ବ୍ୟାପକ ହୋହାଲ୍ଲା ଭିତରେ ଆସ୍ଥା ଭୋଟ ଜିତିଲେ ପାଲାନିସ୍ୱାମୀ ! ସପକ୍ଷରେ ଗଲା ୧୨୨ ସଦସ୍ୟଙ୍କ ମତ

27

କନକ ବ୍ୟୁରୋ : ବ୍ୟାପକ ହୋହାଲ୍ଲା ଭିତରେ ଆସ୍ଥା ଭୋଟ ଜିତିଛନ୍ତି ତାମିଲନାଡୁ ନୂଆ ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ । ୧୨୨ ସଦସ୍ୟଙ୍କ ମତ ପାଲାନିସ୍ୱାମୀଙ୍କ ସପକ୍ଷରେ ଯାଇଛି । ଏହା ସହ ପାଲାନିସ୍ୱାମୀଙ୍କ ବିପକ୍ଷରେ ୪ ସଦସ୍ୟ ଯାଇଛନ୍ତି ୧୧ ବିଧାୟକ । ତେବେ ଏହାକୁ ନେଇ ତାମିଲନାଡୁ ବିଧାନସଭାରେ ଆଜି ତାମସା ଦେଖିବାକୁ ମିଳିଥିଲା । ବାଚସ୍ପଚିଙ୍କ ମାଇକ ଓ ଚେୟାର ଭାଙ୍ଗିଥିଲେ ବିରୋଧୀ ବିଧାୟକ ।

ଡିଏମକେ ସଦସ୍ୟଙ୍କ ହଙ୍ଗାମା ଫଳରେ ପଲାନିସ୍ୱାମୀଙ୍କ ଆସ୍ଥା ଭୋଟରେ ବିଭ୍ରାଟ ଦେଖାଦେଇଥିଲା । ବାଚସ୍ପତିଙ୍କ ଭୋଟ ବିଭାଜନ ନିଷ୍ପତିକୁ ବିରୋଧ କରି ଗୃହରେ ପ୍ରବଳ ପାଟିତୁଣ୍ଡ କରିଥିଲେ ଡିଏମକେ ସଦସ୍ୟ । ଭୋଟ ବିଭାଜନ ପରିବର୍ତେ ଗୁପ୍ତ ମତଦାନ ଦାବି କରିଥିଲେ ବିରୋଧୀ । ଏଆଇଏଡିଏମକେ ସାଧାରଣ ସଂପାଦିକା ଶଶିକଳା ଜେଲ ଯିବା ପୂର୍ବରୁ ପଲାନିସ୍ୱାମୀଙ୍କୁ ବିଧାୟକ ଦଳ ନେତା ପଦରେ ବସାଇଛନ୍ତି ।