ଗାଡି କିଣିବାର ବହୁତ ନିଶା ଥିଲା, ଆଜି ପୂରଣ ହୋଇଛି : ଦୂତି ଚାନ୍ଦ

କ୍ରୀଡା କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ଓଡିଶାର ନାଁକୁ ବର୍ଷ ୨୦୧୮ରେ ବେଶ ଉପରକୁ ନେଇଥିଲେ ଦୂତି ଚାନ୍ଦ । ଏସିଆନ ଗେମସରେ ୨ଟି ରୈାପ୍ୟ ପଦକ ଜିତିଥିଲେ ।

416

ଛୋଟ ବେଳୁ ଗାଡିକୁ ବହୁତ ଭଲ ପାଉଥିଲି । ପିଲାଦିନେ ଯେତେବେଳେ ଯୁଆଡେ ଯାଏ ଖେଳଣା ଗାଡି କିଣେ, ଏହି ଇଛା ପାଇଁ ହିଁ ମୁଁ ଅନେକ ଗାଡି କିଣିଛି । ଯାହା ପୁରଷ୍କାର ବାବଦରେ ଅର୍ଥ ପାଏ, ସେଥିରେ ଗାଡି କିଣିଦିଏ । ପାଖାପାଖି ୧୫ଟି ଏଭଳି କାର କିଣିଛି । ମାସେ ଦୁଇ ମାସ ଚଲେଇବା ପରେ ତାକୁ ଘରେ ରଖିଦିଏ । ନିଜର ସ୍ୱପ୍ନ ଆଉ ତାକୁ ସାକାର କରିବାର ଖୁସିକୁ କିଛି ଏଭଳି ଜାହିର କରିଛନ୍ତି ଦୈାଡରାଣୀ ଦୂତି ଚାନ୍ଦ । କନକ ନ୍ୟୁଜର କାର୍ଯ୍ୟକ୍ରମ ନ୍ୟୁକ ମେକର ୨୦୧୮ରେ ନିଜ ସଫଳତା ଓ ଚର୍ଚ୍ଚାର ପୁରା ଫର୍ଦ୍ଦ ସେ ରଖିଛନ୍ତି ।

କ୍ରୀଡା କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ଓଡିଶାର ନାଁକୁ ବର୍ଷ ୨୦୧୮ରେ ବେଶ ଉପରକୁ ନେଇଥିଲେ ଦୂତି ଚାନ୍ଦ । ଏସିଆନ ଗେମସରେ ୨ଟି ରୈାପ୍ୟ ପଦକ ଜିତିଥିଲେ । ଯେଉଁ ଏସିଆନ ଗେମସରୁ ଦିନେ ତାଙ୍କୁ ବାଦ୍ ଦିଆଯାଇଥିଲା, ଆଉ ଆଇନର ଲଢେଇରେ ବାଜି ମାରିବା ପରେ ଏସିଆନ ଗେମସରେ ୨ଟି ପଦକ ଜିତିବା ନିହାତି ଭାବେ ଗୈାରବର କଥା ବୋଲି କହିଛନ୍ତି ଦୂତି ଚାନ୍ଦ ।

ନିକଟରେ ଦୂତି ଏସିଆନ ଗେମସରେ ପଦକ ପାଇଁ ପାଇଥିବା ପୁରଷ୍କାର ରାଶିରେ ଏକ ବିଏମଡବ୍ଲ୍ୟୁ କାର କିଣିଛନ୍ତି । ଯାହାକୁ ସେ ସବୁଦିନ ପାଇଁ ବ୍ୟବହାର କରିବେ ବୋଲି କହିଛନ୍ତି । କ୍ରୀଡା କ୍ଷେତ୍ରରେ ବର୍ଷ ୨୦୧୮ରେ ସବୁଠାରୁ ବଡ ନ୍ୟୁଜମେକର ଭାବେ ଉଭା ହୋଇଛନ୍ତି ଦୂତି ଚାନ୍ଦ ।

Comments are closed.