୯ଟି ଜିଲ୍ଲାରେ ପ୍ରବଳ ବର୍ଷା । ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ।

25

କନକ ବ୍ୟୁରୋ: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି। ଯାହା ଘନୀଭୂତ ହେଉଥିବାରୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ସ୍ୱତନ୍ତ୍ର ରିଲିଫ୍ କମିଶନର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ଡେପୁଟି ଏସଆରସି ପ୍ରଭାତ ମହାପାତ୍ର ।

ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସାମ୍ଭାବ୍ୟ ଜିଲ୍ଲାଗୁଡିକ ହେଲା- ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, ସମ୍ବଲପୁର, କଟକ, ବୌଦ୍ଧ ଓ ଜଗତସିଂହପୁର ଭଳି ଜିଲ୍ାରେ ବର୍ଷାର ପରିମାଣ ଅଧିକ ରହିବ । ଅନ୍ୟପଟେ ପ୍ରବଳ ବର୍ଷା ହେବାର ସାମ୍ଭାବ୍ୟ ଜିଲ୍ଲାଗୁଡିକରେ ରହିଛଇ- କଳାହାଣ୍ଡି, ରାୟଗଡା, ଅନୁଗୁଳ,ଗଜପତି, କେନ୍ଦ୍ରାପଡା, ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା ଏବଂ ବରଗଡ ଭଳି ଜିଲ୍ଲା ରହିଛି । ଏହାସହଘଡଘଡ଼ି ଓ ପବନ ବୋହିବାର ଆଶଙ୍କା ମଧ୍ୟ କରାଯାଉଛି। ପବନର ବେଗ ଘଣ୍ଟାକୁ କିମି ପ୍ରତି ୫୦ରୁ ୬୦ ରହିବ। ଏନେଇ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାନରେ ଅଧିକ ବର୍ଷା ହେବାର ସୂଚନା ମିଳି ନାହିଁ ବୋଲି କହିଛନ୍ତି ଡେପୁଟି ଏସଆରସି ।

ଅନ୍ୟପଟେ ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସବୁ ରାଜସ୍ୱ କମିଶନର, ଫାୟାର ସର୍ଭିସ ଏବଂ ଏନ୍ଡିଆରଏଫକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି।