କ’ଣ ଆପଣ ଅନଲାଇନରେ ଔଷଧ କିଣୁଛନ୍ତି ? ତେବେ ଜାଣି ନିଅନ୍ତୁ ତାହା ଅସଲି ନା ନକଲି

28

କ’ଣ ଔଷଧ ଅନଲାଇନ୍ ଅର୍ଡର କରିବା ଠିକ୍ ? ଶସ୍ତା ଚକ୍କରରେ ଆପଣ ଏହାକୁ ଅନଲାଇନ୍ କିଣୁଛନ୍ତି କି ? କେମିତି ଜଣାପଡିବ ତାହା ନକଲି ନା ନାହିଁ । କେମିଷ୍ଟ ଆଣ୍ଡ ଡ୍ରଗ୍ସ ଆସୋସିଏସନ୍ ଅନଲାଇନ୍ ଔଷଧ କାରବାର ଉପରେ ଅନେକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତାଙ୍କ କହିବାନୁସାରେ, ଇ-ଫାର୍ମାସୀ ଅର୍ଥାତ୍ ଅନଲାଇନ୍ ଔଷଧର ବ୍ୟବସାୟ ବିନା କୈାଣସି ନିୟମରେ ଚାଲୁଛି । ଗତ କିଛି ବର୍ଷ ହେଲାଣି ଏହି ବ୍ୟବସାୟ ବଢ଼ି ବଢ଼ି ଚାଲିଛି । ଏଠି ଏମିତି ଔଷଧ ବିକ୍ରି ହେଉଛି, ଯାହା ବିନା ଡାକ୍ତରଙ୍କ ପ୍ରେସକ୍ରିପ୍ସନ୍ ବା ପରାମର୍ଶରେ ଦିଆଯାଇପାରିବନି । ଏଥିପାଇଁ କେହି ଦାୟୀ ନୁହଁନ୍ତି ।

ଆସୋସିଏସନ୍ ର ମହାସଚିବ ରାଜୀବ ସିଘଂଲଙ୍କ କହିବାନୁସାରେ, ଗ୍ରାହକଙ୍କ ପାଇଁ ଭଲ କଥା ଏହା ଯେ, ତାଙ୍କୁ ଶସ୍ତା ଔଷଧ ମିଳୁଛି । କିନ୍ତୁ ଔଷଧର ମାନ କେମିତି ଥାଏ, କ’ଣ ତାହା ନକଲି ? ତାହାର ଉତ୍ତରଦାୟୀ କେହି ନଥାନ୍ତି । ଅନଲାଇନ୍ ଔଷଧ ବିକ୍ରି ଦ୍ୱାରା ବ୍ୟବସାୟୀଙ୍କୁ କ୍ଷତି ହେବା ସହ ଲୋକଙ୍କୁ ବି ବିପଦ ଅଛି । ଏହାର ମୁଖ୍ୟ କାରଣ ଏହା ଯେ, ନିଦ ଔଷଧ ଗୋଟିଏ ୱେବସାଇଟ୍ ବ୍ୟତୀତ ଅନ୍ୟ ୱେବସାଇଟରୁ ବି ଅସଂଖ୍ୟ ସଂଖ୍ୟାରେ ଅର୍ଡର କରାଯାଇପାରିବ । ଏମିତି ହିଁ ଅନ୍ୟ ଔଷଧକୁ ଅନଲାଇନ୍ ଅର୍ଡର କରି ତାହାର ଦୂରୂପଯୋଗ କରାଯାଇପାରିବ । ଏହା ଉପରେ କୈାଣସି ପ୍ରତିବନ୍ଧକ ନାହିଁ । ଯେଉଁଠି ରିଟେଲର୍ ମେଡିସିନ୍ ଉପରେ ୧୮-୨୦% ରିହାତି ଦିଅନ୍ତି, ସେଇଠି ଅନଲାଇନ୍ କମ୍ପାନୀ ୩୦-୬୦% ପର୍ଯ୍ୟନ୍ତ ରିହାତି ଦିଏ ।