କନକ ବ୍ୟୁରୋ : ବ୍ଲୁ ହ୍ୱେଲ୍ ଚ୍ୟାଲେଂଜ୍ ନେଲା ଧାବିକା ଦୂତୀ ଚାନ୍ଦଙ୍କ ଭାଇଙ୍କ ଜୀବନ । ଏଭଳି ସନ୍ଦେହ ପ୍ରକାଶ କରିଛନ୍ତି ନିଜେ ଦୂତୀ । ଦୂତୀଙ୍କ କହିବା ଅନୁସାରେ, ଦୀର୍ଘ ଦିନ ଧରି ଅବସାଦ ଗସ୍ତ ରହୁଥିଲେ ତାଙ୍କ ସଂପର୍କୀୟ ଭାଇ ଉତ୍କଳ ଗୁନି । ସେ ଏହି ଭୟଙ୍କର ଖେଳର ଶେଷ ପର୍ଯ୍ୟାୟରେ ପହଂଚି ସାରିଥିଲେ । ତେଣୁ ଏହି ଖୁନୀ ଖେଳର ବସବର୍ତ୍ତୀ ହୋଇ ଆତ୍ମହତ୍ୟା କରିଥିବା ସନ୍ଦେହ ପ୍ରକାଶ କରିଛନ୍ତି ଦୂତୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ଗତ ୬ ତାରିଖରେ ଉତ୍କଳ, ଦୂତୀଙ୍କ କାର୍ ନେଇ ଯାଉଥିବା ସମୟରେ ଯାଜପୁରଠାରେ ଦୁର୍ଘଟଣାଗସ୍ତ ହୋଇଥିଲା । ଦୁର୍ଘଟଣାରେ ଉତ୍କଳଙ୍କ ମୃତ୍ୟୁ ହେବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିଲେ । ତେବେ ଏହି ଘଟଣା ପରେ ସନ୍ଦେହ କରି ଉତ୍କଳଙ୍କ ଫେସବୁକ୍ ପୋଷ୍ଟ ଚେକ୍ କରିଥିଲେ । ଯେଉଁଥିରେ ସେ ଜାଣିବାକୁ ପାଇଥିଲେ ତାଙ୍କ ଭାଇ ଆତ୍ମଘାତୀ ଖେଳ ବ୍ଲୁ ହ୍ୱେଲର ଶିକାର ହୋଇଛନ୍ତି । ଏବଂ ସେ ଖେଳର ସମସ୍ତ ପର୍ଯ୍ୟାୟ ଅତିକ୍ରମ କରି ଶେଷ ପର୍ଯ୍ୟାୟରେ ଥିଲେ । ତେଣୁ ତାଙ୍କ ଭାଇ ଆତ୍ମଘାତୀ ଦୁର୍ଘଟଣା ଘଟାଇଥାଇପାରନ୍ତି ବୋଲି କହିଛନ୍ତି ଦୂତୀ ।
ଉଲ୍ଲେଖ ଯୋଗ୍ୟ ଉତ୍କଳ ଏବଂ ତାଙ୍କର ଜଣେ ସାଙ୍ଗ ଧନେଶ୍ୱର ଦାସ କାର୍ ଶିଖିବା ଲାଗି ଦୂତୀଙ୍କ ଗାଡି ନେଇ ଯାଇଥିଲେ । କିନ୍ତୁ ଯାଜପୁର ଜିଲ୍ଲା କୁଆଖିଆ ପୋଲିସ ଥାନା ବିଜୁ ନଗର ନିକଟ ଜାତୀୟ ରାଜପଥ ୧୬ ରେ ଏହି କାର ଏକ ଟ୍ରକକୁ ଧକ୍କା ଦେବା ଫଳରେ ଉତ୍କଳଙ୍କର ମୃତ୍ୟୁ ହୋଇଥିଲା । ଘଟଣାରେ ଧନେଶ୍ୱର ଦାସ ଗୁରୁତର ଆହତ ହୋଇଥିଲେ ।
ଗତ କିଛି ଦିନ ଭିତରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ବ୍ଲୁ ହ୍ୱେଲ ଜନିତ ମୃତ୍ୟୁର ଖବର ଆସିଛି । ଇଂଟରନେଟରୁ ଏହି ଅନଲାଇନ ଗେମକୁ ବାଦ ଦେବା ପାଇଁ ପୋଲିସ ଓ ପ୍ରଶାସନ ବି ଚେଷ୍ଟା କରୁଛି ।
କଣ ଏହି ବ୍ଲୁ ହ୍ୱେଲ୍ ଗେମ୍ :
