ରଚିତାଙ୍କ ଉପରେ ବର୍ଷିଲେ ଦୂତି ! ଅପମାନଜନକ ବୟାନକୁ ନିନ୍ଦା କଲେ ଦୌଡ଼ରାଣୀ

20

କନକ ବ୍ୟୁରୋ : ରଚିତାଙ୍କ ଉପରେ ବର୍ଷିଲେ ଦୂତି । ଅପମାନଜନକ ବୟାନକୁ ନିନ୍ଦା କଲେ ଦୌଡ଼ରାଣୀ । ଜାତୀୟ ରେକର୍ଡକୁ ନେଇ ଦୁଇ ଓଡିଆ ଧାବିକାଙ୍କ ମଧ୍ୟରେ ବିବାଦ ନୂଆ ମୋଡରେ ପହଁଚିଛି । ରଚିତା ମିସ୍ତ୍ରୀ ପଣ୍ଡା, ତାଙ୍କ ବିବାଦୀୟ ବୟାନରୁ କ୍ଷାନ୍ତ ନହେଲେ ଆଇନର ଆଶ୍ରୟ ନେବେ ବୋଲି କନକ ନ୍ୟୁଜକୁ ଫୋନଯୋଗେ କହିଛନ୍ତି ଦୂତି ଚାନ୍ଦ ।

ଫେଡେରେସନ କପ୍ ନ୍ୟାସନାଲ ଆଥଲେଟିକ ଚାମ୍ପିଅନସିପରେ ୧୦୦ ମିଟର ଦୌଡ଼କୁ ୧୧ ଦଶମିକ ୩୩ ସେକେଣ୍ଡରେ ଶେଷ କରି ନୂଆ ରେକର୍ଡ କରିଥିଲେ ଦୂତି । କାରଣ ଏହାର ୧୬ ବର୍ଷ ପୂର୍ବରୁ ୧୧ ଦଶମିକ ୩୮ ସେକେଣ୍ଡରେ ୧୦୦ ମିଟର ଦୌଡ଼ ଶେଷ କରିଥିଲେ ରଚିତା । ନୂଆଦିଲ୍ଲୀରେ ରଚିତାଙ୍କ ରେକର୍ଡକୁ ଭାଙ୍ଗିଥିଲେ ଦୂତି । ହେଲେ ଦୂତିଙ୍କ ଅଭିଯୋଗ ଅନୁସାରେ, ଏହାକୁ ଗ୍ରହଣ କରିବାକୁ ନାରାଜ ରଚିତା । ତ୍ରୁଟିପୂର୍ଣ୍ଣ ଭାବେ ଦୂତି ତାଙ୍କ ରେକର୍ଡ ଭାଙ୍ଗିଥିବା ଅଭିଯୋଗ କରୁଛନ୍ତି ରଚିତା । ଏପରିକି ତାଙ୍କ ଶରୀରରେ ଆଣ୍ଡ୍ରୋଜେନର ମାତ୍ରା ଅଧିକ ଥିବା କଥା କହି, ରଚିତା ବ୍ୟକ୍ତିଗତ ଆକ୍ଷେପ କରୁଥିବା ଦୂତି ଅଭିଯୋଗ ବାଢିଛନ୍ତି ।

ଦେଖନ୍ତୁ ଏହି ଭିଡ଼ିଓ –