ଅସଲି ପୁଲିସ୍ ହାତରେ ନକଲି ପୁଲିସ୍ ! ଏସପିର ପରିଚୟ ଦେଇ କରୁଥିଲା ଠକେଇ

30

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ : ଅସଲି ପୁଲିସ୍ ହାତରେ ନକଲି ପୁଲିସ୍ । ରାଜଧାନୀରେ ନାଲିବତୀ ଗାଡି ଚଢି ସାଇରନ୍ ମାରି ବୁଲୁଥିବା ଜଣେ ଅପରାଧୀକୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଉଛି ପ୍ରିୟ ରଂଜନ ବରାଳ । ପ୍ରିୟର ଘର ବ୍ରହ୍ମପୁର ବୋଲି ଜଣା ପଡିଥିବା ବେଳେ, ଭୁବନେଶ୍ୱରରେ ମଧ୍ୟ ତାର ଘର ରହିଛି । ହେଲେ ଅଭିଯୁକ୍ତ ପ୍ରିୟର ପ୍ରକୃତ ଠିକଣା ପାଇ ପାରିନି ପୁଲିସ ।

ଖଣ୍ଡଗିରି ଥାନା ପୁଲିସର ପେଟ୍ରୋଲିଂ ସମୟରେ ଏହି ଅପରାଧୀକୁ ଗିରଫ କରାଯାଇଥିବା ବେଳେ, ନିଜକୁ ସେଂଟ୍ରାଲ ଇଂଟେଲିଜେନ୍ସ ଏସପି କହି ୪ ଜଣ ଯୁବକଙ୍କୁ ରାଜଧାନୀରେ ବୁଲାଉଥିଲା । ଏହି ନକଲି ଅଫିସର ପାଖରୁ ଗୋଟିଏ ଏୟାର ଗନ୍, ଟାଟା ସୁମୋ, ନାଲି ବତୀ, ନକଲି ନମ୍ବର ପ୍ଲେଟ୍, ହାତକଡି, ଭି.ଏଚ୍ ଏଫ୍, ଓାକିଟକି ଜବତ କରାଯାଇଛି । ବରଗଡ ଅଂଚଳରୁ ୪ ଜଣ ଯୁବକଙ୍କୁ ଚାକିରୀ କରାଇ ଦେବା ନାଁରେ ଭୁବନେଶ୍ୱର ଆଣିଥିଲା ବୋଲି ଯୁବକ ମାନେ କହିଛନ୍ତି ।