ପୂଜା ପେଣ୍ଡାଲରେ ବାହୁବଳୀର ‘ମାହିଷ୍ମତି ମହଲ’ ! ୧୦ କୋଟିରେ ନିର୍ମିତ ଦେଶର ସବୁଠୁ ମହଙ୍ଗା ଦୁର୍ଗା ପେଣ୍ଡାଲକୁ ନେଇ ଚର୍ଚ୍ଚା

153

ଦେଶ ସାରା ଏବେ ମା’ ଦୁର୍ଗାଙ୍କ ଆରାଧନର ପର୍ବ ଆରମ୍ଭ ହୋଇଯାଇଛି । ମାହୋଲ ପୁରା ଭକ୍ତିମୟ । ଯୁଆଡେ ଦେଖିବ ଦଶହରାର ପ୍ରସ୍ତୁତି ନେଇ ତତ୍ପରତା । ଆଉ ଏହାରି ଭିତରେ ପଶ୍ଚିମବଙ୍ଗର ଦୁର୍ଗା ପୂଜା ଏକ ସ୍ୱତନ୍ତ୍ରତା ବଜାୟ ରଖିଛି । ଏହାର ଭବ୍ୟdurga001_1506038368 ପୂଜା ପେଣ୍ଡାଲକୁ ନେଇ ପ୍ରସିଦ୍ଧ । ଏହିବର୍ଷ ମଧ୍ୟ କୋଲକତାରେ ଅଲଗା ଅଲଗା ଥିମକୁ ନେଇ ମା’ ଦୁର୍ଗାଙ୍କର ୩ହଜାର ପେଣ୍ଡାଲ ନିର୍ମିତ ହୋଇଛି । ଏଥିରେ ଏକ ପେଣ୍ଡାଲ ୧୦କୋଟି ଖର୍ଚ୍ଚ ରେ ନିର୍ମିତ ହୋଇଛି । ଏହି ପେଣ୍ଡାଲର ସ୍ୱତନ୍ତତା କିଛି ଭିନ୍ନ ଧରଣର । ଯାହା ଏବେ ଖୁବ୍ ଚର୍ଚ୍ଚା ପାଲଟିଛି । ଫିଲ୍ମ ବାହୁବଳୀ-୨ରେ ମାହିଷ୍ମତି ମହଲର ପ୍ରତିକୃତିକୁ ତିଆରି କରାଯାଇଛି । ଏହାର ଉଚ୍ଚତା ୧୧୦ ଫୁଟ ରହିଛି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଦେଶର ସବୁଠୁ ମହଙ୍ଗା ପେଣ୍ଡାଲ୍ ହେବାର ଘୋଷଣା କରିଛନ୍ତି । ଉପଟେ ଗୁଜୁରାଟର ସୁରତରେ ନବରାତ୍ରୀର ପ୍ରଥମ ଦିନ ଏସିଆର ସବୁଠୁ ବଡ ଗରବା ରେ ୭ହଜାର ଲୋକ ସାମିଲ ହୋଇଛନ୍ତ । ୧୫୦ ଜଣ କାରିଗର ୩ ମାସର ସମୟ ଅବଧିରେ ଏହି ମାହିଷ୍ମତି ପେଣ୍ଡାଲକୁ ତିଆରିକରିଛନ୍ତି ।କୋଲକତାରେ ଲେକ୍ ଟାଉନ ନିକଟରେ ଶ୍ରୀଭୂମି ସ୍ପୋଟିଂ କ୍ଲବ୍ ଏହି ଭବ୍ୟ ପେଣ୍ଡାଲକୁ ତିଆରି କରିଛନ୍ତି । କ୍ଲବ୍ ର ସଚିବ ଡିକେ ଗୋସ୍ୱାମୀ କହିଛନ୍ତି ବିଶ୍ୱ ସାରା ଫିଲ୍ମ ବାହୁବଳୀକୁ ମିଳିଥିବା ପବ୍ଲିସିଟିକୁ ଦେଖି ଆମେ ଏହି ଥିମ୍ କୁ ନେଇ ପେଣ୍ଡାଲ ତିଆରି କରିଥିଲୁ । ଏହି ପେଣ୍ଡାଲ ଶୁକ୍ରବାର ଠାରୁ ଭକ୍ତଙ୍କ ପାଇଁ ଖୋଲାଯିବ ।

durga08_1506036403_1ସୁନାରେ ଚମକୁଥିବା ମାହିଷ୍ମତି ମହଲ ପେଣ୍ଡାଲରେ ମୁଖ୍ୟ ଦ୍ୱାରାରେ ଶୁଣ୍ଢ ଟେକିଥିବାର ଦୁଇଟି ହାତୀ ନିର୍ମିତ ହୋଇଛି । ପେଣ୍ଡାଲର କିଛି ଆଗରେ ୮ଟି କବାଟ ରହିଛି । ମହଲର ଭିତରେ ପ୍ରବେଶ କରିବା ପରେ ଏକ ବଡ ଝୁମର ଓ ମା’ଙ୍କର ସୁନା ଚାନ୍ଦି ଓ ହୀରାରେ ସଜ୍ଜିତ ମା’ ଦୁର୍ଗାଙ୍କ ପ୍ରତିମା ରହିଛି । ୧୧୦ ଫୁଟ ଉଚ୍ଚତାର ଏହି ମୂର୍ତ୍ତୀକୁ ୩୦୦ ଯବାନ ସୁରକ୍ଷା ଦେଉଛନ୍ତି ।

ଦୁର୍ଗାପୂଜାକୁ ନେଇ ସାରା ଦେଶରେ କୋଲକତା ନିଜର ଏକ ଭିନ୍ନ ପରିଚୟ ରଖିଥାଏ । ଯାହା ଏହାର ପୂଜା ପେଣ୍ଡାଲମାନଙ୍କରୁ ଜଣାପଡେ । ଆଉ ବର୍ଷକୁ ବର୍ଷ ପ୍ରତିଯୋଗୀତାର ସହ ଏହାକୁ ବିଭିନ୍ନ ପୂଜା କମିଟିମାନେ ପାଳନ କରୁଛନ୍ତି । ଏବେ ଏହାର ଏକ ନମୂନା ‘ମାହିଷ୍ମତି ମହଲ’ ପେଣ୍ଡାଲ । ବାହୁବଳୀ ଫିଲ୍ମର ଏହି ମହଲର ଝଲକକୁ ଭକ୍ତମାନେ ଏହିବର୍ଷ ପଶ୍ଚମବଙ୍ଗର ଏହି ପେଣ୍ଡାଲରେ ଦେଖିବାକୁ ପାଇବେ ।