କିଏ ଅଟୋ ଚଲାଉଛି ତ କିଏ ବ୍ୟବସାୟୀ ! ଏକ ନୁହେଁ ଅନେକ ଅଛନ୍ତି ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ଡୁପ୍ଲିକେଟ୍

90

ନିକଟରେ ଲୋକପ୍ରିୟ କମେଡି ସୋ’ ଏଆଇବି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପରିହାସ କରି ବିବାଦକୁ ଆସିଥିଲା । ଏହି କମେଡି ଗ୍ରୁପ୍ ଅବିକଳ ମୋଦିଙ୍କ ପରି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କ ଫଟୋ ଟୁଇଟରରେ ପୋଷ୍ଟ କରି ପରିହାସ କରିବାରୁ ଦେଶବ୍ୟାପି ଅସନ୍ତୋଷ ଦେଖାଯାଇଥିଲା । ମୁମ୍ବାଇ ପୁଲିସର ହସ୍ତକ୍ଷେପ ପରେ ପୋଷ୍ଟଟି ଟୁଇଟରରୁ ହଟାଯାଇଥିଲା । ତେବେ ମାମଲାଟି ଯଦିଓ ଏଇଠି ଶେଷ ହୋଇ ଯାଇଥିଲା କିନ୍ତୁ ଫଟୋକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିଲା । କିଏ ସେହି ବ୍ୟକ୍ତି ଜଣକ ଯିଏ ଅବିକଳ ମୋଦିଙ୍କ ପରି ଦେଖିବାକୁ । ଆମେ ଶୁଣିଛେ ପ୍ରତ୍ୟେକ ବ୍ୟକ୍ତିଙ୍କର ୬ଜଣ ଡୁପ୍ଲିକେଟ୍ ଥାନ୍ତି । ଆଉ ଏହି ଶୁଣାକଥାର ପ୍ରମାଣ ମିଳିଛି ମୋଦିଙ୍କ କ୍ଷେତ୍ରରେ । ଅର୍ଥାତ୍ ଜଣେ କି ଦୁଇ ଜଣ ମୋଦିଙ୍କର ୭ଜଣ ଡୁପ୍ଲିକେଟ୍ ଅଛନ୍ତି । କେହି ଅଟୋ ଚଳାଉଛନ୍ତି ତ କେହି ବ୍ୟବସାୟୀ ।

ଏବେ ନଜର ପକାନ୍ତୁ ଏମାନଙ୍କ ଉପରେ :

_7e04a784-679c-11e7-ae46-9bfe7bf72e96ରାମଚନ୍ଦ୍ରନ୍ : କେରଳର ରାମଚନ୍ଦ୍ରନ୍ । ରାମଚନ୍ଦ୍ରନଙ୍କ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରି କମେଡି ଗ୍ରୁପ୍ ଏଆଇବି ବିବାଦ ଘେରକୁ ଆସିଥିଲା । ସେହିପରି ତେଲେଙ୍ଗାନାରେ ଆଉ ଜଣେ ମୋଦିଙ୍କ ଡୁପ୍ଲିକେଟ୍ ଅଛନ୍ତି ଯିଏ ଅଟୋ ଚଳାନ୍ତି ।

xcvxcvcx_1500492185_15005ଅଭିନନ୍ଦ ପାଠକ : ଉତ୍ତରପ୍ରଦେଶର ଅଭିନନ୍ଦ ପାଠକ ମୋଦିଙ୍କୁ ନିଜ ବଡ ଭାଇ ବୋଲି ମାନନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ ଅଭନନ୍ଦ ୨୦୧୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ୧୭୦ କିଲୋମିଟର ସାଇକେଲ୍ ଚଲାଇ ବିଜେପି ପାଇଁ ପ୍ରଚାର କରିଥିଲେ ।

ପାଣ୍ଡୁରଙ୍ଗ୍ ସାଲେ : ସେହିପରି ଆଉ ଜଣେ ହେଉଛନ୍ତି ନାଗପୁରର ପାଣ୍ଡୁରଙ୍ଗ୍ ସାଲେ । ପାଣ୍ଡୁରଙ୍ଗ ସେତେବେଳେ ଲୋକଲୋଚନକୁ ଆସିଥିଲେ ଯେତେବେଳେ ସେ କେକ୍ କାଟି ମୋଦିଙ୍କ ଜନ୍ମଦିନ ପାଳନ କରିଥିଲେ । ଏହା ପରେ ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନରେ ମଧ୍ୟ ସାମିଲ୍ ହୋଇଥିଲେ ।

