ଜାଲ ନୋଟ ଆଣି ଫସିଲେ ମହିଳା! ପୋଲିସ ଜବତ କଲା ୭ ଖଣ୍ଡ ନକଲି ୨ ହଜାର ଟଙ୍କିଆ ନୋଟ

238

କନକ ବ୍ୟୁରୋ : ଯାଜପୁରରେ କାୟା ମେଲାଇଛି ଜାଲ ନୋଟ୍ କାରବାର । ପୋଲିସ ହାତରେ ଧରାପଡିଛନ୍ତି ଏହି କାରବାରର ମୁଖ୍ୟ ସାଜିଥିବା ମହିଳା କାର୍ପଟଦାର । ମହିଳାଙ୍କ ବ୍ୟାଗରୁ ୧୪ହଜାର ଟଙ୍କାର ଜାଲ୍ ନୋଟ୍ ଜବତ ହେବା ପରେ ଏହି ଘଟଣା ସ୍ପଷ୍ଟ ହୋଇଛି । ଯାଜପୁର ଟାଉନ ଥାନା ପୋଲିସ୍ ଜାଲ ନୋଟ କାରବାର କରୁଥିବା ମହିଳାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ।

ସୂଚନା ଅନୁଯାୟୀ ବିଞ୍ଝାରପୁର ଥାନା ବରପଦା ଗାଁର ଲୁସି ପରିଡା ଅଠରନଳାର ଏକ ଦୋକାନରୁ ଜିିନିଷ କିଣିବା ପରେ ସେ ୨ ହଜାର ଟଙ୍କା ଦେଇଥିଲେ । ତେବେ ନୋଟକୁ ନେଇ ଦୋକାନୀର ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ମହିଳାଙ୍କୁ ପଚରାଉଚୁରା କରିବା ସହିତ ତାଙ୍କ ବ୍ୟାଗକୁ ତନଖି କରିଥିଲେ । ସେଥିରୁ ୭ଖଣ୍ଡ ୨ ହଜାର ଟଙ୍କିଆ ନକଲି ନୋଟ୍ ଜବତ କରାଯାଇଥିଲା । ପରେ ମହିଳାଙ୍କୁ ଧରି ତାଙ୍କ ଘର ଉପରେ ପୋଲିସ ଚଢ଼ାଉ କରିଛି । ଏ ନେଇ ଅଧିକ ତଦନ୍ତ ଜାରି ରହିଥିବାରୁ ପୋଲିସ ଅଧିକ ସୂଚନା ଦେବାକୁ ମନାକରିଛି ।