ଆଗୁଆ ନିର୍ବାଚନ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ପରେ ପ୍ରତିକ୍ରିୟା ରଖିଲା ବିଜେଡି ! ମନ୍ତ୍ରୀ ସୂର୍ଯ୍ୟ ପାତ୍ର କହିଲେ, ଦଳ ପ୍ରସ୍ତୁତ ଅଛି

20

କନକ ବ୍ୟୁରୋ : ଆଗୁଆ ନିର୍ବାଚନ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛ«ò, ବିଜେଡି ନିର୍ବାଚନ ପାଇଁ ସବୁବେଳେ ପ୍ରସ୍ତୁତ ଅଛି । ଦେଓଗଡ ଓ ନୂଆପଡା ଏହାର ଜ୍ୱଳନ୍ତ ଉଦାହରଣ । ୨୦୧୮ରେ ରାଜସ୍ଥାନ, ମଧ୍ୟପ୍ରଦେଶ ଭଳି ବିଜେପି ଶାସତି ରାଜ୍ୟଗୁଡିକରେ ନିର୍ବାଚନ ହେବ ।

ସେଠାରେ ସରକାର ବିରୋଧୀ ହାୱା ସୃଷ୍ଟି ହେଲାଣି । ତେଣୁ ବିଜେପି ଆଗୁଆ ନିର୍ବାଚନ ଚାହିୁଁଛି । ଯଦି ବିଜେପି ନିର୍ବାଚନ କମିଶନଙ୍କୁ ପ୍ରଭାବିତ କରି ଆଗୁଆ ଭୋଟ ଲାଗି ନିଷ୍ପତି ନିଏ, ତାହାହେେଲେ ଏ ନେଇ ନବୀନ ପଟ୍ଟନାୟକ ନିଷ୍ପତି ନେବେ ।

ଅନ୍ୟପଟେ ଲୋକସଭା ଓ ବିଭିନ୍ନ ରାଜ୍ୟର ଆଗୁଆ ନିର୍ବାଚନ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ପରେ କଂଗ୍ରେସର ବରିଷ୍ଠ ନେତା ତଥା ଓଡିଶା ପ୍ରଭାରୀ ବି. କେ. ହରିପ୍ରସାଦ କହିଛନ୍ତି, କଂଗ୍ରେସ ମଧ୍ୟ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି । ବିଜେପି ମାତ୍ର ୨୦ବର୍ଷ ହେଲା ନିର୍ବାଚନ ଲଢ଼ୁଛି । ହେଲେ କଂଗ୍ରେସ ଦୀର୍ଘ ୧୩୦ ବର୍ଷ ହେଲା ନିର୍ବାଚନ ଲଢ଼ୁଛି । ତେଣୁ ଯେତେବେଳେ ନିର୍ବାଚନ ହେଲେ ମଧ୍ୟ କଂଗ୍ରେସ ପ୍ରସ୍ତୁତ ଅଛି ।