ନିଜ ବାହାଘର ନେଇ ବଡ ବୟାନ ଦେଲେ ଦୌଡ଼ରାଣୀ ଦୂତୀ: କହିଲେ ସମସ୍ତଙ୍କ ପରି ତାଙ୍କର ବି ଇଚ୍ଛା ବରଯାତ୍ରୀ ନେଇ ବାହା ହେବାକୁ…

1,317

କନକ ବ୍ୟୁରୋ: ସମଲିଙ୍ଗୀ ସମ୍ପର୍କ ନେଇ ଚର୍ଚ୍ଚାର ପରିସରକୁ ଆସିଥିବା ଦୂତୀ ଦେଇଛନ୍ତି ବଡ ବୟାନ । ନିଜ ବାହାଘର ଓ ନିଜ ପ୍ରେମ ନେଇ ବଡ ବୟାନ ଦେଇଛନ୍ତି ଦୂତୀ । କନକ ନ୍ୟୁଜକୁ ଏକ ସାକ୍ଷାତକାର ଦେଇ ନିଜ ମନର କଥା କହିଛନ୍ତି ଦୌଡ଼ରାଣୀ ଦୂତୀ ଚାନ୍ଦ । ତେବେ ନିଜ ପ୍ରେମ ସମ୍ପର୍କକୁ ସାର୍ବଜନୀନ କରିଥିବା ଦୂତୀ ନିଜ ପ୍ରେମିକାକୁ ବାହାହୋଇ କେବେ ଜୀବନ ସାଥୀ କରିବେ ବୋଲି ପ୍ରଶ୍ନରେ ଉତ୍ତର ରଖିଛନ୍ତି ଦୂତୀ ।

ଦୂତୀ କହିଛନ୍ତି ସେ ତାଙ୍କ ପ୍ରେମିକାର ‘ହଁ’କୁ ଅପେକ୍ଷା କରିଛନ୍ତି । ତାଙ୍କ ବାନ୍ଧବୀ ଏବେ ଏତେ ପରିପକ୍ୱ ହୋଇନି । ବୟସ ବଢିବା ସହ ତାଙ୍କ ପରିପକ୍ୱତା ମଧ୍ୟ ଆସିବ । ତେଣୁ ସେ ଏବେ ମୋ ସହ ରହିବାକୁ ରାଜି ହୋଇଛନ୍ତି ମାତ୍ର ଲୋକଙ୍କ କଥାରେ କାଳେ ସେ ପରିବର୍ତ୍ତନ ହୋଇଯିବେ ତେଣୁ ତାଙ୍କୁ ମୁଁ ୪-୫ ବର୍ଷ ଛାଡି ଦେଇଛି । ପରିପକ୍ୱତା ଆସିବା ପରେ ଯଦି ସେ ମୋ ସହ ରହିବାକୁ ଚାହିଁବେ ତେବେ ମୁଁ ତାଙ୍କୁ ବିବାହ କରିବି ଓ ସାରା ଓଡିଶାକୁ ଦେଖାଇବି । ଯଦି ୟାରି ଭିତରେ ତାଙ୍କ ମନ ପରିବର୍ତ୍ତନ ହୋଇଯାଏ ତେବେ ମୁଁ ତାଙ୍କୁ ବାଧ୍ୟ କରିବିନି କାରଣ ମୁଁ କାହାରି ଜୀବନ ନଷ୍ଟ କରିବାକୁ ଚାହୁଁନି ବୋଲି ଦୂତୀ ସାକ୍ଷାତକାରରେ କହିଛନ୍ତି ।
ତେବେ ଅନ୍ୟମାନଙ୍କ ପରି ତାଙ୍କର ବି ଇଚ୍ଛା ଅଛି ବରଯାତ୍ରୀ ନେଇ ଯିବାକୁ । ବାଜା, ବାଣ ଫୁଟାଇ ବାହାହେବାକୁ ଯିବାକୁ ତାଙ୍କର ବି ବହୁତ ଇଚ୍ଛା ବୋଲି ଦୂତୀ କହିଛନ୍ତି । ଯଦି ସମାଜ ସ୍ୱୀକୃତି ଦିଏ ତେବେ ଧୁମଧାମରେ ବାହାହେବେ ବୋଲି ଇଚ୍ଛା ରଖିଛ୍ତି ଦୂତୀ । ସାକ୍ଷାତକାରରେ ନିଜ ପ୍ରଥମ ପ୍ରେମ କଥା ଖୁଲାସା କହିଛନ୍ତି ଦୂତୀ । ପିଲାବେଳେ ଅର୍ଥାତ ହଷ୍ଟେଲ ସମୟରେ ସେ ଜଣେ ପୁଅକୁ ଭଲପାଉଥିଲେ । ମାତ୍ର କୌଣସି କାରଣରୁ ତାଙ୍କ ପ୍ରେମ ଭାଙ୍ଗି ଯାଇଥିବା କହିଛନ୍ତି ।

ଗତ ମେ ୧୯ରେ ନିଜ ସମଲିଙ୍ଗୀ ସମ୍ପର୍କକୁ ସାର୍ବଜନୀନ କରିଥିଲେ ଦୂତୀ । ସମ୍ପର୍କ କଥା କହିବାର ଗୋଟିଏ ଦିନ ପରେ ତାଙ୍କ ପ୍ରେମରେ ଭିଲେନ ସାଜିଥିବା ତାଙ୍କ ଭଉଣୀଙ୍କ ନାଁରେ ଅଭିଯୋଗ ମଧ୍ୟ କହିଥିଲେ ଦୂତୀ ।