ଶିଳ୍ପ ମହାକୁମ୍ଭରେ ସମସ୍ତଙ୍କ ହୃଦୟ ଜିଣିଲେ ପଶ୍ଚିମ ଓଡ଼ିଶାର ମହିଳା । ନିଜ ସଫଳତାର କାହାଣୀ କହିଲେ ଜୟନ୍ତି ଏକ୍କା

ସଶକ୍ତ ମହିଳାଙ୍କ ସାହାସ ଦେଖିଲା ଓଡ଼ିଶା

291

କନକ ବ୍ୟୁରୋ: ଓଡ଼ିଶାର ମହିଳା ଆଜି କେତେ ସଶକ୍ତ, ତାର ଏକ ନମୂନା ଦେଖିବାକୁ ମିଳିଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ । ମହିଳା ଉଦ୍ୟୋଗୀ କର୍ମଶାଳାରେ ପଶ୍ଚିମ ଓଡ଼ିଶାର ମହିଳା ଜୟନ୍ତୀ ଏକ୍କା ନିଜ ସଫଳତାର କାହାଣୀ କହିଛନ୍ତି । କେମିତି ମିଶନ ଶକ୍ତି ତାଙ୍କ ଜୀବନରେ ପରିବର୍ତନ ଆଣିଛି ସେ ନେଇ ପୁରା କାହାଣୀ ରଖିଛନ୍ତି ।

ତାଙ୍କ ଉପସ୍ଥାପନା ଏତେ ପ୍ରଭାବଶାଳୀ ଥିଲା ଯେ, ଧ୍ୟାନର ସହ ଜୟନ୍ତୀଙ୍କ କଥା ଶୁଣି ଥିଲେ ମୁଖ୍ୟମନ୍ତ୍ରୀ । ଭାଷଣ ସାରିବା ପାଇଁ ବାରମ୍ବାର ଅନୁରୋଧ କରିବା ସତ୍ୱେ କହି ଚାଲିଥିଲେ । ଦେଖନ୍ତୁ କେମିତି ଥିଲା ସେ ସମୟର ଚିତ୍ର ।

ସେପଟେ, ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ମହିଳା । ମିଶନ ଶକ୍ତି ସଦସ୍ୟାଙ୍କୁ ସରକାର ଦେବେ ସ୍ମାର୍ଟ ଫୋନ । ମେକ ଇନ ଓଡିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି । ଏହ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କ ଲାଇଫ ଏକ୍ସପେଟେନ୍ସି ବା ବଂଚିବାର ସମୟ ସୀମା ୧୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

ମାତୃ ମୃତ୍ୟୁ ହାର କମିବା ସହ ମହିଳା ସଶକ୍ତିକରଣ ଯୋଗୁ ମହିଳାଙ୍କ ବଂଚିବାର ସମୟସୀମା ବୃଦ୍ଧି ପାଇଛି ବୋଲି ନବୀନ କହିଛନ୍ତି । ମିଶନ ଶକ୍ତି ପର୍ଯ୍ୟାୟକ୍ରମେ ସଫଳ ହେବାରେ ଲାଗିଛି । ଯେଉଁଥିପାଇଁ ମହିଳାଙ୍କୁ ଲୋନ ଦେବା ପାଇଁ ବ୍ୟାଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି ।