ରୌପ୍ୟ ପରେ ଏବେ ମିଶନ ସୁନା । ମହିଳା ୨୦୦ ମିଟର ଫାଇନାଲ ରେସରେ ଓଡିଆ ଝିଅ ଦୂତି ଚାନ୍ଦ

43

କନକ ବ୍ୟୁରୋ : ୧୦୦ ମିଟର ପରେ ୨୦୦ ମିଟର ଦୌଡ ପ୍ରତିଯୋଗିତାରେ ଦମ ଦେଖାଇଲେ ଓଡିଆ ଦୌଡରାଣୀ ଦୂତି ଚାନ୍ଦ । ଏସିଆନ ଗେମ୍ସର ୨୦୦ ମିଟର ଦୌଡ ପ୍ରତିଯୋଗିତାର ଫାଇନାଲରେ ପହଞ୍ଚିଲେ ଦୂତି ଚାନ୍ଦ । ମାତ୍ର ୨୩ ସେକେଣ୍ଡେରେ ୨୦୦ ମିଟର ଅତିକ୍ରମ କରିବା ସହ ଫାଇନାଲରେ ପ୍ରବେଶ କରିଛନ୍ତି ଦୂତି । ଏହାସହ ଭାରତ ପାଇଁ ଦୌଡ ପ୍ରତିଯୋଗିତାରେ ଆଉ ଏକ ପଦକର ଆଶା ଉଜ୍ଜୀବୀତ ହୋଇଛି ।
ଏହାପୂର୍ବରୁ ମହିଳା ୧୦୦ ମିଟର ଦୌଡ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନରେ ରହି ଭାରତ ପାଇଁ ରୌପ୍ୟ ଜିତିଥିଲେ ଦୂତି ଚାନ୍ଦ । ଦୀର୍ଘ ୨୦ ବର୍ଷ ପରେ ପୁଣିଥରେ ଏହି ପ୍ରତିଯୋଗିତାରେ ଭାରତ ପାଇଁ ରୌପ୍ୟ ଜିତି ସୁନାମ ଆଣିଥିଲେ ଏହି ଓଡିଆ ଝିଅ । ତେଣୁ ୧୦୦ ମିଟର ଭଳି ୨୦୦ ମିଟରରେ ମଧ୍ୟ ଦୂତି ପଦକ ଜିତି ରାଜ୍ୟ ତଥା ଦେଶ ପାଇଁ ଗର୍ବ ଆଣନ୍ତୁ ବୋଲି ଲୋକେ ଆଶା ରଖିଛନ୍ତି । ଅନ୍ୟପଟେ ଦୂତିଙ୍କ ସଫଳତା ପାଇଁ ପରିବାର ଲୋକ ପୂଜାର୍ଚ୍ଚନା କରୁଛନ୍ତି ।