ଟ୍ରାକରେ ଚମକିଲେ ଓଡିଆ ଝିଅ ଦୂତି । ଟ୍ରାକ ହିଟ-୨ରେ ଶୀର୍ଷରେ ରହିବା ସହ ସେମିଫାଇନାଲରେ ଦୂତି ଚାନ୍ଦ

36

କନକ ବ୍ୟୁରୋ : ଏସିଆନ ଗେମ୍ସରେ ଚମକିଲେ ଓଡିଆ ଝିଅ ଦୂତି ଚାନ୍ଦ । ମହିଳା ୧୦୦ ମିଟର ଟ୍ରାକରେ ସେମିଫାଇନାଲରେ ପହଞ୍ଚିଲେ ଦୂତି ଚାନ୍ଦ । ମାତ୍ର ୧୧.୩୮ ସେକେଣ୍ଡେରେ ୧୦୦ ମିଟର ଅତିକ୍ରମ କଲେ ଦୂତି । ଏହାସହ ୧୦୦ ମିଟର ଟ୍ରାକ ହିଟ-୨ରେ ଶୀର୍ଷରେ ରହିବା ସହ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି ଦୂତି । ୧୦୦ ମିଟର ଦୌଡ ପ୍ରତିଯୋଗିତାରେ ସେମିଫାଇନାଲରେ ପ୍ରବେଶ ସହ ଆଉ ଏକ ପଦକ ଆଡକୁ ପାଦ ବଢାଇଛି ଭାରତ । ରାଉଣ୍ଡ ପଯ୍ୟାୟରେ ଦୂତି ଦମଦାର ପ୍ରଦର୍ଶନ ସହ ସେମିଫାଇନାଲରେ ପହଞ୍ଚିଛନ୍ତି । ତେଣୁ ସେମିଫାଇନାଲରେ ସମାନ ପ୍ରଦର୍ଶନ ଦୋହରାଇବା ସହ ଫାଇନାଲରେ ଦୂତି ପଦକ ଜିତନ୍ତୁ ବୋଲି ଦେଶବାସୀ ଚାହିଁ ବସିଛନ୍ତି ।

ଏହାଛଡା ଏସିଆନ ଗେମ୍ସର ସପ୍ତମ ଦିନରେ ଭାରତ ସ୍କ୍ୱାସରେ ୩ଟି ବ୍ରୋଞ୍ଜ ମେଡାଲ ଜିତିଛି । ମହିଳା ସିଙ୍ଗଲସ ସେମିଫାଇନାଲରେ ଦୀପିକା ପାଲିକଲ ହାରିବା ସହ ବ୍ରୋଞ୍ଜରେ ସନ୍ତୁଷ୍ଟ ହୋଇଛନ୍ତି । ସେହିଭଳି ଜୋସ୍ନା ଚିନ୍ନପା ମଧ୍ୟ ସ୍କ୍ୱାସ ସିଙ୍ଗଲସ ସେମିଫାଇନାଲରେ ପରାସ୍ତ ହେବା ସହ ବ୍ରୋଞ୍ଜ ମେଡାଲ ଜିତିଛନ୍ତି । ଆଉ ଏହାସହ ୬ଟି ସ୍ୱର୍ଣ୍ଣ ସହ ମୋଟ ୨୮ଟି ପଦକ ଜିତି ଭାରତ ଏବେ ୯ମ ସ୍ଥାନରେ ରହିଛି ।