ଦେଶର କୋଣ ଅନୁକୋଣେ ଜୋରସୋରରେ ଚାଲିଛି ମା’ ଦୂର୍ଗାଙ୍କ ଦଶହରା ପର୍ବ । ବଡ଼ ବଡ଼ ତୋରଣ ସାଙ୍ଗକୁ ଜାକଜକମର ମୃଣ୍ମୟୀ ମୂର୍ତ୍ତୀ ଥରେ ଦେଖିଲେ ଆଖି ଲାଖି ଯାଉଛି । କଳାକାରଙ୍କ ଅଦ୍ଭୁଦ କୌଶଳରେ ଚାଲିଆସିଲା ପରି ଦେଖାଯାଉଛନ୍ତି ମା’ ଜଗଦମ୍ବା । ସୋସିଆଲ୍ ମିଡିଆରେ ମା’ଙ୍କ ଅନେକ ମୃଣ୍ମୟୀ ମୂର୍ତ୍ତୀର ଫଟୋ ସେୟାର୍ କରାଯାଇଛି । ଯେଉଁଥିରେ ପରିବେଶ ସଂରକ୍ଷଣ,ଦେଶ ସୁରକ୍ଷା,ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ଏବଂ ସାଂପ୍ରଦାୟିକ ସୌହାର୍ଦ୍ଦ୍ୟ ଭଳି ଅନେକ ଥିମ୍ ରେ ପ୍ରସ୍ତୁତ ହୋଇଥିବା ମା’ଙ୍କ ମୂର୍ତ୍ତୀ ପୂଜା ପାଉଛି । ଏଥିମଧ୍ୟରେ ସୋସିଆଲ୍ ମିଡିଆରେ ଏଭଳି ଏକ ଫଟୋ ସେୟାର୍ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ପ୍ରଶଂସା କରିଉଠିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
That is, indeed, superior to the largest & most dramatic pandals I’ve seen. Children will always triumph when it comes to matters of the human spirit…Greetings & good wishes to everyone on this auspicious day of Maha Ashtami Puja https://t.co/Bo4C0YVeLi
— anand mahindra (@anandmahindra) October 6, 2019
ଏହି ଭାଇରାଲ୍ ଫଟୋଟି ହେଉଛି ୬ ଜଣ କୁନି ପିଲାଙ୍କ । ଯେଉଁମାନେ ମା’ଦୂର୍ଗାଙ୍କ ମୁଦ୍ରାକୁ ନକଲ କରି ପୋଜ୍ ଦେଇଛନ୍ତି । କେହି ମା’ଦୂର୍ଗା ରୁପରେ ତ ଆଉ କିଏ ସିଂହ ଏବଂ ମହିଷାଶୁର ରୁପରେ ପୋଜ୍ ଦେଇ ଫଟୋ ଉଠାଇଛନ୍ତି । ମା’ଦୂର୍ଗାଙ୍କ ରୁପରେ ଠିଆ ହୋଇଥିବା ଝିଅଟି ପଛରେ ୩ ଜଣ ଝିଅ ଠିଆ ହୋଇଛନ୍ତି ଯେ ତାଙ୍କର ଦୂର୍ଗାଙ୍କ ୮ ଟି ହାତ ହୋଇଛନ୍ତି ଏବଂ ହାତରେ ପଦ୍ମଫୁଲ , ଥାଳ , ଅଭୟ ମୁଦ୍ରା ଭଳି ପୋଜ୍ ଦେଇଛନ୍ତି । ଏହି ଫଟୋଟି ଏତେ ପ୍ରଭାବଶାଳୀ ହୋଇଛି ଯେ ଏହାକୁ ବିଜନେସ୍ ଆଇକନ୍ ଆନନ୍ଦ ମହିନ୍ଦା ରିଟ୍ୱିଟ୍ କରିଛନ୍ତି । ଅଭିନେତ୍ରୀ ରବିନା ଟଣ୍ଡନ୍ ମଧ୍ୟ ଏହି ଫଟୋଟିକୁ ରିଟ୍ୱିଟ୍ କରି ଲେଖିଛନ୍ତି , ମୁଁ କେତେ ମଣ୍ଡପ ବୁଲି ମା’ ଦୂର୍ଗାଙ୍କ ମୂର୍ତ୍ତୀ ଦର୍ଶନ କରିଛି କିନ୍ତୁ ଏହି ଫଟୋଠାରୁ ପ୍ରଭାବଶାଳୀ ପ୍ରଥମେ କେବେ ବି ଦେଖିନାହିଁ । ଜୟ ମାତା ଦି ।