ଦୂରନ୍ତ ଏକ୍ସପ୍ରେସରେ ଅଘଟଣ । ଖସିପଡିଲା ଗ୍ୟାସ ଟାଙ୍କି, ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ୍ ।

1,020

କନକ ବ୍ୟୁରୋ : ହାଓ୍ଵଡା-ଯଶୋବନ୍ତପୁର ଦୂରନ୍ତ ଏକ୍ସପ୍ରେସ୍‌ ଶୁକ୍ରବାର ଅପରାହ୍ନରେ ବାଲେଶ୍ୱର ନିକଟ ରୂପସା ଷ୍ଟେସନରେ ପ୍ରାୟ ୩ ଘଣ୍ଟା ହେବ ଅଟକି ରହିଛି । ଟ୍ରେନ୍‌ର ଗୋଟିଏ ବଗିରୁ ଗ୍ୟାସ୍‌ ଟାଙ୍କି ଖସି ପଡ଼ିବାରୁ ଏହି ଅଭାବନୀୟ ଘଟଣା ଘଟିଛି । ଦୂରନ୍ତ ଏକ୍ସପ୍ରେସ୍‌ ଅତିକ୍ରମ କରିବା ପୂର୍ବରୁ ଷ୍ଟେସନରେ ଟ୍ରାକ୍‌ ମରାମତି କାମ ଚାଲିଥିଲା । ଟ୍ରେନ୍‌ ଅତିକ୍ରମ କରିବାର ଅବ୍ୟବହିତ ପୂର୍ବରୁ କିଛି ସମୟ ପାଇଁ ଏହି କାମ ବନ୍ଦ କରାଯାଇଥିଲା । ଫଳରେ ଭୁଲ ବଶତଃ ଟ୍ରାକ୍‌ ସଜଡ଼ା କାମରେ ବ୍ୟବହୃତ ସରଞ୍ଜାମ ବାଜିବାରୁ ଟ୍ରେନ୍‌ର ବଗିରୁ ଗ୍ୟାସ୍‌ ଟାଙ୍କି ଖସିଯାଇଥିଲା ।

ଦୀର୍ଘ ୩ ଘଣ୍ଟା ଧରି ଟ୍ରେନ୍‌ ଅଟକି ରହିବା ଫଳରେ ଯାତ୍ରୀମାନେ ବିରକ୍ତି ପ୍ରକାଶ କରିଛନ୍ତି । ରୂପସା ଷ୍ଟେସନରୁ ଟ୍ରେନ ଚାଲିବା ବିଳମ୍ବ ହେଉଥିବାରୁ ଯାତ୍ରୀମାନେ ବିରକ୍ତି ପ୍ରକାଶ କରିଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ଟ୍ରେନ୍‌ କେତେବେଳେ ପୁଣି ଥରେ ଟ୍ରାକ୍‌ରେ ଦୌଡ଼ିବ, ସେ ବାବଦରେ କିଛି ଜଣାପଡ଼ିନାହିଁ ।