ଅସତ୍ ଉପରେ ସତର ଜୟ : ବିଜୟା ଦଶମୀରେ ପୂଜା ପାଇଲେ ମା’ ଦୁର୍ଗା

53

କନକ ବ୍ୟୁରୋ : ସାରା ରାଜ୍ୟରେ ବିଜୟା ଦଶମୀର ଧୁମ୍ । ଅନୁକୁଳ ପାଗ ସାଙ୍ଗରେ ତାଳଦେଇ ପୂଜା ପେଣ୍ଡାଲ ଗୁଡିକରେ ଭିଡ ବଢିବାରେ ଲାଗିଛି । ମହାମାୟୀଙ୍କ ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ରଂଗୀନ ଆଲୁଅ, ସାଜସଜ୍ଜା ଓ ସୁଉଚ୍ଚ ତୋରଣରେ ଝଲସି ଉଠୁଛି ପୂଜା ମଣ୍ଡପ । ବଙ୍ଗୀୟ ଓ ଉତ୍କଳୀୟ ପରମ୍ପରା ମୁତାବକ ଚାଲିଛି ଦୁର୍ଗତି ନାସିନୀ ମା ଦୁର୍ଗାଙ୍କର ଦଶମୀ ପୂଜାର୍ଚ୍ଚନା । ସବୁଠି ମା’ଙ୍କ ଆବାହନ । ପୁରପଲ୍ଲୀଠୁ ସହର, ସବୁଠି ମହାସମାରୋହରେ ପାଳିତ ହେଉଛି ଶାରଦୀୟ ଦୁର୍ଗା ପୂଜା ।  ଜଗତଜନନୀଙ୍କ ଦିବ୍ୟ ରୁପର ଦର୍ଶନ ସହ ଚାଲିଛି ସିନ୍ଦୁର ଖେଳ ।

ଅସତ୍ୟ ଉପରେ ସତ୍ୟର ବିଜୟ । ଅଧର୍ମ ଉପରେ ଧର୍ମର ବିଜୟ । ଏହାର ପ୍ରତିକ ଭାବରେ ଆଜି ବିଭିନ୍ନ ପୂଜା କମିଟି ଆୟୋଜନ କରିଛନ୍ତି ରାବଣ ପୋଡି । କୁହାଯାଏ ମହାଦଶମୀ ଦିନ ପୁରୁଷୋତମ ଶ୍ରୀରାମ, ଲଙ୍କାର ମହାପରାକ୍ରମୀ ରାକ୍ଷସ ରାବଣକୁ ନିଧନ କରିଥିଲେ । ତେଣୁ ଆଜିର ଦିନକୁ କୁହାଯାଏ ବିଜୟା ଦଶମୀ ।