ଦେବୀଙ୍କ ଆଗମନ ପାଇଁ ଉତ୍ସବ ମୁଖର ଧରାପୃଷ୍ଠ : ଆଖି ଝଲସାଇଲାଣି ତୋରଣ

35

pujaକନକ ବ୍ୟୁରୋ : ଧରାପୃଷ୍ଠକୁ ଆଗମନ କରିବେ ମହିଷା ମର୍ଦ୍ଦିନୀ ମା ଦୁର୍ଗା । ଏଥିପାଇଁ ଉତ୍ସବ ମୁଖର ଗାଁ ଠୁ ସହର । ରାଜଧାନୀରେ ଆଖି ଝଲସାଇଲାଣି ସୁଉଚ ତୋରଣ ।

ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜାକୁ ରାଜ୍ୟବାସୀ ଖୁବ୍ ଧୁମଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । ରାଜଧାନୀରେ ଧୁମଧାମରେ ପାଳନ ହେବାକୁ ଯାଉଛି । ଏଥିଲାଗି ବିଭିନ୍ନ ପୂଜା ମଣ୍ଡପ ଚଳଚଂଚଳ ହୋଇଉଠିଛି । ମା’ଙ୍କ ଷଷ୍ଠି ପୂଜା ଆଉ ଅଳ୍ପଦିନ ରହିଥିବାରୁ ତୋରଣ, ସାଜସଜା କାମ ଆଗେଇ ଚାଲିଛି ।

vlcsnap-2016-10-05-11h06m14s849ନୟାପଲ୍ଲୀ ଦୁର୍ଗାପୂଜା ସମିତି ଚଳିତବର୍ଷ ନେପାଳର ଜାନକୀ ମନ୍ଦିର ଢ଼ାଂଚାରେ ତୋରଣର ରୁପ ଦେବାକୁ ପ୍ରଚେଷ୍ଟା କରିଛି । କଲିକତାର ୫୦ ଜଣ କାରିଗର ଦିନରାତି ଏହି ତୋରଣ କାର୍ଯ୍ୟରେ ଲାଗିଛନ୍ତି । ତେବେ ଷଷ୍ଠୀରୁ ମାଙ୍କ ପୂଜାକାର୍ଯ୍ୟ ଆରଂଭ ହେବା ଦିନରୁ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରସାଦ ସେବନ ଆଦି ଅନୁଷ୍ଟିତ ହେବ ବୋଲି ପୂଜା କମିଟି ସୂଚନା ଦେଇଛି । ସେହିଭଳି ରସୁଲଗଡ ଦୁର୍ଗାପୂଜା ପରିଚାଳନା କମିଟି ୨୪ତମ ପୂଜା ଉସôବକୁ ଧୁମଧାମରେ ପାଳନ କରିବାକୁ ଯୋଜନା କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –