ଟିଭି, ଫ୍ରିଜ୍ ଆଦି ସାମଗ୍ରୀ ଉପରେ ମିଳୁଛି ୭୦ ପ୍ରତିଶତ ରିହାତି ! ଜାଣନ୍ତୁ କେଉଁଠୁ କିଣିବେ ସାମଗ୍ରୀ

94

୨୦୧୭ ଶେଷ ହେବା ଉପରେ । ଆଉ ମାତ୍ର ୪ ଦିନ ପରେ ନୂଆବର୍ଷ । ଆଉ ନୂଆବର୍ଷ କୁ ନେଇ ସମସ୍ତଙ୍କ ମନରେ ଉତ୍ସାହ । ଏନେଇ ସପିଂ ମଲ, ଦୋକନ ଓ ଅନଲାଇନରେ ରିହାତିରେ ମିଳୁଛି ସାମଗ୍ରୀ । ତେବେ ବତ୍ତର୍ମାନ ସମୟରେ ପ୍ରାୟ ସବୁ କମ୍ପାନୀ ଗୁଡ଼ିକ ଭାରି ରିହାତିରେ ସାମଗ୍ରୀ ବିକ୍ରି କରୁଛନ୍ତି । ଏବେ ଚାଲିଚି ଷ୍କକ୍ କ୍ଲିୟରାନ୍ସ ସେଲ୍ । ଗ୍ରାହକଙ୍କୁ ଆକର୍ଷିତ କରିବ ପାଇଁ ଆମଜନ ଓ ଫ୍ଲିପକାର୍ଟ ସମତେ ଅନେକ ଅନଲାଇନ ସପିଂ ସାଇଟ ଗୁଡ଼ିକ ଅଫର ଆରମ୍ଭ କରିଦେଇଛନ୍ତି । ଚଳିତ ବର୍ଷର ବାକି ଥିବା କିଛି ଦିନରେ ଟିଭି ଫ୍ରିଜ ସମେତ ଅନେକ ଉତ୍ପାଦ ଉପରେ ୭୦ ପ୍ରତିଶତ ରିହାତି ମିଳୁଛି । ଅନେକ ଅଳଙ୍କାର ଉପରେ ମଧ୍ୟରେ ରହିଛି ରିହାତି । ତେବେ ଆସନ୍ତୁ ଜାଣିବା ଭିନ୍ନ ଭିନ୍ନ ଅନଲାଇନ୍ ସପିଂ ସାଇଟର ଅଫର ବିଷୟରେ . . .

ଟିଭି ଉପରେ ୩୦ ପ୍ରତିଶତ ରିହାତି – ଆପଣ ଟିଭି କିମ୍ବା ଲାପଟପ୍ କିଣିବା ପାଇଁ ଚାହୁଁଥିଲେ, ଆମାଜନରୁ କିଣିପାରିବେ । କମ୍ପାନୀ ବର୍ଷ ଶେଷ ସେଲ ଘୋଷଣା କରିଛି ଓ ଅଫର ଆରମ୍ଭ କରିଛି । ଏହି ଅଫର ଅନୁସାରେ ଲାପଟପ୍, ଟିଭି ଓ ଅନେକ ବୈଦୁତିକ ସାମଗ୍ରୀ ଉପରେ ୩୦ରୁ ୬୦ ପ୍ରତିଶତ ପର୍ଯ୍ୟନ୍ତି ରିହାତି ପ୍ରଦାନ କରୁଛି କମ୍ପାନୀ । ଆମାଜନ ସାଇଟରେ ତାଲିକାରେ କରାଯାଇଥିବା ଅଫର ମୁତାବକ ଟିଭି ଉପରେ ୩୦ ପ୍ରତିଶତ, ଲାପଟପ ଉପରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳୁଛି । ଏହା ବ୍ୟତୀତ କ୍ୟାମେରା ଓ ହେଡ଼ଫୋନ୍ ଉପରେ ୪୦ ରୁ ୬୦ ପ୍ରତିଶତ ରିହାତି ଦିଆଯାଉଛି ।

୭୦ ପ୍ରତିଶତ ରିହାତି – ସ୍ନାପଡ଼ିଲରେ ମଧ୍ୟ ଅଫରର ବର୍ଷା ହେଉଛି । କମ୍ପାନୀ ଆରମ୍ଭ କରିଛି ସ୍ୱତନ୍ତ୍ର ସେଲ୍ । ସେଲ ଅନୁସାରେ ଫ୍ରିଜ୍, ଟିଭି ସମେତ ଅନ୍ୟ ଘରୋଇ ସାମଗୀ ଉପରେ ୭୦ ପ୍ରତିଶତ ରିହାତି ଦିଆଯାଛିିି । ଏଠାରେ ୱାସିଙ୍ଗ ମେସିନ୍ ଉପରେ ୩ ହଜାର ପର୍ଯ୍ୟନ୍ତ ଏକ୍ସଚେଞ୍ଜ୍ ଅଫର ର ସୁବିଧା ମଧ୍ୟ ଉପଲବ୍ଧ ଅଛି । ଏହାସହ ଟିଭି ଉପରେ ୨୨ ହଜାର ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି ।

କେବଳ ୪୯୯ରେ ମିଳିବ ସାମଗ୍ରୀ – ଆମାଜନ ଓ ଫ୍ଲିପକାର୍ଟ ବ୍ୟତୀତ ସ୍ନାପଡ଼ିଲରେ ମଧ୍ୟ ବର୍ଷ ଶେଷ ସେଲ ଆରମ୍ଭ କରିଛି । ଏଥିରେ ପୁରୁଷଙ୍କୁ ପୋଷାକ ଓ ଉଲେନ ପୋଷାକ ଗୁଡ଼ିକ ୪୯୯ ଟଙ୍କାର ଭିତରେ ମିଳୁଛି ।

୨୦ ହଜାର ପର୍ଯ୍ୟନ୍ତ କ୍ୟାସବ୍ୟାକ୍ – ପେଟିଏମ୍ ମଲରେ ଫ୍ରିଜ, ଟିଭି, ମୋବାଇଲ ସମେତ ଅନେକ ଉତ୍ପାଦ ଉ ପରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଅଫର ମିଳୁଛି । ଏହାବ୍ୟତୀତ ଅନେକ ଉତ୍ପାଦ ଉପରେ ୭୦ ପ୍ରତିଶତ ରିହାତି ପ୍ରଦାନ କରାଯାଉଛି ।

ଜୁଏଲରି ଉପରେ ୮୫ ପ୍ରତିଶତ ରିହାତି – ଯଦି ଆପଣ ଅଳଙ୍କାର କିଣାକିଣି କରିବା ପାଇଁ ଚାହୁଁଛନ୍ତି, ତେବେ ଟାଟା କ୍ଲିକରୁ କରିପାରିବେ । ଏଠାରେ ଆପଣଙ୍କୁ ଅଳଙ୍କାର ଉପରେ କ୍ଲିୟରାନ୍ସ ସେଲ୍ ଅନୁସାରେ ୮୫ ପ୍ରତିଶତ ରିହାତି ଦିଆଯିବ । ଏହା ବ୍ୟତୀତ କମ୍ପାନୀ ପୋଷାକ ଓ ଘରୋଇ ସାମଗ୍ରୀ ଉପରେ ଭାରି ରହାତି ପ୍ରଦାନ କରୁଛି । ପୋଷାକ ଉପରେ ୭୦ ପ୍ରତିଶତ ଓ ରୋଷେଇ ଆସବାବାପତ୍ର ଉପରେ ୫୦ ପ୍ରତିଶତ ରିହାତି ମିଳୁଛି ।