ଓଡିଶାରେ ବିଷ ଅଣ୍ଡା ! ବଜାରରେ ମିଳୁଛି ଅସଲି ଲାଗୁଥିବା ପ୍ଲାଷ୍ଟିକ ଅଣ୍ଡା

96

କନକ ବ୍ୟୁରୋ : ଓଡିଶା ବଜାରରେ ବିଷ ଅଣ୍ଡା । ପଡ଼ୋଶୀ ପଶ୍ଚିମବଙ୍ଗ ପରେ ଏବେ ବହୁ ଚର୍ଚ୍ଚିତ ନକଲି ଅଣ୍ଡା ଓଡ଼ିଶାରେ ପହଂଚିଛି । ଭୁବନେଶ୍ୱର ଖୋଲା ବଜାରରେ ମିଳୁଛି ଏହି କେମିକାଲ ଯୁକ୍ତ ଅଣ୍ଡା ବା ନକଲି ଅଣ୍ଡା । ଚୀନରୁ ଭୁବନେଶ୍ୱରକୁ ଲମ୍ବିଛି ଚେର । ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଚଂଳରେ ଏହି ନକଲି ଅଣ୍ଡାର ସନ୍ଧାନ ପାଇଛି କନକ ନ୍ୟୁଜ୍ ଟିମ୍ । କେମିତି ଲୋକଙ୍କ ଖାଇବା ଥାଳିକୁ ପହଂଚି ଯାଉଛି ବିଷ ଅଣ୍ଡା । କେମିତି ଲୋକଙ୍କ ଜୀବନ ସହ ଖେଳାଯାଉଛି ଏକ ସାଂଘାତିକ୍ ଖେଳ । ଡିଲର ପାଖରୁ ରିଟେଲର ଏବଂ ଖୁଚୁରା ବ୍ୟବସାୟୀଙ୍କ ଜରିଆରେ ରୋଷେଇ ଘରେ ପହଂଚିଯାଉଛି ଏହି ନକଲି ଅଣ୍ଡା ।

କାହିଁକି ସନ୍ଦେହକୁ ଆସିଲା ଏହି ଅଣ୍ଡା ? ସନ୍ଦେହ ପଛର ୫ଟି ଚିତ୍ର ଉପରେ ନଜର ପକାନ୍ତୁ ।

– ରବର ଭଳି ନମନୀୟ ରହୁଛି ଏହି ନକଲି ଅଣ୍ଡା ବା ଅପ୍ରକୃତି ଉପାୟରେ ପ୍ରସ୍ତୁତ ହୋଇଥିବା ଏହି ଅଣ୍ଡା ।
– ଚୁଲା ଉପରେ ଧୋଇ ଦେଲେ ସାଧାରଣ ବସ୍ତୁଟିଏ ଭଳି ଜଳି ଯାଏ ।
– ସାଧାରଣତଃ ଅଣ୍ଡାକୁ ସିଝିବା ପାଇଁ ୫ରୁ ୧୦ ମିନିଟ୍ ଲାଗୁଥିବା ବେଳେ ମାତ୍ର ଅଳ୍ପ କେଇ ମିନିଟରେ ସିଝି ଯାଉଛି ଏହି ନକଲି ଅଣ୍ଡା ।
– ଯାହା ସାଧାରଣ ଅଣ୍ଡା ତୁଳାନରେ ବେଶ ଟାଣ ଥାଏ ଏହି ନକଲି ଅଣ୍ଡା ।
– ସିଝିଲା ପରେ କେସର ଗୋଟିଏ ପଟେ ଜମି ରହେ ।

ତେବେ ଗୃହିଣୀ ଜଣକ ଅଣ୍ଡା ଆଣିଥିବା ଦୋକାନରେ ପହଂଚିଥିଲା କନକ ନ୍ୟୁଜ କ୍ୟାମେରା ଟିମ୍ । ଆମ ପାଖରୁ ଖବର ପାଇଲା ପରେ ଦୋକାନୀ କହୁଛନ୍ତି-ଅଭିଯୋଗ ଆସିଥିଲେ ବିକ୍ରି ବନ୍ଦ କରିଦେବୁ । ଆଉ ଡିଲର କର୍ମଚାରୀ କହୁଛନ୍ତି କଲିକତାରେ ଏଭଳି ଘଟଣା କଥା ଶୁଣିଛୁ । କିନ୍ତୁ ଓଡ଼ିଶାରେ ନୂଆ ।

ନକଲି ଅଣ୍ଡା ଖାଇଲେ କ’ଣ ହେବ ପ୍ରତିକ୍ରିୟା ? ଏହା ଜାଣିବା ପାଇଁ ଆମେ ପହଂଚିଥିଲୁ ବିଶେଷଜ୍ଞ ଡାକ୍ତରଙ୍କ ପାଖଙ୍କୁ । ତାଙ୍କ କହିବା କଥାହେଲା-ଅପ୍ରାକୃତି ପଦ୍ଧତିରେ ପ୍ରସ୍ତୁତ ଅଣ୍ଡା ସବୁବେଳେ ମଣିଷ ଶରୀର ପାଇଁ କ୍ଷତିକାରକ ।

ଏବେ ପ୍ରଶ୍ନ ଉଠୁଛି-ଓଡ଼ିଶାକୁ କେଉଁଠୁ ଆସିଲା ଏହି ନକଲି ଅଣ୍ଡା । କେମିତି ରୋକା ଯାଇପାରିବ ଏହି ନକଲି ଅଣ୍ଡାର ବିକ୍ରି । ଏନେଇ ପ୍ରଶାସନ ସତର୍କ ହେବା ଆବଶ୍ୟକ ହୋଇପଡ଼ିଛି ।