ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ଚଢାଉ : ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କାରଖାନା ସିଲ୍

19

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ବଜାର ଥାନାର ବିଭିନ୍ନ ସ୍ଥାନରେ ଚଢାଉ କରି ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କାରଖାନା ସିଲ କରିଛି ବ୍ରହ୍ମପୁର ପୁଲିସ୍ । ୪ଟି ସ୍ଥାନରୁ ପ୍ରାୟ ୫୦ ଲକ୍ଷରୁ ଅଧିକ ସାମଗ୍ରୀ ଜବତ ହୋଇଛି । ଏହି ସବୁ କାରଖାନାରୁ ଏଭରେଷ୍ଟ ମସଲା,ଏଭିଟି ଚା, ଭଲ ଘିଅ ଓ ଗୁଟୁଖାର ନକଲି ପ୍ରସ୍ତୁତ କରି ସାରା ରାଜ୍ୟକୁ ରପ୍ତାନି କରାଯାଉଥିଲା । ଘଟଣା ସ୍ଥଳରୁ ପୁଲିସ ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା ମେସିନ ଜବତ କରିବା ସହ ଏଥିରେ ସଂମ୍ପୃକ୍ତ ଥିବା କାରଖାନା ମାଲିକ କୋଟେସର ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ପୁଲିସ।