ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ସମଲିଙ୍ଗୀ ହେବା ଖବରକୁ ନେଇ ମୁହଁ ଖୋଲିଲେ ମା’ ! କହିଲେ ପରିବାର ସହ ସଂପର୍କ କାଟି ସାରିଛି ଦୂତୀ ।

6,728

ରବିବାର ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ସମଲିଙ୍ଗୀ ସମ୍ପର୍କର ଖୁଲାସା ହେବା ପରେ ଏହାକୁ ନେଇ ତାଙ୍କ ମା ମୁହଁ ଖୋଲିଛନ୍ତି । ଦୂତିଙ୍କ ମା’ କହିଛନ୍ତି ଯେ ଦୂତି ଯାହାକୁ ବାହା ହେବାକୁ ଚାହୁଁଛି ସେ ତାଙ୍କର ନାତୁଣୀ ଆଉ ନାତୁଣୀ ସହ ସମ୍ପର୍କ ସମ୍ଭବ ନୁହେଁ । ସମଲିଙ୍ଗୀ ସମ୍ପର୍କକୁ ବିରୋଧ କରିବାରୁ ଦୂତି ସମ୍ପର୍କ କାଟି ଦେଇଥିବାର କଥା ତାଙ୍କ ମା’ ଖୋଲାଖୋଲି କହିଛନ୍ତି ।

ଦୂତି ତାଙ୍କ ନାତୁଣୀକୁ ବାହା ହେଲେ ଗ୍ରହଣ କରିବେନି ବୋଲି ତାଙ୍କ ମା କହିଛନ୍ତି । କେବଳ ଏତିକି ନୁହେଁ ଦୂତି କୁଆଡେ ତାଙ୍କ ପରିବାରକୁ ଭିକାରି କହି ସମ୍ବୋଧନ କରିଥିବାର ବି ମା’ କହିଛନ୍ତି । ତାଙ୍କର ଘନିଷ୍ଠ ବାନ୍ଧବୀ ସହ ସମଲିଙ୍ଗୀ ସମ୍ପର୍କ ଥିବାର ଦୂତି ଆଜି ସ୍ୱୀକାର କରିଥିଲେ। ଅଲମ୍ପିଆନ୍ ଆଥଲେଟ୍ ଦୂତି ଚାନ୍ଦ ୨୦୧୮ ମସିହାରେ ଏସିଆନ୍ ଗେମସରେ ୧୦୦ ମିଟର ଓ ୨୦୦ ମିଟରରେ ୨ଟି ସିଲଭର ମେଡାଲ ଜିତିଥିଲେ । ଏସିଆନ୍ ଗେମସର ୧୦୦ ମିଟରରେ ୨୦ ବର୍ଷ ପରେ ସେ ଦେଶକୁ ଦେଇଥିଲେ ସିଲଭର ମେଡାଲ ।