ଓଡିଆ ଧାବିକା ଦୂତି ଚାନ୍ଦଙ୍କୁ ମିଳିଲା ରିଓ ଅଲିମ୍ପିକ୍ସ ଟିକେଟ

31

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଆ ଧାବିକା ଦୂତି ଚାନ୍ଦଙ୍କୁ ମିଳିଲା ରିଓ ଅଲିମ୍ପିକ୍ସ ଟିକେଟ । ମିଳିଥିବା ସୂଚନା ଅନୁସାରେ କାଜାକସ୍ତାନରେ ୧୧ ଦଶମିକ ୩୦ ସେକେଣ୍ଡରେ ୧୦୦ ମିଟର ଦୌଡି ଏହି ଯୋଗ୍ୟତା ଅର୍ଜନ କରିଛନ୍ତି ଦୂତି । ପୂର୍ବରୁ ସେ ଗତ ଏପ୍ରିଲ ମାସରେ ଦିଲ୍ଲୀରେ ଅନୁଷ୍ଠିତ ଫେଡେରେସନ କପ୍ ନ୍ୟାସନାଲ ଆଥଲେଟିକ୍ସ ମିଟରେ ୧୦୦ ମିଟର ଦୈଡରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ମଧ୍ୟ ଅଲିମ୍ପିକ୍ସ ଯୋଗ୍ୟତାରୁ ଅଳ୍ପକେ ଦୂରେଇ ଯାଇଥିଲେ । ରଚିତା ମିସ୍ତ୍ରୀଙ୍କ ୧୬ ବର୍ଷର ରେକର୍ଡକୁ କାଟି ୧୧ ଦଶମିକ ୩୩ ସେକେଣ୍ଡରେ ୧୦୦ ମିଟର ଦୌଡିଥିଲେ । ମାତ୍ର ଗୋଟିଏ ସେକେଣ୍ଡ ପାଇଁ ସେ ଏହି ସୁଯୋଗରୁ ବଂଚିତ ହୋଇଥିଲେ । କାରଣ ଅଲିମ୍ପକ୍ସ ଯୋଗ୍ୟତା ପାଇଁ ୧୧ ଦଶମିକ ୩୨ ସେକେଣ୍ଡରେ ୧୦୦ ମିଟର ଦୌଡିବାର ସମୟ ସୀମା ରହିଛି । ସେହିପରି କାଜକସ୍ତାନରେ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ୧୧ ଲଦଶମିକ ୪୭ ସେକେଣ୍ଡରେ ୧୦୦ ମିଟର ଦୌଡି ରୌପ୍ୟ ପଦକ ପାଇବା ସହ ଅଲିମ୍ପିକ୍ସ ଯୋଗ୍ୟତାରୁ ବଂଚିତ ହୋଇଥିଲେ । ଓଡିଶା ଆଥଲେଟ ଆସୋସିଏସନ ପକ୍ଷରୁ ୫୦ ହଜାର ଓ ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । ଓସିଏ ସଂପାଦକ  ଆର୍ଶୀବାଦ ବେହେରା ଏନେଇ ସୂଚନା ଦେଇଛନ୍ତି ।