ଶସ୍ତାରୁ ହିନସ୍ତା ! ସୁନ୍ଦରଗଡରେ ଇ-ସପିଂରେ ଠକେଇ ଅଭିଯୋଗ, ମୋବାଇଲ ପ୍ୟାକେଟରେ ଆସିଲା ଶିବ ଲିଙ୍ଗ

40

କନକ ବ୍ୟୁରୋ : ଶସ୍ତାରେ ଦାମୀକିଆ ସାମଗ୍ରୀ ମିଳିବା ଅଫର ପାଇ ଆପଣ ହଇରାଣ ହୋଇପାରନ୍ତି । ଏଭଳି ମନଲୋଭା ଅଫର ଠାରୁ ନିଜକୁ ଦୂରେଇ ରଖନ୍ତୁ । ନହେଲେ ଆପଣ ମଧ୍ୟ ଠକାମୀର ଶିକାର ହୋଇପାରନ୍ତି । ସୁନ୍ଦରଗଡ ହେମଗିରି ବ୍ଲକ ଡୁଡୁକା ପଂଚାୟତର ପ୍ରସନ୍ନ ନାୟକ ଏପରି ଠକାମିର ଶିକାର ହୋଇଛନ୍ତି । ୧୫ହଜାର ଟଙ୍କାର ମୋବାଇଲକୁ ୧୫ଶହ ଟଙ୍କାରେ ପାଇବା ଲୋଭରେ ଅନଲାଇନ ଏସବିଟି ଇ-ସପିଂରେ ମୋବାଇଲ ଅର୍ଡର କରିଥିଲେ । କିନ୍ତୁ ଅର୍ଡର ଆସିଲା ବେଳକୁ ସେଥିରୁ ବାହାରିଲା ଶିବଲିଙ୍ଗ ।

ମୋବାଇଲ ଫୋନ ଅର୍ଡର କରିବା ପରେ ତାକୁ ଏନେଇ ଏକ ଫୋନ କଲ୍ ମାଧ୍ୟମରେ ଅର୍ଡର କନଫର୍ମ କରାଯାଇଥିଲା । ଏବଂ ୧୦ଦିନ ମଧ୍ୟରେ ପୋଷ୍ଟ ଅଫିସରେ ଟଙ୍କା ପଇଠ କଲାପରେ ସେ ପ୍ୟାକେଟ ନେଇ ଯାଇପାରିବେ ବୋଲି କୁୂହାଯାଇଥିଲା । ତେବେ ତାଙ୍କ ପ୍ୟାକେଟ ଆସିବା ପରେ ସେ ପୋଷ୍ଟ ଅଫିସକୁ ଯାଇ ୧୫ଶହ ଟଙ୍କା ଓ ପୋଷ୍ଟାଲ ଚାର୍ଜ ପଇଠ କରି ପ୍ୟାକେଟଟାକୁ ନେଇ ଅସିଥିଲେ । ପରେ ଦେଖିଲା ବେଳକୁ ପ୍ୟାକେଟ ଭିତରୁ ଏକ ଶିବଲିଙ୍ଗ ବାହାରିଥିଲା । ଏବେ ସମ୍ପୃକ୍ତ କମ୍ପାନୀର ଫୋନ ନମ୍ବରକୁ ମଧ୍ୟ ଫୋନ ଲାଗୁନଥିବା ସେ କହିଛନ୍ତି ।