ଘରେ ବସି ଅଳ୍ପ ଟଙ୍କାରେ କରନ୍ତୁ ବ୍ୟବସାୟ ଆରମ୍ଭ : ଏହି ଉପାୟରେ ପ୍ରତିଦିନ ରୋଜଗାର କରିପାରିବେ ୧ ହଜାର ଟଙ୍କା !

36

କେତେ ଥର ଲୋକ ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହାଁନ୍ତି, କିନ୍ତୁ ତାଙ୍କ ପାଖରେ ବିଜନେସ ପ୍ଲାନ ନଥାଏ । ଏମିତି ବି ହୁଏ କି ଆପଣଙ୍କ ପାଖରେ ଆଇଡିଆ ଥିବ କିନ୍ତୁ ନିବେଶ କରିବା ପାଇଁ ଅଧିକ ଟଙ୍କା ନଥିବ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ବିଜନେସ ବିଷୟରେ ଜଣାଇବାକୁ ଯାଉଛୁ , ଯାହାକୁ ଆପଣ କମ ଟଙ୍କାରେ ବି ଆରମ୍ଭ କରିପାରିବେ ଏବଂ ନିଜର ପ୍ରତିଦିନର ଖର୍ଚ୍ଚ ଆରାମରେ ବାହାର କରିପାରିବେ ।

ଏହି ବିଜନେସ ଆପଣଙ୍କୁ ସବୁବେଳେ ଭଲ ଆୟ କରିବାର ସୁଯୋଗ ଦେବ । ଏଥିରେ ଲାଭ ବି ଅଧିକ ଥାଏ । ଏଥିରେ ଆପଣ ଉନ୍ନତି ବି କରିପାରିବେ । ଏହି ବିଜନେସରେ ଆପଣ ୩ ହଜାର ଟଙ୍କାର ନିବେଶ କରି ମାସକୁ ୩୦ ହଜାର ଟଙ୍କା ବା ତାଠୁ ଅଧିକ ଟଙ୍କା ଆୟ କରିପାରିବେ । ଆପଣଙ୍କ ପ୍ରତିଦିନର ଆୟ ପାଖାପାଖି ୧ ହଜାର ଟଙ୍କା ହୋଇଥାଏ । ବଢ଼ୁଥିବା ଉଦ୍ୟୋଗ ଏବଂ ସହରର ବଢ଼ୁଥିବା ଜନସଂଖ୍ୟା ମଧ୍ୟରେ ପେକର୍ସ ଆଣ୍ଡ ମୁଭର୍ସ(packers and movers) ର ଗତ କିଛି ବର୍ଷରେ ଡିମାଣ୍ଡ ବଢ଼ିଛି । ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ନିଜର ଘରୋଇ ବା ବ୍ୟବସାୟିକ ଜିନିଷର ସାବଧାନତା ସହିତ ଏବଂ ବିନା ଚିନ୍ତାରେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ନେବାକୁ ଚାହାଁନ୍ତି । ଏହି ମାମଲାରେ ପେକର୍ସ ଏବଂ ମୁଭର୍ସର ଆବଶ୍ୟକତା ପଡିଥାଏ ।

ଏହି ଉପାୟରେ ବିଜନେସ ଆରମ୍ଭ କରନ୍ତୁ : ପ୍ରଥମେ ନିଜର ବିଜନେସର ପଞ୍ଜିକରଣ କରାନ୍ତୁ । ନିଜର କମ୍ପାନୀର ପାନ୍ ତିଆରି କରି ବ୍ୟାଙ୍କ ଆକାଉଣ୍ଟରେ ଖାତା ଖୋଲନ୍ତୁ । ପଞ୍ଜିକରଣ ପ୍ରକ୍ରିୟା ପୁରା କରି ଟ୍ରେଡମାର୍କର ନାମ ଚୟନ କରନ୍ତୁ । ଏହାପରେ ଡୋମେନ ନାମ ଖୋଜି ନିଜର ୱେବସାଇଟ ତିଆରି କରନ୍ତୁ । ଆଧାର ଏମଏସଏମଇ ପଞ୍ଜିକରଣ କରାନ୍ତୁ । ଆପଣ ଆପଣଙ୍କ ମୋବାଇଲ ନମ୍ବରର ଆଧାରରେ ଡିଜିଟାଲ ବିଜନେସ ୱେବସାଇଟ ଭଳି ଜଷ୍ଟ ଡାଏଲଏବଂ ସୁଲେଖା ଡଟ କମରେ ରେଜିଷ୍ଟ୍ରେସନ କରାଇ ପାରିବେ । ଏହି ୱେବସାଇଟର ମାଧ୍ୟମରେ ଆପଣଙ୍କୁ ବ୍ୟବସାୟରେ ସାହାଯ୍ୟ ମିଳିବ ।