ନବୀନଙ୍କ ଅପରେସନ ‘ଦିଲ୍ଲୀ’ ! ବିଜେଡି ରାଜନୀତିରେ ହଟଚମଟ

40

କନକ ବ୍ୟୁରୋ : ନବୀନଙ୍କ ଅପରେସନ୍ ଦିଲ୍ଲୀ । ଓଡିଶା ରାଜନୀତିରେ ସୃଷ୍ଟି ହୋଇପାରେ ନୂଆ ସମ୍ବାବନା । ହଠାତ୍ ରାଜ୍ୟ ସଭାରୁ ଇସ୍ତଫା ଦେବାକୁ ବିଷ୍ଣୁ ଦାସଙ୍କୁ ନିର୍ଦେଶ ଦେଇଛନ୍ତି ନବୀନ । ତାଙ୍କୁ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ସେପଟେ ତାଙ୍କ ସ୍ଥାନରେ କିଏ ଯିବ ରାଜ୍ୟସଭା । କୁହାଯାଉଛି, ସେହି ବ୍ୟକ୍ତି ହିଁ ନବୀନଙ୍କ ଏହି ବଡ ପଦକ୍ଷେପର କେନ୍ଦ୍ରବିନ୍ଦୁ ।

ତେବେ, ନବୀନଙ୍କ ପଦକ୍ଷେପ ସଂପର୍କରେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଦୁଇ ଜଣଙ୍କୁ ନେଇ ଚର୍ଚ୍ଚା ହେଉଛି । ଜଣେ ହେଲେ ନବୀନଙ୍କ ବଡ଼ ଭଉଣୀ ୭୪ ବର୍ଷୀୟା ଗୀତା ମେହେଟ୍ଟା ଓ ଆଉ ଜଣେ ହେଉଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ।

ଗୀତା ମେହେଟ୍ଟା

gitaସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଏହି ଝିଅ ସବୁବେଳେ ସାନଭାଇ ନବୀନ ପଟ୍ଟନାୟକଙ୍କ ସୁଖ-ଦୁଃଖର ସାଥୀ ହୋଇ ରହିଆସିଛନ୍ତି । ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ଗୋଟିଏ ଗୋଷ୍ଠୀ ଆକଳନ କରୁଛନ୍ତି- ନବୀନ ଗୀତା ମେହେଟ୍ଟାଙ୍କୁ ରାଜ୍ୟସଭା ପଠାଇ ଦଳ ତଥା ଦିଲ୍ଲୀର ଦଳୀୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇପାରନ୍ତି । ଏପରିକି ଯଦି ଏହି ଆଲୋଚନାରେ ସତ୍ୟତା ଥାଏ ତେବେ ଗୀତାଙ୍କୁ ଦଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇପାରେ ବୋଲି ଆକଳନ କରାଯାଇପାରିବ ।

ବିଜୟ ପଟ୍ଟନାୟକ

Screen shot 2017-03-19 at 7.50.34 PMପୂର୍ବରୁ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଥିବା ବିଜୟ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଥିଲେ । କୁହାଯାଏ ଏହି ବ୍ୟୁରୋକ୍ରାଟଙ୍କ ଉପରେ ନବୀନ ଯେତିକି ବିଶ୍ୱାସ କରନ୍ତି, ଆଉ କୌଣସି ନେତା କିମ୍ବା ବ୍ୟୁରୋକ୍ରାଟ୍ ଏତିକି ବିଶ୍ୱାସଭାଜନ ହୋଇପାରିନାହାନ୍ତି । ଦଳରୁ ପ୍ୟାରୀ ଯିବା ପରେ ହୁଏତ ନବୀନ ବିଜୟଙ୍କୁ ରାଜ୍ୟସଭା ପଠାଇ ବିଜେଡି ରାଜନୀତିରେ ପ୍ୟାରୀଙ୍କ ଭୂମିକା ଦେଇପାରନ୍ତି ।

ଦୀର୍ଘ ୭ ଦିନ ଧରି ଦିଲ୍ଲୀରେ ରହିବା ପରେ ଗତ ଶୁକ୍ରବାର ଦିନ ଭୁବନେଶ୍ୱର ଫେରିଥିଲେ ନବୀନ । ଆଉ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ସଙ୍କେତ ଦେଇଥିଲେ । କୁହାଯାଉଛି, ଦଳୀୟ ତଥା ଦିଲ୍ଲୀ ରାଜନୀତିରେ ବିଜେଡି ହାତମୁଠାକୁ ଟାଣ କରିବାକୁ ନବୀନ ଏହି ନିଷ୍ପତି ନେଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-