୍ ସମୟରେ ଆଉ ଋତୁ ପରିବର୍ତ୍ତନ ହେବାର ଦେଖିବାକୁ ମିଳୁନି । ୬ ଋତୁ ଯେମିତି ୩ଟି ଋତୁ ପରି ମନେହୋଇଛି । ଏହାର ପ୍ରମୁଖ କାରଣ ପୃଥିବୀର ତାପମାତ୍ରାରେ ପରିବର୍ତ୍ତନ ।

ବୈଜ୍ଞାନିକଙ୍କ କହିବାନୁସାରେ ଯଦି ଆମର ଏହି ସୁନ୍ଦର ଗ୍ରହ ପୃଥିବୀରେ ତାପମାନ ଆଉ ୨ଡିଗ୍ରୀ ସେଲସିୟସର ବୃଦ୍ଧି ପାଏ ତ ପୃଥିବୀର ଏକ ଚତୁର୍ଥାଂଶ ଅନେକ ଦିନ ଧରି ଶୁଖିଲା ରହିବ ଆଉ ମରୁଭୂମି ପାଲଟିଯିବ । ଭାରତ ଜନ୍ମିତ ଜଣେ ବୈଜ୍ଞାନିକଙ୍କ ସହ , ବୈଜ୍ଞାନିକମାନଙ୍କର ଏକ ଦଳ ଏକ ଅଧ୍ୟୟନ କରିଥିଲେ । ନିଜର ଅଧ୍ୟୟନରେ କହିଛନ୍ତି ,ଏମିତି ହେବାର ସ୍ଥିତିରେ ପୃଥିବୀ ମରୁଭୂମି ସମ ହୋଇଯିବ । ଏବଂ ଅଧିକ ତାପ ବୃଦ୍ଧିରେ ଜଙ୍ଗଲରେ ନିଆଁ ଲାଗିବାର ଘଟଣା ବଢିପାରେ ।

ଯଦି ଗ୍ଲୋବାଲ୍ ୱାର୍ମିଂ କୁ ୧.୫ ଡିଗ୍ରୀ ସେଲସିୟସରେ ରଖିହେବ ତ ପୃଥିବୀର କିଛି ଅଂଶରେ ହେବାକୁ ଥିବା ପରିବର୍ତ୍ତନକୁ ରୋକାଯାଇପାରିବ । ବ୍ରିଟେନ୍ ର ୟୁନିଭର୍ସିଟି ଅଫ୍ ଇଷ୍ଟ ଆଙ୍ଗୋଲା ଓ ଚୀନର ସଦର୍ନ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଏହି ନିଷ୍କର୍ଷରେ ପହଁଚିବା ପୂର୍ବରୁ ଜଳବାୟୁ ପରିବର୍ତ୍ତନ ସହ ଜଡିତ ୨୭ଟି ମଡେଲର ଅଧ୍ୟୟନ କରିଛନ୍ତି ।

ନିଜର ଅଧ୍ୟୟନରେ କହିଛନ୍ତି , ଗ୍ଲୋବାଲ୍ ୱାର୍ମିଂରେ ୧.୫ ରୁ ୨ଡିଗ୍ରୀ ସେଲସିୟସର ବୃଦ୍ଧି ହେବାରେ ଯେଉଁ ଯାଗା ମରୁଭୂମି ପାଲଟିଯିବ , ଏହାର ଚିହ୍ନଟ ହୋଇଛି । ସେମାନେ ଏଥିରେ ଅରିଡିଟିକୁ ମାପିଛନ୍ତି । ସେହି ସ୍ଥାନର ବର୍ଷା ଓ ଜଳୀୟବାଷ୍ପର ଅନୁପାତର ଆଧାର ଅନୁସାରେ ଅରିଡିଟି ଭୂମିର ପୃଷ୍ଠଭାଗ ମପାଯାଏ ।

ଏଣୁ ଏବେଠୁ ଆମକୁ ସାବଧାନ ହେବାକୁ ପଡିବ । ଯଦି ଏହାକୁ ବିଶ୍ୱବାସୀ ଅଣଦେଖା କରନ୍ତି ତ ଏହାର ପରିଣାମ ଭୟାବହ ହୋଇପାରେ । ଏଥିରେ ଅବିଶ୍ୱାସର ପ୍ରଶ୍ନ ହିଁ ନାହିଁ । ଧିରେ ଧିରେ ପୃଥିବୀରେ ଜନସଂଖ୍ୟା ବଢୁଛି । ଏହାସହ କଳକାରଖାନା , ଅନେକ ଗାଡି ମଟର , ପରମାଣୁ ବୋମାର ପରିକ୍ଷଣ ଆଦି ପରିବେଶ ଓ ଜଳବାୟୁ ଉପରେ ପ୍ରଭାବ ପକାଉଛି ।
( ସୌଜନ୍ୟ- ନବଭାରତ ଟାଇମ୍ସ)