ସତ ଡାକ୍ତରଖାନା ମିଛ ଡାକ୍ତର : ଭୁବନେଶ୍ୱର ଆପୋଲୋରୁ ଗିରଫ ହେଲେ ନକଲି ଡାକ୍ତର ପ୍ରଦୀପ୍ତ ମହାପାତ୍ର

37

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଧରାପଡିଲେ ନକଲି ଡାକ୍ତର । ନିଜକୁ ଆପୋଲୋ ହସପିଟାଲ୍ ଡାକ୍ତର କହି ଲୋକଙ୍କୁ ଠକୁଥିଲେ ପ୍ରଦୀପ୍ତ ମହାପାତ୍ର । ତେବେ ସହିଦ ନଗର ପୁଲିସ୍ ଆଜି ତାଙ୍କୁ ଗିରଫ କରିଛି । ପ୍ରଦୀପ୍ତ ଜଣେ ରୋଗୀଙ୍କୁ ଅପରେସନ ପାଇଁ ଖର୍ଚର ୨୫ ପ୍ରତିଶତ ଲାଂଚ ମାଗୁଥିଲେ । ରୋଗୀଙ୍କ ସଂପର୍କୀୟ ଏନେଇ ସନ୍ଦେହ କରିବା ପରେ ପୋଲିସକୁ ଖବର ଦେଇଥିଲେ । ପରେ ପୁଲିସ୍ ତାଂକୁ ଗିରଫ କରିଛି । ତେବେ ପ୍ରଦୀପ୍ତ ଆଉ କାହା କାହାଠୁ ଠକିଛନ୍ତି ସେନେଇ ପଚରା ଉଚରା କରୁଛି ପୁଲିସ୍ ।