ଜଳିଲା ପାପର ‘ରାବଣ’ ! ବିଜୟା ଦଶମୀରେ ଅଧର୍ମ ଉପରେ ଧର୍ମର ଜୟ

181

vlcsnap-2017-09-30-19h13m20s218କନକ ବ୍ୟୁରୋ : ସତ୍ୟ ସ୍ଥାପନାର ପର୍ବ ତଥା ଅଧର୍ମ ଉପରେ ଧର୍ମର ଜୟର ପ୍ରତୀକ ଭାବେ ପରିଚିତ, ରାବଣ ପୋଡ଼ି ଉତ୍ସବ ବର୍ତମାନ ସାରା ଦେଶରେ ଅନୁଷ୍ଠିତ ହେଉଛି । ଦିଲ୍ଲୀର ସୁବାଷ ପାର୍କରେ ଅନୁଷ୍ଠିତ ରାବଣ ପୋଡି ଉତ୍ସବରେ ରାଷ୍ଟ୍ରପତି ରାମନାଥ ଗୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦି ଧନୁତୀର ଧରି ପ୍ରତୀକାତ୍ମକ ଭାବରେ ରାବଣ ବଧ କରିଥିଲେ । ଏହି ଅବସରରେ ମୋଦି କହିଥିଲେ, ସାମାଜିର ଶିକ୍ଷାର ଦିଏ ରାମଣ ପୋଡ଼ି ଉତ୍ସବ ।ସେହିପରି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ରାବଣ ପୋଡିକୁ ଧର୍ମ ଏବଂ ନୈତିକତାର ବିଜୟ ବୋଲି କହିଥିଲେ ।

vlcsnap-2017-09-30-19h15m23s882ସେହିପରି ରାମଲୀଳା ମୈଦାନରେ ଲବକୁଶ କମିଟି ପକ୍ଷରୁ ଆୟୋଜିତ ରାବଣ ପୋଡ଼ଇ ଉତ୍ସବରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ବଲିଉଡ ଅଭିନେତା ଜନ୍ ଆବ୍ରାହମ୍ ପ୍ରମୁଖ ଯୋଗ ଦେଇଥିଲେ । ଏଠାରେ ଚାଲିଥିବା ରାମଲୀଳା ଉତ୍ସବକୁ ଅମିତ ଶାହା ସମ୍ବୋଧନ କରିବା ସହ ପ୍ରତୀକାତ୍ମକ ଭାବରେ ରାବଣ ପୋଡ଼ି କହିଥିଲେ । ପ୍ରତିବର୍ଷ ଦିଲ୍ଲୀର ରାମଲୀଳା ମୈଦାନରେ ଏହି ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇ ଆସୁଛି । ଏଠାରେ ଦଶହରା ସମୟରେ ୯ ଦିନ ଧରି ରାମଲୀଳାର ଆୟୋଜନ ହୋଇଥାଏ । ଅନ୍ତିମ ତଥା ବିଜୟଦଶମୀ ଦିନ ରାବଣ ପୋଡ଼ି ସହ ସରିଥାଏ ଦଶହରା ପର୍ବ ।

ସେହିପରି ଦିଲ୍ଲୀର ନବଶ୍ରୀ ରାମଲୀଳା କମିଟି ପକ୍ଷରୁ ଆୟୋଜିତ ହୋଇଥିବା ରାବଣ ପୋଡ଼ି ଉତ୍ସବରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରମୁଖ ଯୋଗ ଦେଇଛନ୍ତି । ସୁବାଷ ପାର୍କରେ ଅନୁଷ୍ଠିତ ହୋଇଥିବା ରାବଣ ପୋଡ଼ି ଉତ୍ସବରେ ଯୋଗ ଦେବା ପରେ ଏଠାରେ ସାମିଲ ହୋଇଛନ୍ତି ମନମୋହନ ସିଂହ ।