ଏହି ବ୍ଲୁ-ହ୍ୱେଲ ଗେମ୍ ଲୋକଙ୍କୁ ଆତ୍ମହତ୍ୟା କରିବାକୁ ଚ୍ୟାଲେଞ୍ଜ କରିଥାଏ । ଏବଂ ଯିଏ ଏହି ଚ୍ୟାଲେଞ୍ଜ ଗ୍ରହଣ କରେ ସେ ଆତ୍ମହତ୍ୟା କରିଦିଏ । ଋଷିଆରୁ ଆରମ୍ଭ ହୋଇଥିବା ଏହି ଖେଳରେ ପ୍ରାୟ ୧୨ରୁ ୧୫ ବର୍ଷ ବୟସର ପିଲା ମାନେ ସାମିଲ୍ ଥାନ୍ତି । ଖେଳଟି କେବଳ ସୋସିଆଲ୍ ମିଡିଆରେ ଖେଳାଯାଏ । ଯାହାକୁ ନିୟନ୍ତ୍ରିତ କରିଥାଏ ଜଣେ ମାଷ୍ଟର୍ ବା ହ୍ୱାସସଆପ୍ ଗ୍ରୁପ୍ ଆଡମିନ୍ । ଏହି ମାଷ୍ଟରର ପରାମର୍ଶ ମାନିବାକୁ ଏକପ୍ରକାର ବାଧ୍ୟ ଖେଳାଳୀ । ମାଷ୍ଟର୍ ଯେଉଁ ଟ୍ୟାସ୍କ ଦେଇଥାଏ ତାକୁ ୫୦ ଦିନ ମଧ୍ୟରେ ଶେଷ କରିବାକୁ ପଡିଥାଏ । ଏହି ଖେଳ ମାନଙ୍କ ମଧ୍ୟରେ ଥାଏ ଭୂତ ସିନେମା ଦେଖିବା, ରାତି ରାତି ଅନିଦ୍ରା ରହିବା ଏବଂ ନିଜ ହାତକୁ କାଟି ବ୍ଲୁ ହ୍ୱେଲ୍ ଲେଖିବା । ଖେଳାଳୀ ଠିକ୍ ଭାବରେ ଏହାକୁ ମାନୁଛି ଏବଂ ଖେଳୁଛି କି ନାହିଁ ସେଥିପାଇଁ ଏକ ଫଟୋ ଉଠାଇ ସେୟାର୍ କରିବାକୁ ପଡିଥାଏ । ତେବେ ଏପରି ଭାବରେ ଆରମ୍ଭ ହୋଇଥିବା ଖେଳ ଧୀରେ ଧୀରେ କଠିନରୁ କଠିନତର ହୋଇଥାଏ । ଶେଷରେ ଖେଳ ଉକ୍ତ ଖେଳାଳୀର ମୃତ୍ୟୁରେ ଶେଷ ହୋଇଥାଏ ।
ଏବେ ନଜର ପକାନ୍ତୁ ଏହି ଭୟଙ୍କର ‘ବ୍ଲୁ ହ୍ୱେଲ୍ ଗେମ୍’ରେ ୫୦ ଦିନରେ ଖେଳାଳୀଙ୍କ ପାଇଁ ରହିଥିବା ୫୦ଟି ଚ୍ୟାଲେଂଜ୍ ଉପରେ
୧. ଭୋର୍ ୪.୨୦ରେ ଉଠି ଡରୁଆ କିମ୍ବା ଭୟାନକ ଭିଡିଓ ଦେଖିବା
୨. ହାତକୁ ବ୍ଲେଡରେ କାଟିବା
୩. ହାତର ଶିରାକୁ କାଟିବା (ଗଭୀର ନୁହେଁ)
୪. ଗୋଟିଏ ପେପରରେ ତିମି ମାଛର ଫଟୋ ତିଆରି କରିବା
୫. ଯଦି ତିମି ହେବା ପାଇଁ ପ୍ରସ୍ତୁତ ତେବେ ‘ହଁ’ ଲେଖି ଗୋଡକୁ ବ୍ଲେଡରେ କାଟିବା । ନଚେତ୍ ହାତର ଯେକୌଣସି ସ୍ଥାନକୁ କାଟିବା
୬. ଷ୍ଟାଟସରେ ଲେଖିବେ ‘ମୁଁ ହ୍ୱେଲ୍’
୭. ଭୋର୍ ୪.୨୦ରେ ଉଠି ଛାତକୁ ଯିବା
୮. ବ୍ଲେଡରେ କାଟି ହାତରେ ତିମିର ଚିତ୍ର କରିବା ବାଧ୍ୟତାମୂଳକ
୯. ସାରାଦିନ ଭୟାନକ ଭିଡିଓ ଦେଖିବା
୧୦. ମାଷ୍ଟର୍ ବା ଗ୍ରୁପ୍ ଆଡମିନ୍ ପଠାଇଥିବା ଗୀତ ଶୁଣିବା
୧୧. ଓଠକୁ କାଟିବା
