ଗିରଫ ହେଲା ନକଲି ବାବୁସାନ୍ ! ଫେସବୁକରେ ଫେକ୍ ଆକାଉଂଟ ଜରିଆରେ ବାବୁସାନର ପରିଚୟ ଦେଇ ଠକିଥିଲା ଲକ୍ଷାଧିକ ଟଙ୍କା ଓ ସୁନାଗହଣା

193

କନକ ବ୍ୟୁରୋ : ଗିରଫ ହେଲା ନକଲି ବାବୁସାନ୍ । ନିଜକୁ ଅଭିନେତା ବାବୁସାନର ପରିଚୟ ଦେବା ସହ ଚଳଚ୍ଚିତ୍ରରେ ଅଭିନେତ୍ରୀ କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟ କରିଥିଲା ଦୁର୍ବୃତ୍ତ । ପାଣିକୋଇଲି ଅଂଚଳର ବନଜ କୁମାର ଜେନା ନାମକ ଜଣେ ଯୁବକ ଏନେଇ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତି କରି ନୂଆପଡା ରାଜଖରିଆର ଅଂଚଳର ଅଭିଯୁକ୍ତ ରଶ୍ମୀରଂଜନ ମହାନ୍ତିକୁ ଗିରଫ କରିଛି ପୁଲିସ । ସୋସିଆଲ ସାଇଟରେ ବାବୁସାନ୍ ନାଁରେ ଆକାଉଂଟ ଖୋଲି ଏପରି ଠକାମି କରିଚାଲିଥିଲା ଅଭିଯୁକ୍ତ । ଏନେଇ ଯାଜପୁର ଜିଲ୍ଲା ପୁଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।