ସୀମା ଟପିଗଲା ମଣିଷ,ଶେଷରେ ଟଙ୍କା ଲୋଭରେ ରକ୍ତରେ ମଧ୍ୟ ମିଶାଇଲା ସାଲାଇନ୍ ପାଣି ! ଶହ ଶହ ରୋଗୀଙ୍କୁ ଦିଆଗଲାଣି ଏହି ରକ୍ତ ।

1,236

ବର୍ତ୍ତମାନ ବଜାରରେ ଭେଜାଲ୍ ଦ୍ରବ୍ୟର ଅଧିକ ପ୍ରସାରଣ ହେଉଛି । ଖାଇବା ଜିନିଷ ଠାରୁ ଆରମ୍ଭ କରି ପ୍ରସାଧନ ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛି ଭେଜାଲ୍ । ତେବେ ଏହା କିଛି ମାତ୍ରାରେ ତ ସହ୍ୟ କରାଯାଇପାରେ କିନ୍ତୁ କାହା ଜୀବନ ମରଣ କଥାରେ ମଧ୍ୟ ଲୋକଙ୍କୁ ଲାଭ କ୍ଷତିର ଚିନ୍ତା କରିବାକୁ ପଡୁଛି ତାହା ଖୁବ୍ ଦୁର୍ଭାଗ୍ୟଜନକ । ଟଙ୍କା ପାଇଁ ମଣିଷ ଏତେ ତଳକୁ ଖସି ଯାଉଛି ଯେ ଏବେ ରକ୍ତରେ ମଧ୍ୟ ଭେଜାଲ୍ କରିବାକୁ ଛାଡୁନାହିଁ । ତେବେ ଏହି ମାମଲାରେ ଏକ ଗ୍ୟାଙ୍ଗ୍ ଏବଂ ଗ୍ୟାଙ୍ଗ୍ ଲିଡରକୁ ପୋଲିସ୍ ଗିରଫ କରିବାରେ ସଫଳ ହୋଇଛି ।

ଏଭଳି ଘଟଣା ଘଟିଛି ଲଖନଉଁରେ । ଏଠାକାର ମେଡିସିନ୍ ଏବଂ ବ୍ଲଡ୍ ବ୍ୟାଙ୍କ୍ ହସ୍ପିଟାଲ୍ ଏବଂ ବିଏନଏ ହସ୍ପିଟାଲ୍ ରେ ଏସଟିଏଫ୍ ତରଫରୁ ଛାପା ମରାଯାଇଥିଲା ଯେଉଁଠାରୁ ଭେଜାଲ୍ ରକ୍ତର ନମୂନା ମଧ୍ୟ ଜବତ କରାଗଲା । ଏହାସହ ଏହି ରକ୍ତ ପ୍ରସ୍ତୁତ କରୁଥିବା ମହମ୍ମଦ ନସୀମ୍ ଏବଂ ସାଥିଙ୍କୁ ଗିରଫ କରାଗଲା । ୧୫ ଦିନର ଛକାପଞ୍ଝା ପରେ ପୋଲିସକୁ ଏହି ଗ୍ୟାଙ୍ଗର କଳାକାରନାମା ବିଷୟରେ ଖବର ମିଳିଥିଲା । ତେବେ ଏହି ଲୋକମାନେ ରକ୍ତରେ ସାଲାଇନ୍ ପାଣି ମିଶାଇ ଦୁଇ ୟୁନିଟ୍ ର ରକ୍ତକୁ ତିନି ୟୁନିଟ୍ କରୁଥିଲେ । ଏହାସହ ଏକ ୟୁନିଟ୍ ରକ୍ତ ୩୫୦୦ ଟଙ୍କାରେ ଲଖନଉଁ ହସ୍ପିଟାଲରେ ବିକ୍ରି କରୁଥିଲେ । ବଡ ଦୁଃଖର କଥା ଏହି ଭେଜାଲ୍ ରକ୍ତ ଅନେକ ରୋଗୀଙ୍କୁ ମଧ୍ୟ ଦିଆଯାଇ ସାରିଲାଣି ।

ଏହି ଭେଜାଲ୍ ରକ୍ତ ମଣିଷ ଶରୀର ଭିତରକୁ ଗଲେ କ’ଣ ହେବ ?