nbn_1500514876_1500546201ରଣବୀର ସିଂହ : ଦିଲ୍ଲୀର ରଣବୀର ସିଂହ ୨୦୧୭ରେ ୟୁପି ବିଧାନସଭା ନିର୍ବାଚନ ବେଳେ ବିଜେପି ପାଇଁ ପ୍ରଚାର କରୁଥିବା ବେଳେ ନଜର ଆସିଥିଲେ । କେବଳ ସେତିକି ନୁହେଁ ତାଙ୍କ ସହ ଜଣେ ବ୍ୟକ୍ତି ଥିଲେ ରାଜେନ୍ଦ୍ର ବୋହରା, ଯିଏ ଦେଖିବାକୁ ପୁରା ଅମିତ୍ ଶାହାଙ୍କ ପରି ଥିଲେ । ଉଭୟ ବିଜେପି ପ୍ରାର୍ଥୀ ସୁଚୀ ଚୌଧୁରୀଙ୍କ ପାଇଁ ପ୍ରଚାର କରୁଥିବା ବେଳେ ନଜରକୁ ଆସିଥିଲେ ।

ରଣବୀର୍ ଏକ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ସେ ଜାଣିନଥିଲେ ତାଙ୍କ ଚେହେରା ମୋଦିଙ୍କ ସହ ମିଶୁଛି ବୋଲି । ଥରେ ଗୁଜୁରାଟ୍ ଯାଇଥିବା ସମୟରେ ସେଠାକର ଲୋକ ମୋତେ ଜଣାଇଥିଲେ ଯେ ମୁଁ ଦେଖିବାକୁ ମୋଦିଙ୍କ ପରି । ସେବେଠାରୁ ମୁଁ ମୋଦିଙ୍କ ପରି କପଡା ପିନ୍ଧେ ଏବଂ ବିଜେପି ପାଇଁ ପ୍ରଚାର କରେ ।

ଜଗଦୀଶ୍ ରାୟ ଭାଟିଆ : ସେହିପରି ଆଉ ଜଣେ ବ୍ୟକ୍ତି ହେଉଛନ୍ତି ଜଗଦୀଶ୍ ରାୟ ଭାଟିଆ । ଅଧିକାଂଶcvxbcvbv_1500492196_15005 ସମୟରେ ଲୋକମାନେ ତାଙ୍କୁ ଦେଖି ଦ୍ୱନ୍ଦରେ ପଡିଯାଆନ୍ତି । ଜଗଦୀଶ୍ ଯେଉଁଠାକୁ ଯାଆନ୍ତି ସମସ୍ତେ ତାଙ୍କ ଫଟୋ ଉଠାଇବାରେ ଲାଗିପଡନ୍ତିି । ତେବେ ଜଗଦୀଶଙ୍କ ଗୋଟିଏ ଇଚ୍ଛା ରହିଛି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖା କରିବା । ଏଥିପାଇଁ ସେ ପିଏମଓରେ ଅପିଲ୍ ମଧ୍ୟ କରିସାରିଛନ୍ତି ।

cxvbvbv_1500492217_150054କେରଳର ଅଟୋଚାଳକ : ପିଏମ୍ ମୋଦିଙ୍କ ଏହି ଡୁପ୍ଲିକେଟ୍ ତେଲେଙ୍ଗନାର ଅଦିଲାବାଦ ଜିଲ୍ଲାରେ ଅଟୋ ଚଲାନ୍ତି । ତେବେ ଏହି ବ୍ୟକ୍ତିଙ୍କ ନାଁ କାହାକୁ ଜଣା ନାର୍ହି । ମୋଦିଙ୍କ ଚେହେରା ସହ ତାଙ୍କ ଚେହେରା ମିଶୁଥିବାରୁ ସେହି ସ୍ଥାନରେ ସେ ପିଏମ୍ ମୋଦି ନାଁରେ ଜଣାଶୁଣା । ଯେତେବେଳେ ମୋଦିଙ୍କ ସହ ଜଡିତ କୌଣସି ମାମଲା ହୋଇଥାଏ ତେବେ ସେଠାକାର ଲୋକମାନେ ଏହି ଅଟୋଚାଳକଙ୍କ ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଥାନ୍ତି ।

ସେହିପରି ମୋଦିଙ୍କ ପରି ଦେଖାଯାଉଥିବା ଆଉଜଣେ ବ୍ୟକ୍ତିଙ୍କର ଫଟୋ କିଛି ଦିନ ତଳେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ତେବେ ଏହି ବ୍ୟକ୍ତି ଜଣଙ୍କ କେଉଁଠାର ଏବଂ ତାଙ୍କ ନାଁ କଣ ସେ ବାବଦରେ ଅଧିକ ତଥ୍ୟ ଉପଲବ୍ଧ ନାହିଁ ।