ଇ-କମର୍ସ କମ୍ପାନୀ ଗୁଡ଼ିକ ପାଇଁ ନୂଆ ନିୟମ, ପ୍ରଭାବିତ ହେବେ ଗ୍ରାହକ ! ବିଳମ୍ବରେ ସାମଗ୍ରୀ ପହଞ୍ଚିବା ସହ ଦେବାକୁ ପଡ଼ିବ ଅଧିକ ଟଙ୍କା

103

ମୋଦି ସରକାରଙ୍କ ବଜେଟ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ଜୋର୍ । ଗୋଟିଏ ପଟେ ବଜେଟ୍ ଲାଗୁ ହୋଇଛି ଆଉ ଅନ୍ୟପଟେ ୧ ଫେବୃୟାରୀରୁ ଇ-କମର୍ସ ପ୍ଲାଟଫର୍ମକୁ ନେଇ ମଧ୍ୟ ନୂଆ ନିୟମ ଲାଗୁହୋଇଯାଇଛି । ନୂଆ ନିମୟ ଲାଗୁ ହେବାପରେ ଅଧିକ ପ୍ରଭାବିତ ହେବେ ଗ୍ରାହକ । ନିୟମରେ ପରିବର୍ତ୍ତନ ହେବାପରେ ଆପଣ ଆମାଜନ ଇଣ୍ଡିଆ ଓ ଫିପକାର୍ଟରୁ କିଛି ସାମଗ୍ରୀ କିଣିବାକୁ ଚାହୁଁଥିଲେ , ଆପଣଙ୍କୁ ସାମଗ୍ରୀ ମିଳିନପାରେ ।

ଇ-କମର୍ସ କମ୍ପାନୀ ଗୁଡ଼ିକରେ ଏଫଡ଼ିଆଇ ର ନୂଆ ନିୟମ ଗତକାଲି ଠାରୁ ଲାଗୁ ହୋଇଯାଇଛି । ଯଦ୍ୱାରା ଗ୍ରାହକ ସେବା ପ୍ରଭାବିତ ହେବ । ନୂଆ ବ୍ୟବସ୍ଥା ଅନୁସାରେ ଗ୍ରାହକଙ୍କ ପାଖରେ ବିଳମ୍ବରେ ସାମଗ୍ରୀ ପହଞ୍ଚିବ । ଏବଂ ତୁଳନାତ୍ମକ ଭାବେ ଅଧିକ ଟଙ୍କା ଦେବାକୁ ପଡ଼ିବ । ନୂଆ ନିୟମର ପ୍ରଭାବ ଆମାଜନ ଉପରେ ଅଧିକ ପଡ଼ୁଛି । ଯଦ୍ୱାରା ଆମାଜନ ମୋବାଇଲ, ଇଲେକ୍ଟୋନିକ୍ସ ଓ ଗୋସାରି ସାମ୍ରଗୀ ସହିତ ଅନେକ ସାଗ୍ରୀକୁ ହଟାଇବା ପାଇଁ ପଡ଼ିବ ।