ଲଣ୍ଡନରେ ଓଡ଼ିଆ ଧାବିକା ଦୂତି ଚାନ୍ଦ

28

କନକ ବ୍ୟୁରୋ: ଲଣ୍ଡନରେ ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତା ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ପ୍ରତିଯୋଗିତାରେ ଶନିବାର ଦ୍ୱିତୀୟ ଦିବସରେ ଓଡ଼ିଆ ତାରକା ଦୂତି ଚାନ୍ଦ ଟ୍ରାକକୁ ଓହ୍ଲାଇବେ । ଦୁଇ ଓଡ଼ିଆ ତାରକା ଦୂତି ଏବଂ ଜଉନା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ଲଣ୍ଡନରେ ରହିଛନ୍ତି ।

ଦୂତିଙ୍କ ପଦାର୍ପଣ ଠିକ୍ ଠାକ୍ ରହିଲେ ପ୍ରଥମ ଓଡ଼ିଆ ଭାବେ ସେ ବିଶ୍ୱ ଦୌଡ଼କୁଦରେ ଭାଗନେବାର ଗୌରବ ପାଇବେ । ମହିଳା ୧୦୦ ମିଟର୍ ପ୍ରଥମ ରାଉଣ୍ଡରେ ଭାରତୀୟ ସମୟ ଅପରାହ୍ନ ୪.୧୫ ମିନିଟରେ ଟ୍ରାକରେ ପାଦ ଦେବେ । ଏକ ମାତ୍ର ଭାରତୀୟ ମହିଳା ଭାବେ ଦୂତି ୧୦୦ ମିଟର ଦୌଡ଼ରେ ଅଂଶଗ୍ରହଣ କରିବେ ।

ଯଦି ଦୂତି ପ୍ରଥମ ରାଉଣ୍ଡ୍ ବାଧା ପାରି କରନ୍ତି ତେବେ ରବିବାରର ସେମିଫାଇନାଲ୍ ଲାଗି ଯୋଗ୍ୟତା ଅର୍ଜନ କରିବେ । ସେହିଦିନ ଫାଇନା୍ଲ ମଧ୍ୟ ଅନୁଷ୍ଠିତ ହେବ । ଦ୍ୱିତୀୟ ଦିବସରେ ଅନ୍ୟ ଭାରତୀୟଙ୍କ ମଧ୍ୟରେ ହେପ୍ଟାଥଲନରେ ସ୍ୱପ୍ନା ବର୍ମନ୍ ଏବଂ ୪୦୦ ମିଟର ଦୌଡ଼ରେ ମହମ୍ମଦ ଅନସ ଭାଗନେବେ । ହେପ୍ଟାଥଲନ୍ ଭାରତୀୟ ସମୟ ଅପରାହ୍ନ ୨.୩୫ ଏବଂ ୪୦୦ ମିଟର ଦୌଡ଼ ଅପରାହ୍ନ ୩.୧୫ରେ ଆରମ୍ଭ ହେବ ।