ହୁସିଆର! ବଜାରରେ ବିକ୍ରି ହେଉଛି ନକଲି ଅଗ୍ନି ନିର୍ବାପକ ଯନ୍ତ୍ର, ଧ୍ୟାନ ରଖନ୍ତୁ ନହେଲେ ପଡିପାରନ୍ତି ଅଡୁଆରେ ।

31

ଅଗ୍ନିଶମ ବିଭାଗ ପକ୍ଷରୁ ଏକ ବିଶିଷ୍ଟ ସୂଚନା ଜାରି କରାଯାଇଛି । ଏଥିରେ କୁହାଯାଇଛି, ଯଦି ଆପଣଙ୍କ ଦୋକାନ, କାର୍ଯ୍ୟାଳୟ ଏବଂ ଘରେ କୌଣସି ଅଗ୍ନି ନର୍ବିାପକ ଯନ୍ତ୍ର ରହିଛି ତେବେ ତାହାକୁ ଠିକ ଭାବରେ ଯାଞ୍ଚ କରିନିଅନ୍ତୁ ଏବଂ ଯନ୍ତ୍ରଟି ଯେପରି ଠିକ ସମୟରେ ଧୋକା ନଦିଏ ସେଥି ପ୍ରତି ମଧ୍ୟ ଧ୍ୟାନ ରଖନ୍ତୁ । କାରଣ ଆଜିକାଲି ବଜାରରେ ନକଲି ଅଗ୍ନି ନିର୍ବାପକ ଯନ୍ତ୍ର ଦେଖିବାକୁ ମିଳୁଛି । ଯାହା ଆପଣଙ୍କୁ ଅସୁବିଧାରେ ପକାଇ ପାରେ । ପ୍ରକୃତରେ ଏହାର ସତ୍ୟତା, ମରାଠାର କିନୋନି ସୁଗାର ମିଲରେ ମେ ୨୬ ତାରିଖର ହୋଇଥିବା ଅଗ୍ନିକାଣ୍ଡ ଘଟଣା ପରେ ସାମ୍ନାକୁ ଆସିଥିଲା । ଏହି ଘଟଣାର ଯାଞ୍ଚ କରାଯିବା ପରେ ଅଗ୍ନିଶମ ବିଭାଗ ନକଲି ଯନ୍ତ୍ର ଘଟଣା ବାବଦରେ ଲୋକମାନଙ୍କୁ ଅବଗତ କରାଇଛନ୍ତି ।

ନକଲି ଯନ୍ତ୍ରକୁ ନେଇ ଆରମ୍ଭ ହୋଇଥିବା ଅଭିଯାନରେ ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା । ବିଭିନ୍ନ ଇଣ୍ଡଷ୍ଟ୍ରି, ସ୍କୁଲ, କଲେଜ, ପ୍ଲାଏଉଡ ଫ୍ୟାକ୍ଟ୍ି ଆଦିରେ ଚଢ଼ାଉ କରିବା ସମୟରେ ଜାଣିବାକୁ ମିଳିଥିଲା ଯେ, ଏହି ସମସ୍ତ ଜାଗା ଗୁଡିକରେ ବ୍ୟବହାର ହେବାକୁ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର, ଫାୟାର ଏକ୍ସଟିନ୍ୟୁସନ, ହୋଜରିଲ, ହାଇଟ୍ରେଣ୍ଟ ଆଦି ନକଲି ରହିଥିଲା । ତେବେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମସ୍ତ ଅଗ୍ନି ନିର୍ବାପକ ଯନ୍ତ୍ର ପାଇଁ ବିଆଇଏସ ଲୋଗୋ ସ୍ଥିର କରିଛନ୍ତି । ଯେପରିକି ଫାୟାର ଏକ୍ସଟିନ୍ୟୁସନ ପାଇଁ ଆଇଏସ ୨୧୯୦, ୨୦୧୦, ହାଇଡ୍ରେଣ୍ଟ ପାଇଁ ଆଇଏସ ୩୮୪୪,୧୯୮୯, ହୋଜରିଲ ପାଇଁ ଆଇଏସ ୮୮୩,୧୯୮୫ ଲୋଗୋ ବନାଯାଇଛି । ଏହି ସମସ୍ତ ଲୋଗୋ ୱେବସାଇଟରେ ମଧ୍ୟ ଦେଖାଯାଇପାରିବ ।

ମୁଖ୍ୟ ଅଗ୍ନିଶମ ଅଧିକାରୀ ସଂଜିବ କୁମାରଙ୍କ କହିବା ଅନୁସାରେ, ରାମପୁର ଜିଲ୍ଲାରେ ପ୍ରାୟ ୨୦ଟି ସଂସ୍ଥାରେ ଚେକିଂ କରାଯାଇଥିଲା । ସେଥି ମଧ୍ୟରେ ୪୦ଟି ସିଲିଣ୍ଡର ନକଲି ମିଳିଥିଲା । ତେଣୁ ଅଗ୍ନି ନର୍ବିାପକ ଯନ୍ତ୍ର କିଣିବା ବେଳେ ଅଗ୍ନିଶମ ବିଭାଗ ତରଫରୁ ହୋଇଥିବା ବିଆଇଏସ ଲୋଗୋ ଦେଖିବା ସହ ସପ୍ଲାୟର୍ସଙ୍କ ନାମ ଏବଂ ବିଲ ଆଣିବାକୁ ଜମା ଭୁଲନ୍ତୁ ନାହିଁ ।