ଇୟରଫୋନ୍ ହେଲା କାଳ ! କାନରେ ବାଜିଲା କରେଣ୍ଟ,ଘଟଣାସ୍ଥଳରେ ଟଳିଲେ ଯୁବକ । 

57

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ହରିୟାଣାର ଯମୁନାନଗର ନାମକ ଗାଁରେ । ସୂଚନା ମୁତାବକ, ଗତକାଲି ଦିନ ପାଖାପାଖି ୧ଟା ବେଳେ ମୋବାଇଲକୁ ଚାର୍ଜରେ ବସାଇବା ସମୟରେ ସେଥିରେ ଇୟରଫୋନ ଲଗାଇ ଗୀତ ଶୁଣିବା କାରଣରୁ ଜଣେ ଯୁବକଙ୍କ ପ୍ରାଣବାୟୁ ଚାଲି ଯାଇଛି । ଏହି ସମୟରେ କରେଂଟ ଲାଗିବା ଦ୍ୱାରା ହିଁ ତାଙ୍କର ମୃତ୍ୟୁ ଘଟିଛି । ତେବେ ମୃତକଙ୍କ ନାଁ ଠାଠ୍ ସିଂହ(୨୨ ବର୍ଷ) ବୋଲି ଜଣାପଡିଛି ।

ମୃତକଙ୍କ ବାପା ମୋହନ କୁମାରଙ୍କ କହିବା କଥା ହେଲା କି, ତାଙ୍କ ପୁଅ ଠାଠ୍ ମୋବାଇଲକୁ ଚାର୍ଜରେ ବସାଇ ଇୟରଫୋନ ଜରିଆରେ ଗୀତ ଶୁଣୁଥିଲା । ଅପରାହ୍ନ ପାଖାପାଖି ୧ଟା ବେଲେ ହଠାତ୍ ଭୋଲଟେଜ୍ ବଢିଯାଇଥିଲା ଆଉ ଏହି ସମୟରେ ହିଁ ଠାଠ୍ ବିଦ୍ୟୁତ୍ ସସ୍ପର୍ଶରେ ଆସିବାରୁ ତାର ମୃତ୍ୟୁ ଘଟିଛି ।

ମୋହନ କୁମାରଙ୍କ କହିବା ଅନୁସାରେ, ଠାଠ୍ ଯେଉଁ ରୁମରେ ବସି ଗୀତ ଶୁଣୁଥିଲା, ତାର ଠିକ୍ ପାଖ ରୁମରେ ତାଙ୍କ ପତ୍ନୀ ସୁରେଖା ଥିଲେ ଏବଂ ଭୋଲଟେଜ ହଠାତ୍ ବଢିଯିବା କାରଣରୁ ସେ ଭୟରେ ସମସ୍ତ ବୈଦୁତିକ ଉପକରଣଗୁଡିକୁ ବନ୍ଦ କରିଦେଇଥିଲେ ଆଉ ଯେତେବେଳେ ସେ ପୁଅ ତଥା ଠାଠ୍ ରୁମକୁ ଆସିଥିଲେ ସେତେବେଳେ ସେ ଠାଠକୁ ଅଚେତ ଅବସ୍ଥାରେ ଦେଖିବାକୁ ପାଇଥିଲେ । ତେବେ ଏହି ସମୟରେ ଠାଠ୍ କାନରେ ଇୟରଫୋନ ଲାଗିଥିଲା । ଏହାପରେ ତାକୁ ତୁରନ୍ତ ମେଡିକାଲ ନେଇଯାଇଥିଲେ କିନ୍ତୁ ଡାକ୍ତର ଠାଠକୁ ମୃତ ବୋଲି ଘୋଷଣା କରିଥିଲେ । ତେବେ କରେଂଟ ସସ୍ପର୍ଶରେ ଆସି ଠାଠର ମୃତ୍ୟୁ ଘଟିଛି ବୋଲି ଡାକ୍ତର କହିଥିଲେ ।