ଧରାପୃଷ୍ଠକୁ ମା’ଙ୍କ ଆବାହନ : ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ପୁରପଲ୍ଲୀ

66

କନକ ବ୍ୟୁରୋ : ଧରାପୃଷ୍ଠକୁ ମା’ଙ୍କ ଆବାହନ । ଆରମ୍ଭ ହୋଇଯାଇଛି ଦୁର୍ଗାପୂଜାର ମାହୋଲ । ଆଜି ପୀଠରେ ସପ୍ତମୀ ପୂଜା ହେଉଥିବାବେଳେ ମଣ୍ଡପରେ ଷଷ୍ଠୀ ପୂଜା ପାଳନ କରାଯାଉଛି । ଦୁର୍ଗାପୂଜା ପାଇଁ ଚଳଚଂଚଳ ହୋଇଛି ଗାଁଠୁ ପୁରପଲ୍ଲୀ । ନବରାତ୍ରୀରେ ବିଭିନ୍ନ ପୀଠରେ ଚାଲିଛି ମାଙ୍କ ଷୋଡଶପୂଜା ରାଜଧାନୀରେ ପୂଜା ମାହୋଲ ଧିରେ ଧିରେ ଜମୁଛି ।

source : Hindustan

ସେପଟେ ଦଶହରା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଗତକାଲି ପୁଲିସ କମିସନର ସତ୍ୟଜିତ ମହାନ୍ତି ଏ ସମ୍ପର୍କରେ କଟକ ଡିସିପି ଅଖିଳେଶ ସିଂହ ଓ ଭୁବନେଶ୍ବର ଡିସିପି ଅନୁପ ସାହୁଙ୍କୁ ସହ ଆଲୋଚନା କରିଛନ୍ତି । ଏହି ବୈଠକ ଦୁଇ ଦିନ ଧରି ଚାଲିବ ।ଗତକାଲି କେବଳ କଟକ ପୂଜାକୁ ନେଇ ପୁଲିସ କମିସନର ଆଲୋଚନା କରିଥିବା ବେଳେ ଆସନ୍ତାକାଲି ଭୁବେନଶ୍ବର ପୂଜାକୁ ନେଇ ଆଲୋଚନା ହେବ। ଚଳିତ ଥର ତ୍ରିସ୍ତରୀୟ ସୁରକ୍ଷା ବନ୍ଦୋବସ୍ତ କରାଯିବ। ପ୍ରଥମ ଫୋକସ ରହିବ ପୂଜାମଣ୍ଡପ, ପରେ ଟ୍ରାଫିକ୍ ପରିଚାଳନା, ଶେଷରେ ବସର୍ଜନ ।

Visarjan ceremony of durga

ଅନ୍ୟପଟେ ସମ୍ବାଦ, କନକ ନ୍ୟୁଜ ଏବଂ ରେଡିଓ ଚକଲେଟ୍ ପକ୍ଷରୁ କଟକରେ ଚାଲିଥିବା “କିଏ ଜିତିବ ଦଶରା ବାଜି “ଉଦଯାପିତ ହୋଇଛି । ଉଦଯାପନୀ ଉତ୍ସବରେ ସମ୍ବାଦ ସମ୍ପାଦକ ତଥା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେବା ସହ ପୌରହିତ୍ୟ କରିଥିଲେ । ପ୍ରଥମ ପର୍ଯ୍ୟାୟରେ କଟକ ସହରର ୧୨୮ଟି ପୂଜା ମଣ୍ଡପକୁ ନେଇ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ତେବେ ଚୂଡାନ୍ତ ପର୍ଯ୍ୟାୟକୁ ୨୧ଟି ପୂଜା କମିଟି ଉନ୍ନିତ ହୋଇଥିଲେ । ପୂଜା କମିଟି ପାଇଁ କଟକ ସହର ସମ୍ପର୍କିତ ୭ଟି ଲେଖାଏଁ ପ୍ରଶ୍ନ ରଖା ଯାଇଥିଲା । ୬ଟି ପ୍ରଶ୍ନର ସଠିକ୍ ଉତର ଦେଇ ନାୟକ ସାହି ମହାଦେବ ପୂଜା କମିଟି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଚାନ୍ଦନୀଚୈକି ଦର୍ଜୀ ସାହି ପୂଜା କମିଟି ୨ୟ ସ୍ଥାନ ଅଧିକାର କରିଥିଲା । ଡାହାଳିଆବାଗ୍ ମହାଦେବ ପୂଜା କମିଟି ତୃତୀୟ ସ୍ଥାନ ଅଧିକାର କରିଥିଲା ।