ମଣିଷ ରକ୍ତରେ ୪ ପ୍ରକାରର କଂପୋନେଣ୍ଟ୍ ଆରବିସି,ଡବ୍ଲ୍ୟୁବିସି ,ସିରମ୍ ଏବଂ ପ୍ଲେଟ୍ ଲେଟସ୍ ଥାଏ । ଯଦି କାହାକୁ ଡେଙ୍ଗୁ ହୋଇଯାଏ ତେବେ ପ୍ଲେଟ୍ ଲେଟସ୍ ଚଢାଯାଇଥାଏ । ସେହିପରି ମଣିଷ ରକ୍ତ ମଧ୍ୟ ୩ ପ୍ରକାରର ଲୋକ ଆରବିସି,ଡବ୍ଲ୍ୟୁବିସି ଏବଂ ପ୍ଲେଟ୍ ଲେଟସ୍ ଙ୍କୁ ଦିଆଯାଇପାରେ । ବ୍ଲଡ୍ କୁ ଅଧିକ ସମୟ ରଖିବା ପାଇଁ ପ୍ରିଜର୍ବେଟିଭ୍ ର ମଧ୍ୟ ବ୍ୟବହାର କରାଯାଏ । ଯେଭଳି ଆରବିସିରେ ଏହା ୧୨୦ ଦିନ ଏବଂ ପ୍ଲେଟ୍ ଲେଟସ୍ ରେ ୨ ଦିନ ପର୍ଯ୍ୟନ୍ତ ରହିଥାଏ । ସାଲାଇନ୍ ପାଣିର ବ୍ୟବହାର ଶରୀରରେ ପାଣି କମ୍ ହେଲେ ଦିଆଯାଏ । କୌଣସି ରୋଗୀକୁ ସେତେବେଳେ ରକ୍ତ ଦିଆଯାଏ ଯେତେବେଳେ ବ୍ୟକ୍ତିଙ୍କ ଶରୀରରେ ହିମୋଗ୍ଲୋବିନ୍ ର ମାତ୍ରା କମ୍ ଦେଖାଯାଏ । ଯଦି ରୋଗୀକୁ ଏଭଳି ରକ୍ତ ଦିଆଯାଏ ଯେଉଁଥିରେ ସାଲାଇନ୍ ପାଣି ମିଶାଯାଉଛି ତେବେ ହିମୋଗ୍ଲୋବିନ୍ ର ମାତ୍ରା ବଢିବ ନାହିଁ ।

ଗୋଟିଏ ରକ୍ତ ବୋତଲରେ ୦.୯ ହିମୋଗ୍ଲୋବିନ୍ ର ମାତ୍ରା ବଢିଥାଏ । କିନ୍ତୁ ଯଦି ସେଥିରେ ସାଲାଇନ୍ ପାଣି ମିଶାଯାଉଛି ତେବେ ଏହାର ମାତ୍ରା ୦.୪ କିମ୍ବା ୦.୫ ହୋଇଯିବ । ଏହି ସ୍ଥିତିରେ ଗୋଟିଏ ବୋତଲରେ ଯେଉଁ କାମ ହେବା କଥା ତାହା ଦୁଇଟି ବୋତଲରେ ହୋଇଥାଏ । ଏଥିରେ ଅଧିକ ବ୍ଲଡରେ ହାଇପର୍ ଭଲ୍ୟୁମ୍ ମଧ୍ୟ ବଢିବ । ଯେତେବେଳେ ଶରୀରରେ ବ୍ଲଡ୍ ର ମାତ୍ରା ଅଧିକ ହେବ ସେତେବେଳେ ଏହାର ଲୋଡ୍ ମଧ୍ୟ ଅଧିକ ରହିବ । ଯାହାଦ୍ୱାରା ଶରୀରରୁ ଆରବିସିର ମାତ୍ରା ମଧ୍ୟ କମ୍ ହେବ । ଯେଉଁଥିରେ ରୋଗୀକୁ କିଛି ଫାଇଦା ହେବା ବଦଳରେ ଇନଫେକ୍ସନ୍ ହେବ । ଏମିତିକି ଜୀବନ ଚାଲିଯିବାର ଭୟ ମଧ୍ୟ ଥାଏ । ସବୁଠାରୁ ଅଧିକ ସେପ୍ଟିସିମିୟାର ବିପଦ ଅଧିକ ବଢିଯାଏ । ଯେଉଁଥିରେ ଶରୀରର ଅନେକ ଅଙ୍ଗ ପ୍ରଭାବିତ ହୋଇଥାଏ ।