ପ୍ରତିଦିନ ଆପଣ ଯାହା ଖାଉଛନ୍ତି ତାହା ଅମୃତ ନା ଜହର ଜାଣିବେ କିପରି? ଅଧିକ ଜାଣିବା ପାଇଁ ପଢନ୍ତୁ ସମ୍ପର୍ଣ୍ଣ ଖବର ।

123

ଖାଦ୍ୟପେୟ ସାମଗ୍ରୀରେ ଅପମିଶ୍ରଣ କରିବା ଘଟଣା ଏବେ ସାମାନ୍ୟ ହୋଇଗଲାଣି । ପର୍ବପର୍ବାଣୀ ମାନଙ୍କରେ ଫଳ ଠାରୁ ଆରମ୍ଭ କରି ଦୁଧ ଏବଂ ମିଠା ପର୍ଯ୍ୟନ୍ତ ସବୁଥିରେ ଅପମିଶ୍ରଣ ହେବାର ଦୃଷ୍ଟାନ୍ତ ସାମ୍ମାକୁ ଆସୁଛି । ତେବେ ଏହି କ୍ଷେତ୍ରରେ ଯଦି ଆପଣ କିଛି ସାବଧାନତା ଏବଂ ବୁଦ୍ଧିମତା ପ୍ରୟୋଗ କରିବେ ତେବେ ଜାଣିପାରିବେ ଯେ ଆପଣ ଯାହା ଖାଉଛନ୍ତି ତାହା ଅମୃତ ନା ଜହର । ତେବେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏଭଳି କିଛି ଟିପ୍ସ ବିଷୟରେ ଅବଗତ କରିବୁ ଯେଉଁଥିରେ ଆପଣ ଏହି ଅସଲି ଦ୍ରବ୍ୟ ଉପରୁ ନକଲିିର ପରଦା ଉଠାଇପାରିବେ । • ଆପଣ ଖାଉଥିବା ସେଓକୁ ଚମକଦାର କରି ଦେଖାଇବା ପାଇଁ ଦୋକାନୀ ସେଓ ଉପରେ ମହମ ତରଳାଇ ଏକ ପରସ୍ତ ଦେଇଥାଏ । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି କିଭଳି ପ୍ରଭାବ ପକାଇବ ତାହା ଆପଣ ଅନୁମାନ କରିପାରୁଥିବେ । ତେବେ ଏଥିରୁ ବଞ୍ଚିବା ପାଇଁ ଆପଣଙ୍କୁ ଏକ ବ୍ଲେଡ୍ ସାହାର୍ଯ୍ୟରେ ସେଓକୁ ଧିରେ କୋରାନ୍ତୁ । ଏହାଦ୍ୱାରା ସେଓରେ ବସିଥିବା ମହମ ପରସ୍ତ ବାହାରିଆସିବ ।
• ସେହିଭଳି କିଛି ଜୀରାକୁ ନେଇ ହାତରେ ରଗଡନ୍ତୁ । ଯଦି ହାତ କଳା ହୋଇଯାଏ ତେବେ ଜୀରା ନକଲି ।
• କାଚ ଗ୍ଲାସରେ କିଛି ମଟର ପକାନ୍ତୁ ଏବଂ ଏଥିରେ ପାଣି ପକାନ୍ତୁ । ଅଧଘଣ୍ଟା ପରେ ପାଣିର ରଙ୍ଗରେ ପରିବର୍ତ୍ତନ ଆସିଲେ ଜାଣିପାରିବେ ଯେ ଆପଣ ନକଲି ଦ୍ରବ୍ୟର କବଳରେ ପଡିଯାଇଛନ୍ତି ।
• ପନିରର ଗୁଣବତ୍ତା ଜାଣିବା ପାଇଁ ହାତରେ ଗୋଟିଏ ଟୁକୁଡା ପନିର ନେଇ ରଗଡନ୍ତୁ ନକଲି ପନିର ହେଲେ ଏଥିରୁ ସାମାନ୍ୟ ଗନ୍ଧ ବାହାରିବ ଏବଂ ଏହା ସମ୍ପୁର୍ଣ୍ଣ ଭାବରେ ହାତରେ ମିଳେଇଯିବ । ଦେଖିବାକୁ ଏହା ରବର ସଦୃଶ ହୋଇଥିବା ବେଳେ ବହୁତ ଶକ୍ତ ଦେଖାଯାଇଥାଏ ।
• ଅସଲି ଦୁଧର ସ୍ୱାଦ ମିଠା ହୋଇଥିବା ବେଳେ ନକଲି ଦୁଧର ସ୍ୱାଦ ହାଲକା ଖାରିଆ ହୋଇଥାଏ । ଅସଲି ଦୁଧକୁ କିଛି ସମୟ ରଖିବା ପରେ କିମ୍ବା ଫୁଟାଇବା ପରେ ଏହାର ରଙ୍ଗ ପୂର୍ବପରି ରହିଥିବା ବେଳେ ନକଲି ଦୁଧ ହଳଦିଆ ରଙ୍ଗ ହୋଇଯାଏ । ଅସଲି ଦୁଧକୁ ହାତର ମଝିରେ ରଖି ରଗଡିଲେ କୌଣସି ତୈଳାଶଂର ଅନୁଭବ ହୋଇନଥାଏ କିନ୍ତୁ ନକଲି ଦୁଧ ତୈଳଯୁକ୍ତ ଭଳି ଅନୁଭବ କରାଇଥାଏ । • ଖାଇବା ତେଲର ଗୁଣବତ୍ତା ଜାଣିବା ପାଇଁ ସଫା ହାତରେ ତେଲ ମାଲିସ୍ କରନ୍ତୁ ଯଦି ତେଲରୁ ରଙ୍ଗ ବାହାରୁଛି ତେବେ ନକଲିର ପ୍ରମାଣ ଆପଣଙ୍କୁ ମିଳିଯିବ । ତେଲକୁ ଫିଜରେ ରଖିଲେ ଯଦି ଜମାଟ ବାନ୍ଧୁଛି ତେବେ ଜାଣିନିଅନ୍ତୁ ଏହା ନକଲି । ଅପମିଶ୍ରିତ ତେଲକୁ ଗରମ କରିବା ବେଳେ ଏହାର ଗନ୍ଧ ରୋଷେଇ କରୁଥିବା ବ୍ୟକ୍ତିକୁ ଛିଙ୍କିବା ଏବଂ ମୁଣ୍ଡ ବୁଲାଇବା ଭଳି ପରିସ୍ଥିତି ସୃଷ୍ଟି କରିଥାଏ ।
• କିଛି ଅଟାକୁ ନେଇ ଏଥିରେ ୩ ଚାମଚ ଲେମ୍ବୁରସ ପକାଇ ଗୋଳାନ୍ତୁ ଯଦି ଏଥିରୁ ଫୋଟକା ଭଳି କିଛି ଦେଖୁଛନ୍ତି ତେବେ ଏହା ନକଲି ବୋଲି ଜାଣିନେବେ ।