୧୨. ହାତକୁ ଛୁଂଚିରେ କେଂଚିବା
୧୩. ନିଜକୁ କଷ୍ଟ ଦେବା
୧୪. ଛାତ ଉପରକୁ ଯାଇ ଧାରରେ ଛିଡା ହେବା
୧୫. ବ୍ରିଜ୍ ଚଢିବା
୧୬. କ୍ରେନ୍ ଚଢିବା
୧୭. ସ୍କାଏ ପି ଜରିଆରେ ହ୍ୱେଲ୍ ବା ତିମି ସହ କଥା ହେବା ବାଧ୍ୟତାମୂଳକ
୧୮. ବିଶ୍ୱସନୀୟତା ପରୀକ୍ଷା
୧୯. ଛାତ ଉପରକୁ ଯାଇ କେବଳ ପାଦ ଉପରେ ବସିବା
୨୦. ସିକ୍ରେଟ୍ ମିଶନ୍
୨୧. ତିମି ବା ହ୍ୱେଲକୁ ଦେଖା କରିବା
୨୨. ମୃତ୍ୟୁର ତାରିଖ କହିବେ ଏବଂ ଏହାକୁ ଗ୍ରହଣ କରିବାକୁ ବାଧ୍ୟ
୨୩. ପୁଣି କୋଡ ୱାଡରେ କାମ
୨୪. ଭୋର୍ ୪.୨୦ରେ ଉଠି ରେଳ ଲାଇନକୁ ଯିବା
୨୫. କାହା ସହ କଥା ନହେବା
୨୬. ଆପଣ ଜଣେ ହ୍ୱେଲ୍ ବୋଲି ଶପଥ ନେବା
୨୭. ଭୟକୁ ଦୂରାଇବା
୨୮. ଦେହ ହାତ କାଟିବା
୨୯. କୋଡ୍ ୱାଡରେ କଥା ହେବା
ଏହା ପରେ ୩୦ ରୁ ୪୯ ପର୍ଯ୍ୟନ୍ତ ୪.୨୦ରୁ ଉଠିବା , ଭିଡିଓ ଦେଖିବା , ଗୀତ ଶୁଣିବା ଏବଂ ପ୍ରତିଦିନ ନିଜ ହାତ ଏବଂ ହ୍ୱେଲ୍ ସହ କଥା ହେବା ।
ଆଉ ୫୦ ତମ ଦିନ ହେଉଛି ଖେଳ ଏବଂ ଜୀବନର ଶେଷ ଦିନ । ଏହି ଦିନଟିି ବିଭିନ୍ନ ଉପାୟରେ ଆତ୍ମହତ୍ୟା କରିବା । (ଫାଶୀ ଦେବା, ଟ୍ରେନ୍ ଆଗରେ ଶୋଇବା ଏବଂ ଛାତରୁ ଡେଇଁବା)
ତେବେ ଏହି ଖେଳରୁ ପିଲାମାନଙ୍କୁ ରକ୍ଷା କରିବା ପାଇଁ ପୁଲିସ୍ ସ୍କୁଲ୍ କର୍ତ୍ତୃପକ୍ଷ ଏବଂ ପିଲାଙ୍କ ବାପା ମାଙ୍କୁ ସେମାନଙ୍କ ଉପରେ ନଜର ରଖିବାକୁ ପରାମର୍ଶ ଦେଇଛି ।
କିଏ ଏବଂ କେମିତି ଆରମ୍ଭ କରିଥିଲା ଏହି ଖେଳ :
ଅନଲାଇନରେ ଗେମ୍ ଖେଳି ଲୋକଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଉ ଥିଲେ ଜଣେ ଋଷୀୟ ଯୁବକ । ବିକୃତ ମାନସିକତା ହେଉ ଅବା ଅପରାଧିକ ଚିନ୍ତାଧାରା । ଋଷର ୨୨ ବର୍ଷିୟ ଯୁବକ ଫିଲିପ ବୁଡେଇକି ତିଆରି କରିଥଲା ମୃତ୍ୟୁର ଖେଳ ବ୍ଲୁ ହ୍ୱେଲ । ଇଂଟରନେଟ ଜରିଆରେ ସେ ବିଶ୍ୱର କୋଣ ଅନୁକୋଣରେ ଥିବା ଯୁବକ ଯୁବତୀଙ୍କୁ ଯୋଗାଯୋଗ କରୁଥିଲା । ତାପରେ ସ୍କାଏପି,ଭିଡିଓ ଚାଟ ଓ ସୋସିଆଲ ମିଡିଆ ଜରିଆରେ ଆରମ୍ଭ ହେଉଥିଲା କଥାବାର୍ତ୍ତା । ଆଉ ଅଜବ ଗଜବ କାରନାମା କରି ଅନଲାଇନରେ ଗେମ୍ ଖେଳିବାର ଅଫର୍ ଦେଉଥିଲା । ସାଧାରଣତଃ ଦୁର୍ବଳ ମାନସିକତା ଥିବା ଯୁବକ ଯୁବତୀଙ୍କୁ ଟାର୍ଗେଟ୍ କରୁଥିଲା ଫିଲିପ ।
