ରିଓ ଅଲିମ୍ପିକ୍ସ ପାଇଁ ସହାୟତା ଲୋଡିଲେ ଦୂତି

24

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜୋତା ମାଗୁଛନ୍ତି ଦୂତି । ଶୁଣିଲେ ହୁଏତ ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗିପାରେ। ହେଲେ ଭଲ ସ୍ପାଇକ୍ ଜୋତା ହଳେ କିଣିବା ପାଇଁ ରହିଛି ଅର୍ଥାଭାବ। ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅଜର୍ନ କରିଥିବା ଦୂତି ଚାନ୍ଦ ଏଭଳି କିଛି ଉତର ରଖିଛନ୍ତି କନକ ନ୍ୟୁଜ୍ ଷ୍ଟୁଡିଓରେ। ଆର୍ଥିକ ସହାୟତା ମିଳିଲେ ଜୋତା କିଣିବି ବୋଲି କହଛନ୍ତି ଦୂତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକଙ୍କୁ ସାକ୍ଷାତ କରି ମଧ୍ୟ ଏନେଇ ସେ ଜଣାଇଛନ୍ତି। ତେବେ ଏହା ବ୍ୟତúତ ରାଜନୀତି ଜରିଆରେ ସମାଜ ସେବା ସ୍ୱପ୍ନ ରଖିଛନ୍ତି ଦୂତି ଚାନ୍ଦ। କନକ ନ୍ୟୁଜରେ ନିଜର ସଫଳତା ଓ ଅନୁଭୂତି ମଧ୍ୟ ସେୟାର କରିଛନ୍ତି। ଦୀର୍ଘ ୧୪ ବର୍ଷର ପରିଶ୍ରମ ବଳରେ ସେ ଏହି ସଫଳତା ପାଇଛନ୍ତି । ତାଙ୍କ ବଡ଼ ଭଉଣୀ ସରସ୍ୱତୀଙ୍କ ଚାନ୍ଦଙ୍କୁ ଏହି ସଫଳତାର ଶ୍ରେୟ ଦେଇଛନ୍ତି । ଶୀତୁଆ ସକାଳରେ ଗରମ ପୋଷାକ ବିନା ସେ ଗାଁ ବ୍ରାହ୍ମଣୀ ନଦୀ ପଠାରେ ଦୌଡ଼ ଅଭ୍ୟାସ କରୁଥିଲେ। କୁଆଖିଆକୁ ପାଣିକୋଇଲି ଯାଏଁ ଏନ୍ଏଚ୍ ଉପରେ ଦୌଡୁ ଥିଲେ । ଆଂଡ୍ରୋଜେନ୍ ହରମୋନ ବିବାଦ ପରେ ବି ସଫଳତାର ସହ ପ୍ରତ୍ୟାବର୍ତନ କରିଥିଲେ ଦୂତି ।