ଆପଣ ଅସଲି ସିମେଣ୍ଟରେ ଘର ତିଆରି କରୁଛନ୍ତି ତ ? ନକଲି ଘିଅ ଓ ତେଲ ପରେ ସାମ୍ନାକୁ ଆସିଲା ନକଲି ସିମେଣ୍ଟ, କଟକ ଜଗତପୁର ଅଂଚଳରୁ ଠାବ ହେଲା ନକଲି ସିମେଂଟ କାରଖାନା

3

କନକ ବ୍ୟୁରୋ : କଟକରେ ବଢୁଛି ନକଲି ସାମଗ୍ରୀର ପ୍ରାଦୁର୍ଭାବ । ନକଲି ଘିଅ ଏବଂ ନକଲି ତେଲ ପରେ ଏବେ ସାମ୍ନାକୁ ଆସିଛି ନକଲି ସିମେଣ୍ଟ । କଟକ ଜଗତପୁରରେ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି । ଏହି ଘଟଣାରେ ପୁଲିସ୍ ଜଣଙ୍କୁ ଗିରଫ କରିବା ସହ ଅନ୍ୟ ୪ ଜଣଙ୍କୁ ପଚରାଉରା କରିଛି ।

ପୁଲିସ୍ ସୂଚନା ଅନୁଯାୟୀ ଏହି ନକଲି ସିମେଣ୍ଟ କାରଖାନାରେ ନକଲି ସିମେଂଟ ତିଆରି କରାଯାଇ ଅସଲି ବ୍ରାଣ୍ଡ ପ୍ୟାକେଟରେ ଏସବୁ ବଜାରକୁ ପଠାଯାଉଥିଲା । ଏହି କାରଖାନାରୁ ସିମେଂଟ କଟକ, ପାରାଦୀପ ଓ ଜଗତସିଂହପୁର ଅଂଚଳକୁ ପଠାଯାଉଥିଲା । ଏବେ ଏହି ନକଲି କାରବାରର ମୁଳରେ ପହଂଚିବା ପାଇଁ ଅଧିକ ତଦନ୍ତ ଜାରି ରହିଛି ପୁଲିସ ।

Comments are closed.