ରୋକା ଯାଇ ପାରିଥାନ୍ତା ଅମୃତସର ଟ୍ରେନ୍ ଦୁର୍ଘଟଣା, ଯଦି ପୁଲିସ ଅଧିକାରୀ ପଢ଼ି ନେଇଥାନ୍ତେ ଏହି ଗୋଟିଏ ଇମେଲ 

ଅମୃତସର ଟ୍ରେନ୍ ଦୁର୍ଘଟଣା

314

ଦଶହରା ଦିନ ଅମୃତସରରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ହୋଇଛି ଏକ ନୂଆ ଖୁଲାସା । ଏହି ମାମଲାର ଯାଂଚ କରିବାକୁ ଜିଆରପିକୁ ଦିଆଯାଇଥିଲା । ଜିଆରପିର ଯାଂଚରେ ଏହି କଥା ସାମନାକୁ ଆସିଛି ଯେ, ୧୮ ଓ ୧୯ ଅକ୍ଟୋବରର ମଧ୍ୟରାତ୍ରି ୧୨ଟା ୫୩ ମିନିଟ୍ ରେ ପୁଲିସ୍ କମିଶନରେଟ୍ କାର୍ଯ୍ୟାଳୟ ରେଳବାଇ ପୁଲିସ୍ ସହିତ କ୍ଷେତ୍ରର ସମସ୍ତ ଥାନାରେ ଦଶହରାରେ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଇମେଲ ପଠାଇଥିଲେ ।

ଏହି ମେଲ ଏକ ସୁରକ୍ଷା ବିଭାଗରୁ ପଠାଯାଇଥିଲା । ଏହି ମେଲରେ ପ୍ରତ୍ୟେକ ସ୍ଥାନର ନାମ ଦିଆଯାଇଥିଲା, ଯେଉଁଠି ଯେଉଁଠି ସୁରକ୍ଷା ପାଇଁ ପୁଲିସ ନିଯୁକ୍ତ ରହିବାର ଥିଲା । ଏହି ମେଲ ବିଷୟରେ କୌଣସି ବି ପୁଲିସ୍ ଅଧିକାରୀ କହିବାକୁ ପ୍ରସ୍ତୁତ ନାହିାଁନ୍ତି । ଜିଆରପି ଯାଂଚ ଅଧିକାରୀଙ୍କ କହିବାନୁସାରେ, ଯଦି ପୁଲିସ ପ୍ରଶାସନ ସିକ୍ୟୁରିଟି ବ୍ରାଂଚର ମେଲ କୁ ଗମ୍ଭୀରତାର ସହିତ ନେଇଥାନ୍ତେ, ତେବେ ଏହି ଟ୍ରେନ୍ ଦୁର୍ଘଟଣା ହୋଇନଥାନ୍ତା ।

ଜଲନ୍ଧର-ଅମୃତସରର ଡିଏମୟୁ ଏହି ଭୀଷଣ ଦୁର୍ଘଟଣା ପରେ ଆଗରେ ଥିବା ଷ୍ଟେସନର ଷ୍ଟେସନ୍ ମାଷ୍ଟରକୁ ଏହାର ସୂଚନା ଦେଇଥିଲେ । ରେଳ ଅଧିକାରୀଙ୍କ କହିବାନୁସାରେ, ଲୋକୋ ପାଇଲଟକୁ ଯେତେବେଳେ ଦୁର୍ଘଟଣାର ଆଭାସ ହେଲା କି ଅନେକ ଲୋକ ଟ୍ରେନ୍ ତଳେ ଆସିଯାଇଛନ୍ତି । ସେତେବେଳେ ସେ ତତକ୍ଷଣାତ୍ ଏହି  ସୂଚନା ଅମୃତସର ଷ୍ଟେସନ ମାଷ୍ଟରଙ୍କୁ ଦେଲେ । ଅଧିକାରୀଙ୍କ କହିବାନୁସାରେ, ଦୁର୍ଘଟଣାର କାରଣକୁ ସୁନିଶ୍ଚିତ କରିବା ପାଇଁ ଡ୍ରାଇଭରର ବୟାନ ରେକର୍ଡ କରାଯିବ । ଦୁର୍ଘଟଣା ପରେ ଟ୍ରେନ୍ ର ଯିବା ଆସିବାକୁ ରୋକି ଦିଆଯାଇଛି ।

ସୂଚନାଯୋଗ୍ୟ, ଦଶହରା ଦିନ ସନ୍ଧ୍ୟାରେ ପାଖାପାଖି ୭୦୦ ଜଣ ଲୋକ ରାବଣ ଦହନ କାର୍ଯ୍ୟକ୍ରମ ଦେଖିବା ପାଇଁ ସେଇଠି ଥିଲେ । ପାଖାପାଖି ୧୦-୧୫ ସେକେଣ୍ଡରେ ଟ୍ରେନ୍ ଅତିକ୍ରମ କରିବା ପରେ ଲୋକଙ୍କ କାନ୍ଦ ରଡି ଶୁଭିଲା । ବାଣ ଫୁଟିବାର ଶବ୍ଦ ଯୋଗୁଁ ଲୋକଙ୍କୁ ଟ୍ରେନ୍ ର ଶବ୍ଦ ଶୁଭିିନଥିଲା । ଏହି ଦୁର୍ଘଟଣାରେ ୬୨ ଜଣଙ୍କ ମୃତ୍ୟୁ ହୋଇଥିବାର ସ୍ପଷ୍ଟ କରାଯାଇଛି ।