ଧରାପୃଷ୍ଠକୁ ଆସିବେ ମା’ ଜଗଦଜନନୀ ! ମା’ଙ୍କ ଆବାହନ ପାଇଁ ଗାଁରୁ ସହର ସବୁଠି ଜୋରଦାର ପ୍ରସ୍ତୁତି

36

କନକ ବ୍ୟୁରୋ : ଧରାପୃଷ୍ଠକୁ ଆସିବେ ମା’ ଜଗଦଜନନୀ । ମା’ଙ୍କ ଆବାହନ ପାଇଁ ଗାଁରୁ ସହର ସବୁଠି ଜୋରଦାର ପ୍ରସ୍ତୁତି । ସୁଉଚ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗ ଆଲେକାମାଳାରେ ସଜେଇ ହେଲାଣି ପୂଜା ମଂଡପ । ପୂଜାକୁ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ମଧ୍ୟରେ ଚାଲିଛି ପ୍ରତିଯୋଗୀତା । କେଉଁ ପୂଜା କମିଟି ମଣ୍ଡପ ଓ ତୋରଣ ଉପରେ ଗୁରୁତ୍ୱ ଦେଉଛନ୍ତି ତ ଆଉ କେଉଁ ପୂଜା ମଣ୍ଡପ ଚାନ୍ଦିର ମେଢ ଉପରେ ଗୁରୁତ୍ୱ ଦେଉଛନ୍ତି । ମଣ୍ଡପରେ ମା’ ଜଗଦାତ୍ରୀଙ୍କୁ ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ଶକ୍ତିପୀଠରେ ଚାଲିଛି ନବରାତ୍ରୀ । ଷୋଡଶ ଉପଚାରରେ ଶକ୍ତିସୂରୁପୂଣୀଙ୍କ ପୂଜା କରାଯାଉଛି ।