ସତ ହେଲା ଦୌଡରାଣୀ ଦୂତୀ ଚାନ୍ଦଙ୍କ ସ୍ୱପ୍ନ ! କିଣିଲେ ବିଏମଡବ୍ଲୁ କାର୍ ।

288

କନକ ବ୍ୟୁରୋ : ଦୌଡରାଣୀ ଦୂତି ଚାନ୍ଦ କିଣିଲେ ବିଏମଡବ୍ଲୁ କାର୍ । ନିଜ ଟଙ୍କାରେ ଗୋଟିଏ ଲଗଜୁରିଅସ୍ କାର କିଣିବାକୁ ପିଲାଦିନରୁ ସ୍ୱପ୍ନ ଦେଖିଥିଲେ ଦୂତି । ଏସିଆଡରେ ଶହେ ଓ ଦୁଇଶହ ମିଟରରେ ରୌପ୍ୟ ପଦକ ଜିତିବା ପରେ ରାଜ୍ୟ ସରକାର ଦୂତିଙ୍କୁ ୩ କୋଟି ଟଙ୍କା ପୁରସ୍କାର ଦେଇଥିଲେ । ସେହି ଟଙ୍କାରେ ବାପା-ମାଆଙ୍କ ପାଇଁ ଗୋଟିଏ ଘର ତିଆରି କରିବା ପରେ ଏବେ ନିଜ ପାଇଁ କିଣିଛନ୍ତି ବ୍ରାଣ୍ଡେଡ୍ ବିଏମଡବ୍ଲୁ କାର୍ ।

ପୁରା ହେଲା ଦୂତିଙ୍କ ସ୍ୱପ୍ନ । ସ୍ପ୍ରିଂଟ୍ କୁଇନ୍ କିଣିଲେ ବିଏମଡବ୍ଲୁ କାର୍ । ପିଲାଦିନେ ଲଗଜୁରୀ କାର୍ କିଣିବାର ଦୂତି ଚାନ୍ଦ ଯେଉଁ ସ୍ୱପ୍ନ ଦେଖୁଥିଲେ ତାହା ଏବେ ପୂରଣ ହୋଇଛି । ଦୌଡରାଣୀ କିଣିଛନ୍ତି ଲଗଜୁରିଅସ୍ ବିଏମଡବ୍ଲୁ କାର୍ । ଝକମକ୍ କରୁଥିବା ନୀଳ ରଙ୍ଗର ଏହି ବ୍ରାଣ୍ଡେଡ୍ କାର ସାମ୍ନାରେ ପୋଜ୍ ଦେଇଛନ୍ତି ଦୂତି । ଆଉ ଏହି ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜ ପିଲାଦିନର ସ୍ୱପ୍ନ ବଖାଣିଛନ୍ତି । ବିଏମଡବ୍ଲୁ ଲଗଜୁରିଅସ୍ କାର୍ । ଯାହାର ଦାମ୍ ୩୫ ରୁ ୪୫ ଲକ୍ଷ ଟଙ୍କା । ବିଏମଡବ୍ଲୁ ସିରିଜର ଏହା ଏକ ସୌଖୀନ କାର୍ । ଯାହାକୁ ତେଲେଙ୍ଗାନାରୁ କିଣିଛନ୍ତି ଦୂତି । ଖୁବଶୀଘ୍ର ଗାଡି ନେଇ ନିଜ ଗାଁ ଗୋପାଳପୁରକୁ ଆସିବେ ବୋଲି ସେ କହିଛନ୍ତି ।

ବାପା-ମାଆଙ୍କ ପାଇଁ ଘର କଲେ ଆଉ ଏବେ ନିଜ ପାଇଁ ଗାଡି କିଣିଲେ । ଆଗକୁ ଗାଁରେ ମେଡିକାଲ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି ଦୂତି ଚାନ୍ଦ । ଖାଲି ସେତିକି ନୁହେଁ ଆଥଲେଟିକ୍ସ ଏକାଡେମୀ କରିବେ । ଗରିବ ପିଲାଙ୍କୁ ତାଲିମ ଦେବେ । ଅନ୍ତର୍ଜାତୀୟ ସ୍ତରର ଆଥଲେଟ୍ ତିଆରି କରିବେ । ଯେଉଁମାନେ ଦେଶ ପାଇଁ ମେଡାଲ୍ ଆଣିପାରିବେ ବୋଲି ଦୂତି କହିଛନ୍ତି । ଜାକର୍ତା ଏସିଆନ୍ ଗେମ୍ସରେ ୧୦୦ ମିଟର ଓ ୨୦୦ ମିଟରରେ ୨ଟି ରୌପ୍ୟ ପଦକ ଜିତିବା ପରେ ରାଜ୍ୟ  ସରକାର ୩ କୋଟି ଟଙ୍କା ପୁରସ୍କାର ଦେଇଥିଲେ । ଏଥିସହ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଦୂତିଙ୍କ ସମସ୍ତ ପ୍ରସ୍ତୁତି ଖର୍ଚ୍ଚ ବହନ କରିବେ ବୋଲି ରାଜ୍ୟ ସରକାର କହିଛନ୍ତି ।