ରଥଯାତ୍ରା ପାଇଁ ପୂର୍ବତଟ ରେଳ ବିଭାଗ ଶୁଭାରମ୍ଭ କଲା ନୂଆ ଆପ୍

145

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ମୋବାଇଲ ଆପ୍ ସେବା ଆରମ୍ଭ ହୋଇଛି। ଏହି ଆପ୍ ଦ୍ୱାରା ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ତୀର୍ଥଯାତ୍ରୀ ଓ ଭକ୍ତମାନେ ଉପକୃତ ହୋଇପାରିବେ ବୋଲି ପୂର୍ବତଟ ରେଳ ବିଭାଗ କହିଛି । ରଥଯାତ୍ରା ସମୟରେ ପୂର୍ବତଟ ରେଳପଥ ପକ୍ଷରୁ ସେବା ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ଟ୍ରେନ ସହ ନିୟମିତ ଚାଲୁଥିବା ଟ୍ରେନ୍ ଓ ଅନ୍ୟ ସୁବିଧା ଉପଲବ୍ଧ ପାଇଁ ସ୍ମାର୍ଟ ଫୋନ୍ରେ ଗୁଗ୍ଲ ପ୍ଲେ ଷ୍ଟୋରରୁ ଯାତ୍ରୀମାନେ ଆପ୍କୁ ଡାଉନ୍ଲୋଡ୍ କରିପାରିବେ।

ପୂର୍ବତଟ ରେଳପଥ ପକ୍ଷରୁ ଜୁଲାଇ୧୩ ରୁ ୨୪ ପର୍ୟ୍ୟନ୍ତ ରଥଯାତ୍ରା ପାଇଁ ଚଳିତବର୍ଷ ୧୮୬ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଥୁବା ଜଣାପଡିଛି ।। ଏହି ଆପ୍ରେ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମ୍ପୂର୍ଣ୍ଣ ବିବରଣୀ, ଚଳାଚଳ ଦିବସ, ସମୟ ସମ୍ପର୍କରେ ସୂଚନା ରହିଛି। ସମସ୍ତ ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ପାଇଁ ପୁରୀଠାରେ ନିର୍ଦିଷ୍ଟ ପ୍ଲାଟଫର୍ମ ସମ୍ପର୍କରେ ଲାଇଭ୍ ସୂଚନା ଉପଲବ୍ଧ ହେବ ଯାହା ଦ୍ୱାରା ଲୋକମାନେ ନିଜ ମୋବାଇଲ ଆପ ସାହାର୍ଯ୍ୟରେ ସମସ୍ତ ସୂଚନା ପାଇପାରିବେ ।

ଆଇଆରସିଟିସି ପକ୍ଷରୁ ଟୁରିଜିମ୍, ରିଟାୟାରିଂ ରୁମ୍, ମେଳା ସେଡ୍ର ଉପଲବ୍ଧ, ଲଜିଂ ବ୍ୟବସ୍ଥା ସମ୍ପର୍କରେ ସୂଚନା ମିଳିବ। ରଥଯାତ୍ରାର ରୀତି ଓ ନୀତି ସମ୍ବନ୍ଧିତ ସୂଚନା, ପୁରୀ ଓ ଅନ୍ୟାନ୍ୟ ସ୍ଥାନରେ ୪୦ଟି ସ୍ୱତନ୍ତ୍ର ଟିକେଟ କାଉଣ୍ଟର ସମ୍ବନ୍ଧରେ ସୂଚନା, ପୁରୀଠାରେ ଓଏସଆରଟିସି ଦ୍ୱାରା ପରିବହନ ସୁବିଧା, ପ୍ରି-ପେଡ୍ ଟ୍ୟାକ୍ସି ବ୍ୟବସ୍ଥା ଓ ଭଡ଼ାର ସୂଚନା, ରେଳ ସିଟ୍ ଉପଲବ୍ଧ, ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ହୁଇଲ ଚେୟାର, ପ୍ଲାଟଫର୍ମରେ ବ୍ୟାଟେରି ଚାଳିତ ଯାନ ଓ ଷ୍ଟେସନରେ ମାଗଣ ୱାଇଫାଇ ସୁବିଧା ଉପଲବ୍ଧ ସମ୍ପର୍କରେ ଜଣାପଡ଼ିବ। ଉଭୟ ସଂରକ୍ଷିତ ଓ ଅଣ ସଂରକ୍ଷିତ ଟିକେଟକୁ ଏହି ଆପ ଜରିଆରେ ବୁକ୍ କରାଯାଇ ପାରିବ ବୋଲି ରେଳ ବିଭାଗ ସୂଚନା ଦେଇଛି । ରଥଯାତ୍ରା ପାଇଁ ରେଳ ବିଭାଗ ଯାତ୍ରାମାନଙ୍କର ସୁବିଧା ଲାଗି ଅନେକ ଯୋଜନା କରୁଥିବା ଜଣାପଡିଛି । କେବେ ଏହି ଯୋଜନା କିପରି ଭାବରେ କାମ କରୁଛି ତାହାର ତଦାରଖ ପାଇଁ ମଧ୍ୟ ଅଫିସରଙ୍କୁ ନିଯୁକ୍ତି କରାଯାଇଛି ବୋଲି ପୂର୍ବତଟ ରେଳ ବିଭାଗର ମୁଖପାତ୍ର ଜେ. ପି ମିଶ୍ର କହିଛନ୍ତି ।