ମୋଦି ସରକାର ଦେଉଛନ୍ତି ଟଙ୍କା ଆୟ କରିବାର ସୁଯୋଗ ! ପ୍ରତିଯୋଗିତାରେ ଭାଗ ନିଅନ୍ତୁ, ପୁରସ୍କାର ଜିତନ୍ତୁ

33

ମୋଦି ସରକାର ସଦାସର୍ବଦା ସାଧାରଣ ଲୋକଙ୍କ ହିତରେ କାମ କରିବା ପାଇଁ ଚେଷ୍ଟାରତ ଥାଆନ୍ତି । ସରକାରୀ କାର୍ଯ୍ୟରେ ସାଧାରଣ ଲୋକେ କିପରି ଅଧିକରୁ ଅଧିକ ଭାଗ ନେବେ ସେ ନେଇ ଜନତାଙ୍କୁ ଉତ୍ସାହିତ କରନ୍ତି । ତେବେ ବର୍ତ୍ତମାନ ସରକାର ସାଧାରଣ ଲୋକଙ୍କ ପାଇଁ ଆଣିଛନ୍ତି ସୁବର୍ଣ୍ଣ ସୁଯୋଗ । ଯାହାଦ୍ୱାରା ଆପଣ କେନ୍ଦ୍ର ପାଇଁ କିଛି କାମ କରି ୨୦ ହଜାର ପର୍ଯ୍ୟନ୍ତ ପୁରସ୍କାର ରାଶି ଜିତି ପାରିବେ । ପ୍ରକୃତକଥା ହେଲା ମୋଦି ସରକାର ଲଗାତାର ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହିତ କରିବା ପାଇଁ କିଛି ନାଁ କିଛି ପଦକ୍ଷେପ ନେଉଛନ୍ତି । ଆଉ ଏବେ ଡିଜିଟାଲ ନେଣଦେଣକୁ ବଢ଼ାଇବା ପାଇଁ ଦୁଇଟି ପ୍ରତିଯୋଗିତାର ଆୟୋଜନ କରିଛନ୍ତି । ଏହି ପ୍ରତିଯୋଗିତାରେ ଯଦି ଆପଣ ଜିତି ଯାଆନ୍ତି, ତେବେ ଆପଣ ପୁରସ୍କାରର ହକାଦାର ହେବେ । ଏହାସହ ଆପଣଙ୍କ ରଚନା ସାରା ଦେଶରେ ଉପଯୋଗ ହେବ ।

ବିମୁଦ୍ରାକରଣ ପରେ ମୋଦି ସରକାର ଲଗାତାର ଡିଜିଟାଲ ନେଣଦେଶ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଆଉ ଏବେ ସେଥିରେ ଆଉ ଏକ ପାଦ ଆଗେଇବା ପାଇଁ ସରକାର ଡିଜିଟାଲ ପେମେଣ୍ଟ ଆୱରନେସ୍ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ଏହି ଆୟୋଜନ ପାଇଁ ସରକାର ସିଗ୍ନେଚର ଟ୍ୟୁନ୍, ଲୋଗୋ ଓ ଟାଗଲାଇନ୍ ପ୍ରସ୍ତୁତ କରିବା ପାଇଁ ଚାହାନ୍ତି । ଏହି କାମ ପାଇଁ ମୋଦି ସରକାର ବିଶେଷଜ୍ଞଙ୍କ ମତ ନେବା ପରିବର୍ତ୍ତେ ସାଧାରଣ ଲୋକଙ୍କ ଭାଗିଦାରୀ ଲୋଡ଼ିଛନ୍ତି । ଯଦି ଆପଣ ସଙ୍ଗୀତରେ ରୁଚି ରଖନ୍ତି, ତେବେ ଆପଣ ସିଗ୍ନେଚର ଟ୍ୟୁନ୍ ତିଆରି କରିବାରେ ସାହାଯ୍ୟ କରିପାରିବେ ।

ଭଲ ଲେଖାଲେଖି କରିପାରୁଥିବା ଓ ଭଲ ଲୋଗୋ ଡିଜାଇନ୍ କରିପାରୁଥିବା ଲୋକେ ସରକାରଙ୍କ ପାଇଁ ଟାଗ ଲାଇନ୍ କିମ୍ବା ଲୋଗେ ପ୍ରସ୍ତୁତ କରି ପରୁସ୍କାର ଜିତିପାରିବେ । ସବୁଠାରୁ ଭଲ ସିଗ୍ନେଚର ଟ୍ୟୁନ ତିଆରି କରିଥିବା ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ପୁରସ୍କାର ଦିଆଯିବ । ଦ୍ୱିତୀୟରେ ଥିବା ବ୍ୟକ୍ତିଙ୍କ ଟ୍ୟୁନକୁ ୫୦୦୦ ଓ ତୃତୀୟ ବ୍ୟକ୍ତିଙ୍କୁ ୩ ହଜାର ପୁରସ୍କାର ଦିଆଯିବ । ଲୋଗୋ ଓ ଟାଗ୍ ଲାଇନ୍ ଭିତରୁ ଯିଏ ସବୁଠାରୁ ଭଲ ଟାଗ ଲାଇନ୍ ଲେଖିବ ତାଙ୍କୁ ୨୦ ହଜାର ଟଙ୍କା ପୁରସ୍କାର ମିଳିବ । ଦ୍ୱିତୀୟରେ ଥିବା ବ୍ୟକ୍ତିଙ୍କୁ ମିଳିବ ୧୫ ହଜାର ଓ ତୃତୀୟ ବ୍ୟକ୍ତିଙ୍କୁୁ ମିଳିବ ୭୫୦୦ ଟଙ୍କା ।

ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆପଣଙ୍କ ପାଖରେ ୫ ଡିସେମ୍ବର ପର୍ଯ୍ୟନ୍ତ ସମୟ ଅଛି । ତେବେ ପୁରସ୍କାର ଜିତିବା ପାଇ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତୁ । ଏବଂ ସରକାରଙ୍କ ଠାରୁ ପୁରସ୍କାର ଜିତନ୍ତୁ । ତେବେ ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ Mygov.in ପାଇଁ ୱେବସାଇଟ ଯାଇ ପାରନ୍ତି । ଏହି ୱେବସାଇଟରେ ପ୍ରତିଯୋଗିତା ଆୟୋଜନ ନେଇ ସମସ୍ତ ସବିଶେଷ ବିବରଣୀ ହାସଲ କରିପାରିବେ । ଏଥିରେ ଭାଗ ନେବା ପୂର୍ବରୁ ଏହାର ସର୍ତ୍ତ ଓ ନିୟମ ବିଷୟରେ ଭଲରେ ଜାଣିନିଅନ୍ତୁ ।