ରେସ୍ ଟ୍ରାକରୁ ରାଜନୀତି.. ପଲିଟିକ୍ସ କରିବେ କି ଦୌଡ଼ରାଣୀ? ଟ୍ୱିଟ୍ କରି ଦୂତୀ କହିଲେ, ମୋର ରାଜନୀତି କରିବାକୁ ବହୁତ ଇଚ୍ଛା

552

କନକ ବ୍ୟୁରୋ: ରାଜନୀତି କରିବେ କି ଦୂତୀ ଚାନ୍ଦ? ଖେଳ ପଡିଆରେ ପ୍ରତିଯୋଗୀଙ୍କୁ ମାତ୍ ଦେଉଥିବା ଓଡିଆ ଦୌଡ଼ରାଣୀ ଦୂତୀ ଏବେ ରାଜନୀତିର ମୈଦାନରେ ନିଜର ଭାଗ୍ୟ ଚମକାଇବାକୁ ମନ ବଳାଇଛନ୍ତି । ଏନେଇ ଖୋଦ୍ ଦୂତୀ ଚାନ୍ଦ ତାଙ୍କ ଟୁଇଟର ପେଜରେ ପୋଷ୍ଟ କରି କହିଛନ୍ତି । ଦୂତୀ ତାଙ୍କ ଟୁଇଟର ପେଜରେ ଲେଖିଛନ୍ତି କି, ପିଲାଟି ବେଳୁ ମୋର ଖେଳ ସହିତ ରାଜନୀତି ପ୍ରତି ମଧ୍ୟ ଦୁର୍ବଳତା ରହିଥିଲା । ଏପରିକି ମୋର ପରିବାର ବି ତୃଣମୂଳ ସ୍ତରରେ ରାଜନୀତି ସହ ଜଡିତ ଅଛନ୍ତି ଥିବା କହିଛନ୍ତି ଓଡିଆ ଧାବିକା ଦୂତୀ ଚାନ୍ଦ ।

ତେବେ ଦୂତୀଙ୍କର ଏହି ଟୁଇଟ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କିଛି ଲୋକ ଦୂତୀଙ୍କ ଏହି ପୋଷ୍ଟକୁ ସ୍ୱାଗତ ଜଣାଇବା ବେଳେ କିଛି ଫ୍ୟାନ ଦୂତୀଙ୍କୁ ରାଜନୀତିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ।

 

ଅଳ୍ପ ଦିନ ପୂର୍ବରୁ ନିଜ ବାନ୍ଧବୀଙ୍କୁ ବିବାହ କରିବେ ବୋଲି କହି ଚର୍ଚା ଘେରକୁ ଆସିଥିଲେ ଏହି ଓଡିଆ ଆଥଲେଟ୍ । ଚାରିଆଡେ ଏହାକୁ ନେଇ ଆଲୋଚନା ସମାଲୋଚନା ଚାଲିଥିଲା । କିନ୍ତୁ ଏହାରି ଭିତରେ ବିଶ୍ୱସ୍ତରୀୟ ଇଭେଂଟରେ ଦୂତୀ ସଫଳତା ପରେ ସଫଳତା ହାସଲ କରି ଦୂତୀ ପୁଣି ଉଭୟ ଦେଶ ଏବଂ ରାଜ୍ୟର ନାଁ ଗୌରାବନ୍ୱିତ କରିଦେଇଥିଲେ ।  ତେବେ ଦୂତୀଙ୍କ ଏଭଳି ପୋଷ୍ଟକୁ ନେଇ ଏବେ ପୁଣି ଥରେ ସେ ଚର୍ଚ୍ଚା ଘେରକୁ ଚାଲିଆସିଛନ୍ତି ।