ମିଳୁନାହାଁନ୍ତି ନିଲାମଧାରୀ

31

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଦୁଇ ଦୁଇ ଥର ଫେଲþ ମାରିଲାଣି ଇ-ଅକସନ୍ । ଚିଟଫଣ୍ଡ ସଂସ୍ଥା ରୋଜଭ୍ୟାଲିର ସମ୍ପତି କିଣିବାକୁ ମିଳୁନାହାଁନ୍ତି ବିଡର । ସମସ୍ତଙ୍କ ମନରେ ଭୟ । ରୋଜଭ୍ୟାଲି ଏକ ଚିଟଫଣ୍ଡ ସଂସ୍ଥା । ଯାହାର ସମ୍ପତି କିଣି ବିବାଦକୁ ଆସିବାକୁ ଚାହୁଁନାହାଁନ୍ତି । ସେପଟେ ତୃତୀୟ ଥର ଇ-ଅକସନ ପୂର୍ବରୁ ସମ୍ପତିର ବେସ୍ ରେଟ୍ କମାଇବାକୁ ଯୋଜନା କରୁଛନ୍ତି ସରକାର । ରୋଜଭ୍ୟାଲି ସଂସ୍ଥା ସାରା ଦେଶରେ ୧୭ ହଜାର କୋଟି ଟଙ୍କାର ଠକେଇ କରିଛି । ଓଡିଶାରୁ ଠକିଛି ୪୫୦ କୋଟି ।

ତେବେ ଏହି ୪୫୦ କୋଟିରୁ ପ୍ରଥମ ପର୍ଯ୍ୟାୟରେ ନିଲାମ ହେବ ୩ କୋଟି ୭୬ ଲକ୍ଷ ୩୬ ଟଂକାର ସମ୍ପତି । ଯେଉଁଥିରେ ରହିଛି ଭୁବନେଶ୍ୱର ଉପକଂଠ ପାହାଳରେ ଥିବା କମ୍ପାନୀର ୪ଟି ଫ୍ଲାଟ୍ । ଯାହାର ମୂଲ୍ୟ ୩ କୋଟି ୬୯ ଲକ୍ଷ ଟଙ୍କା । ସେହିପରି ନିଲାମ ହେବ ବାଲେଶ୍ୱର ନୀଳଗିରିରେ ଥିବା କମ୍ପାନୀର ୪୬ ଡିସିମିଲ୍ ଜମି । ଯାହାର ମୂଲ୍ୟ ୭ ଲକ୍ଷ ୩ ହଜାର ୬୫୦ ଟଙ୍କା । ତେବେ ଦୁଇ ଦୁଇ ଥର ଫେଲ୍ ମାରିଛି ନିଲାମ ପ୍ରକ୍ରିୟା । ତୃତୀୟ ଥର ଅକସନ୍ ପାଇଁ ବେସ୍ ରେଟ୍ କମାଯିବାର ସମ୍ଭାବନା ଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

ସେପଟେ ବାଲେଶ୍ୱର ନୀଳଗିରିରେ ଥିବା କମ୍ପାନୀର ୪୬ ଡିସିମିଲ୍ ଜମି କିଣିବାକୁ ଆଗ୍ରହୀ ଅଛନ୍ତି ଜଣେ ବିଡର । ତେବେ ସେ ଇ-ଅକସନ ୱେବସାଇଟ୍ ଠିକ୍ ଭାବେ ଖୋଲୁନଥିବା ସେ କହିଛନ୍ତି ।

୨୦୧୫ ଫେବ୍ରୁଆରୀରେ ରୋଜଭ୍ୟାଲି କମ୍ପାନିର ସମସ୍ତ ସ୍ଥାବର ଅସ୍ଥାବର ସଂପତି ବାଜ୍ୟାପ୍ତି କରିବାକୁ ନିର୍ଦେଶ ଦେଇଥିଲେ ସ୍ୱତନ୍ତ୍ର କୋର୍ଟ । ଏହାପରେ ଗତ ମାସ ୧୧ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମେ ୪ ତାରିଖରେ ଡକାଯାଇଥିଲା ପ୍ରଥମ ଇ-ନିଲାମୀ । ତେବେ କେହି ଜଣେ ହେଲେବି ବିଡର ଆସିନଥିଲେ ।