ଚମକିଲେ ଦୂତୀ ଚାନ୍ଦ ! ଏସିଆନ୍ ଆଥଲେଟିକ୍ ଚାମ୍ପିଅନସିପ୍ ସେମିଫାଇନାଲକୁ ଗଲେ ଓଡିଆ ଝିଅ

35

କନକ ବ୍ୟୁରୋ : ସେମିଫାଇନାଲରେ ସୁନାଝିଅ । ଏସିଆନ୍ ଆଥଲେଟିକ୍ ଚାମ୍ପିଅନସିପ୍ ସେମିଫାଇନାଲକୁ ଯାଇଛନ୍ତି ଓଡିଆ ଝିଅ ଦୂତୀ ଚାନ୍ଦ । ୧୦୦ ମିଟର ରେସରେ ରାଉଣ୍ଡ ୱାନ ହିଟ୍ ଥ୍ରୀରେ ପ୍ରଥମ ସ୍ଥାନ ଅଧିକାର କରି କ୍ୱାଲିଫାଏ କରିଛନ୍ତି ଦୂତୀ । ଅନେକ ବାଦ ବିବାଦ ମଧ୍ୟରେ ଦୂତୀଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଥିଲ। । କିନ୍ତୁ ଆରମ୍ଭରୁ ନିଜ ଉପରେ ବେଶ୍ ବିଶ୍ୱାସ ଥିବାର ଦୂତିଙ୍କ ଅଙ୍ଗଭଙ୍ଗୀରୁ ଜଣାପଡୁଥିଲା ।

ଦୈାଡ ଆରମ୍ଭ ହେବା ମାତ୍ରେ ଲିଡ୍ ନେଇଯାଇଥିଲେ ଦୂତୀ । ଏବଂ ପୁରା ୧୦୦ ମିଟର ଯାଏଁ ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ଆଗକୁ ବଢୁଥିଲେ । ଶେଷରେ ରାଉଣ୍ଡ ୱାନର ହିଟ୍ ଥ୍ରୀରେ ପ୍ରଥମରେ ରହି କ୍ୱାଲିଫାଏ କରିଛନ୍ତି ଦୂତୀ ଚାନ୍ଦ । ଆସନ୍ତାକାଲି ପରବର୍ତ୍ତୀ ରାଉଣ୍ଡ ଖେଳାଯିବ । ଦୂତି କହିଛନ୍ତି, ତାଙ୍କର ଲକ୍ଷ୍ୟ ହେଉଛି ସ୍ୱର୍ଣ୍ଣ ପଦକ । ଅନ୍ୟ ପ୍ରତିଯୋଗୀ ମାନେ ବେଶ୍ ପାରଙ୍ଗମ ଥିବାରୁ ତାଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିଥିଲା ବୋଲି ଦୂତୀ କହିଛନ୍ତି ।