ଯୁବକ ଯୁବତୀଙ୍କ ବ୍ରେନୱାସ୍ କରି ତାଙ୍କ ମାନସିକତାକୁ ପ୍ରଭାବିତ କରିବାରେ ମାହିର ଥିଲା ଫିଲିପ୍ । ଆଉ ନିଜର ବିକୃତ ଚିନ୍ତାଧାରା ଦ୍ୱାରା ଅନଲାଇନ ଗେମ୍ ଜରିଆରେ ରଚୁଥିଲା ମୃତ୍ୟୁର ଷଡଯନ୍ତ୍ର ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏଥିପାଇଁ ଅର୍ଥ ପ୍ରଲୋଭନ ଦେଖାଉ ନଥିଲା ଫିଲିପ । ବରଂ ଯୁବକ ଯୁବତୀଙ୍କ ବ୍ରେନ ୱାସ କରି ସେମାନଙ୍କୁ ଜୀବନର କିଛି ନିଆରା ଅନୁଭୂତି ତିଆରି କରିବାକୁ ପ୍ରବର୍ତ୍ତାଯାଉଥିଲା ।
ଫିଲିପର ଏହି ଅନଲାଇ୍ନ ଗେମରେ ୧୩୦ଜଣ ଆତ୍ମହତ୍ୟା କରିଥିବା ଜଣଶ ପଡିଛି । ଆଉ ଫିଲିପର କହିବା କଥା ୩୦ଜଣଙ୍କ ଆତ୍ମହତ୍ୟାର ଲାଇଭ୍ ଭିଡିଓ ସେ ଦେଖିଥିବା ବେଳେ ଏବେ ବି ୨୮ ଜଣ ଟାର୍ଗେଟ୍ ମେମ୍ବର ଜୀବିତ ଅଛନ୍ତି । ଏସବୁ ଭିତରେ ଇଂଟରକମ୍ ସହୟତାରେ ଋଷ ପୋଲିସ ତାକୁ ଗିରଫ କରିଥିବା ବେଳେ ୩ବର୍ଷ ଜେଗଲ ଦଣ୍ଡ ହୋଇଛି ।
ତେବେ ଜାଣି ଆଶ୍ଚର୍ଯ୍ୟ ହେବେ କେବଳ ବ୍ଲୁ ହ୍ୱେଲ୍ ନୁହେଁ ଗତ ୫ ବର୍ଷ ମଧ୍ୟରେ ୨୩୦୦୦ ଅଧିକ ୱେବସାଇଟ୍ ଚିହ୍ନଟ ହୋଇଛି ଯାହା ପିଲାମାନଙ୍କୁ ଆତ୍ମହତ୍ୟା ପ୍ରବଣ କରାଉଛି । ଏଭଳି ଏକ ଚାଂଚଲ୍ୟକର ତଥ୍ୟ ଦେଇଛି ଋଷର ଉପଭୋକ୍ତା ସୁରକ୍ଷା ୱାଚଡଗ୍ ରୋସ୍ପୋତ୍ରେବନାଦଜୋର ।
ସୂଚନା ଅନୁସାରେ, ୨୦୧୨ ନଭେମ୍ବର ୧ରୁ ୨୫୦୦୦ ରୁ ଅଧିକ ୱେବସାଇଟ୍ ଯାଂଚ୍ କରାଯାଇଥିଲା । ଆଉ ତା ମଧ୍ୟରୁ ୨୩୭୦୦ଟି ୱେବସାଇଟ ବିଷୟରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଏହି ସମସ୍ତ ୱେବସାଇଟ୍ ଆତ୍ମହତ୍ୟା କରିବାର ବିଭିନ୍ନ ଉପାୟ ସଂପର୍କରେ ଲୋକଙ୍କୁ ଦେଉଛି ସୂଚନା । ତେବେ ଏହାକୁ ରୋକିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି କହିଛି ଋଷର ପରିସଂଖ୍ୟାନ ଏଜେନ୍ସି ରୋଷ୍ଟେଟ୍ ।