ଓଡିଶା ଫେରିଲେ ଦୌଡରାଣୀ ଦୂତି । କହିଲେ, ମୁଖ୍ୟମନ୍ତ୍ରୀ ମୋ ପାଇଁ ଲକି

24

କନକ ବ୍ୟୁରୋ : ଚାନ୍ଦି ଧରି ଫେରିଲେ ଚାନ୍ଦ । ଓଡିଶା ଫେରିଲେ ଦୌଡରାଣୀ ଦୂତି ଚାନ୍ଦ । ଜାକର୍ତ୍ତା ଏସିଆନ ଗେମ୍ସରେ ଉଭୟ ୧୦୦ ଓ ୨୦୦ ମିଟର ଦୌଡ ପ୍ରତିଯୋଗତିାରେ ରୌପ୍ୟ ପଦକ ଜିତିଥିବା ଦୂତି ଚାନ୍ଦ ଓଡିଶା ଫେରିଛନ୍ତି । ଆଜି ସନ୍ଧ୍ୟାରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ଦୂତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

ତେବେ ଭୁବନେଶ୍ୱରରେ ପହଞ୍ଚିବା ପରେ ଦୂତି ନିଜର ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ଲକି ବୋଲି କହିଛନ୍ତି ଦୂତି । ଏହାସହ ଓଡିଶାବାସୀଙ୍କ ଭଲ ପାଇବା ଯୋଗୁଁ ସେ ୨ଟି ପଦକ ଜିତିବାରେ ସଫଳ ହୋଇଛନ୍ତି । ଯାହାକୁ ନେଇ ସେ ବେଶ ଆନନ୍ଦିତ ବୋଲି କହିଛନ୍ତି ଦୂତି ।ବିମାନବନ୍ଦରରୁ ସିଧାସଳଖ ସଚିବାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଦୂତି । ମୁଖ୍ୟମନ୍ତ୍ରୀ ଉଭୟ ଦୂତି ଚାନ୍ଦ ଓ ତାଙ୍କ କୋଚଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆଉ ଏହାସହ ଦୂତିଙ୍କ ପାଇଁ ଘୋଷଣା ହୋଇଥିବା ୩ କୋଟି ଟଙ୍କାର ଚେକ ମଧ୍ୟ ପ୍ରଦାକ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏହାପରେ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ କିଟ ଓ କିସ କ୍ୟାମ୍ପସକୁ ନିଆଯିବ ।