ସଚେତନତା ପାଇଁ ଅଭିନବ ପ୍ରୟାସ ! ଶୌଚାଳୟ ବ୍ୟବହାର କରି ୨୫୦୦ ଟଙ୍କା ପାଆନ୍ତୁ

233

ଯେଉଁ ସ୍ଥାନରେ ଶୌଚାଳୟର ସୁବିଧା ନଥାଏ ସେଠାରେ ସାର୍ବଜନିକ ଶୌଚାଳୟ ତିଆରି ହୋଇଥାଏ ଯାହାକୁ ସୁଲଭ ଶୌଚାଳୟ କୁହାଯାଏ । ଏପରି ଶୌଚାଳୟ ବ୍ୟବହାର କଲେ ଆମକୁ ଟଙ୍କା ଦେବାକୁ ପଡେ । କିନ୍ତୁ ରାଜସ୍ଥାନ ବାଡମେରେ ଜିଲ୍ଲାର କଥା ଟିକେ ନଆରା । ଏଠାରେ ଶୌଚାଳୟ ବ୍ୟବହାରର ପ୍ରତିବଦଳରେ ମିଳେ ଟଙ୍କା ।

ଆଶ୍ଚର୍ଯ୍ୟ ହେଲେ ବି କଥାଟି ସତ । ଏପରି ଏକ ନିଆରା ଯୋଜନା ହୋଇଛି ବାଡମେରେ ଜିଲ୍ଲାରେ । ଦେଶରେ ଖୋଲାରେ ଶୌଚ କରୁଥିବା ଲୋକଙ୍କୁ ଶୌଚାଳୟ ବ୍ୟବହାର ଶିଖାଇବା ପାଇଁ ବାଡମେରେ ଜିଲ୍ଲାର ଜିଲ୍ଲାପାଳ ଏପରି ଏକ ନିଆରା ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅନୁସାରେ ମାସ ସାରା ଶୌଚାଳୟ ବ୍ୟବହାର କରୁଥିବା ପରିବାରକୁ ମିଳିବ ୨୫୦୦ ଟଙ୍କା ।

କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ଯୋଜନାକୁ ସଫଳ କରିବାପାଇଁ ଏପରି ଉଦ୍ୟମ ଜାରି ରହିଛି । ଏପରି କରିବା ଦ୍ୱାରା ଲୋକଙ୍କ ମଧ୍ୟରେ ଦେଶକୁ ସଫା ରଖିବା ପାଇଁ ସଚେତନତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।